ସମ୍ବିଧାନର ୩୭୧ ଧାରାରେ ପଛୁଆ ଅଞ୍ଚଳ ସାମିଲ ହେବା ଦରକାର: ନରସିଂହ

ଭୁବନେଶ୍ବର : ଓଡ଼ିଶାର କେବିକେ ଜିଲ୍ଲା ବିକାଶରେ ପଛୁଆ। ଖୋଦ ଭାରତ ସରକାର ଏହାକୁ ସ୍ବୀକାର କରିଛନ୍ତି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ୧୦୦ କୋଟି ଟଙ୍କା ପର୍ଯ୍ୟାପ୍ତ ହେଉନାହିଁ। ଆଜି ବିଧାନସଭାରେ ପଏଣ୍ଟ ଅଫ୍ ଅର୍ଡ଼ର୍ ଜରିଆରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ମହାରାଷ୍ଟ୍ର ଓ ଗୁଜୁରାଟରେ ଥିବା ପଛୁଆ ଅଞ୍ଚଳକୁ ଭାରତ ସରକାର ସମ୍ବିଧାନର ଧାରା ୩୭୧ରେ ସାମିଲ କରିଛନ୍ତି। ଏଥିପାଇଁ ସେସବୁ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛନ୍ତି। ଓଡ଼ିଶା ସରକାର ୧ ଲକ୍ଷ ୪୭ ହଜାର କୋଟି ଟଙ୍କାର ବଜେଟ କରୁଥିବାବେଳେ ପଶ୍ଚିମ ଓଡ଼ିଶା ବିକାଶ ପାଣ୍ଠି ବାବଦରେ ମାତ୍ର ୧୦୦ କୋଟି ଟଙ୍କା ପ୍ରଦାନ କରୁଛନ୍ତି। ଯାହା ସମୁଦ୍ରକୁ ଶଙ୍ଖେ ଭଳି। ଗତଥର ମୁଲତବି ଆଲୋଚନାବେଳେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଧାରା ୩୭୧ ଲାଗୁ କରିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବା ଉପରେ କିଛି ଗୃହରେ କହିନାହାନ୍ତି। ଆଗକୁ ବ୍ୟୟମଞ୍ଜୁରି ବିଲ ଆଲୋଚନାର ଉତ୍ତର ରଖିବାବେଳେ ଅର୍ଥମନ୍ତ୍ରୀ ଗୃହରେ ଏ ସମ୍ପର୍କରେ ମତ ରଖିବେ ବୋଲି ଶ୍ରୀ ମିଶ୍ର କହିଥିଲେ।

ସମ୍ବନ୍ଧିତ ଖବର