‘କଥା’ ନବପ୍ରତିିଭା ପ୍ରତିଯୋଗିତା ଫଳାଫଳ ଘୋଷିତ

ଭୁବନେଶ୍ବର : ‘କଥା’ ଆୟୋଜିତ ୨୦୧୯ ନବପ୍ରତିଭା ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି। ଦେଢ଼ ଶହରୁ ଊର୍ଦ୍ଧ୍ବ ପ୍ରତିଯୋଗୀଙ୍କ ମଧୢରୁ ୧୦ ଜଣ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହି ନବପ୍ରତିଭା ଓ ତାଙ୍କର ଗଳ୍ପଗୁଡ଼ିକ ହେଲା ରୋଜାଲିନ୍‌ ମହାନ୍ତି (ଛପା ହେଉ ନଥିବା ଖବର), ଯୀଶୁକ୍ରିଷ୍ଣ ଦାସ (ସମୁଦ୍ରର ସନ୍ଧାନରେ ଶୋଷଟିଏ), ରାଜେଶ ପୂଜାରୀ (ଆମ୍ବଗଛ), ଶିବାନନ୍ଦ କର୍ମୀ (ଅଦୃଶ୍ୟ ହାତ), ସଂଜୟ କୁମାର ପଣ୍ଡା (ଛାୟା ଚରିତ୍ର), ଲିଜା ଦାସ (ଧାରା), ମାଧବାନନ୍ଦ ପାତ୍ର (ଭିଜାମାଟି), ସ୍ମୃତିପ୍ରଭା ସାହୁ (ଘରବାହୁଡ଼ା), ସୌମ୍ୟଜିତ୍ ପଣ୍ଡା (ଆଗୋମନୀ) ଏବ˚ ହୃଷୀକେଶ ମହାରଣା (ସୂଚ୍ୟଗ୍ରେ ମେଦିନୀ)। ଚଳିତ ବର୍ଷ ବିଚାରକ ଭାବେ ତିନି ବିଶିଷ୍ଟ କଥାକାର ପ୍ରଫେସର ଆଦିକନ୍ଦ ସାହୁ, ସଦାନନ୍ଦ ତ୍ରିପାଠୀ ଏବ˚ ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ଡକ୍ଟର ଜୟନ୍ତୀ ରଥ ଗଳ୍ପଗୁଡ଼ିକ ଚୟନ କରିଥିଲେ। ପୁରସ୍କୃତ ପ୍ରତିଭାମାନଙ୍କ ଗଳ୍ପଗୁଡ଼ିକୁ ନେଇ ଆସନ୍ତା ଅକ୍‌ଟୋବର ମାସରେ ନବପ୍ରତିଭା ବିଶେଷାଙ୍କ ପ୍ରକାଶ ପାଇବ। ଏହାଛଡ଼ା ପ୍ରତ୍ୟେକଙ୍କୁ ପ୍ରମାଣପତ୍ର ସହିତ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ‘କଥା’ର ଆଗାମୀ ବାର୍ଷିକ ଉତ୍ସବ (ଫେବ୍ରୁଆରି ୨୦୨୦)େର ପ୍ରଦାନ କରାଯିବ ବୋଲି ‘କଥା’ର ସମ୍ପାଦକ ଜଣାଇଛନ୍ତି।

ସମ୍ବନ୍ଧିତ ଖବର