ଭିନ୍ନ ରାସ୍ତାରେ କେନ୍ଦ୍ରାପଡ଼ା ଭୋଟର, ବିକାଶର ହିସାବ ମାଗୁଛନ୍ତି : ମନ ଭିତରେ ‌କ୍ଷୋଭ ଓ କ୍ରୋଧ, ଅକଳରେ ଦଳ ଓ ପ୍ରାର୍ଥୀ

କେନ୍ଦ୍ରାପଡାରୁ ଭବାନୀ ଶଙ୍କର ତ୍ରିପାଠୀ : ରାଜ୍ୟରେ ତିନିଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ ୨୯ ତାରିଖରେ ଭୋଟ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ହାଇ ପ୍ରୋଫାଇଲ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଏହି ଆସନକୁ ସମ୍ମାନର ପ୍ରଶ୍ନ ଭା‌େବ ଗ୍ରହଣ କରିଛନ୍ତି ଉଭୟ ବିଜେଡି ଏବଂ ବିଜେପି। କିନ୍ତୁ ଏଠାରେ ଭୋଟରଙ୍କ ଚିନ୍ତାଧାରା ଯେ ରାଜ୍ୟର ଅନ୍ୟ ଅଞ୍ଚଳରୁ ସଂପୂର୍ଣ୍ଣ ଭିନ୍ନ ତାହା ଆମ ଗସ୍ତ ବେଳେ ସ୍ପଷ୍ଟ ଭାବେ ବାରି ହୋଇ ପଡ଼ିଛି। ଦୀର୍ଘ ବର୍ଷ ଧରି ଅବହେଳାକୁ ନେଇ ସେମାନଙ୍କ ମଧ୍ୟରେ ପୁଞ୍ଜୀଭୂତ ହୋଇ ରହିଛି କ୍ରୋଧ। ୨୯ ତାରିଖରେ ଏହା କେଉଁ ରୂପ ଧାରଣ କରିବ ତାହା ଏବେଠୁ ଠଉରାଇବା କଷ୍ଟକର।

କେନ୍ଦ୍ରାପଡ଼ା ଜିଲ୍ଲାର ସିଂହ ଗାଁ। କୃଷ୍ଣଦାସ ପୁର, ସାନ ରାଉଳିଆ, ବଡ ରାଉଳିଆ, ସିଂହ ଗାଁ ଏମିତି କିଛି ରାଜସ୍ବ ଗ୍ରାମକୁ ନେଇ ଏହି ଅଞ୍ଚଳ। ଗାଁକୁ େଘରି ରହିଛି କାଣୀ, ଖରସ୍ରୋତା ଆଉ ବ୍ରାହ୍ମଣୀ ଭଳି ନଈ। େଲାକସଂଖ୍ୟା ୧୦ହଜାରରୁ ଅଧିକ। ସିଂହ ଗାଁର ବିଶେଷତ୍ବ େହଉଛି କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏହାକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଥିଲେ। ଆଜି ଦିନର ଚିତ୍ର ବୟାନ କରେ ବୈଜୟନ୍ତ ଏହି ଗାଁର ଭାଗ୍ୟ ବଦଳାଇ ପାରିନାହାନ୍ତି। ସିଂହ ଗାଁ ବାହ୍ୟଜଗତରୁ ପ୍ରାୟ ବିଚ୍ଛିନ୍ନ ହୋଇ ରହିଛି। ଯେ କୌଣସି େଗାଟିଏ ନଈରେ ବନ୍ୟା ଆସିଗଲେ ସ୍ଥିତି ସାଂଘାତିକ। ଯଦିଓ ସହର ଠାରୁ ମାତ୍ର ୨୦ କିମି ଦୂରରେ ଏହା ଅବସ୍ଥିତ କିନ୍ତୁ େକନ୍ଦ୍ରାପଡା ନୁହେଁ, ଯାଜପୁର ଉପରେ ଏ ଅଞ୍ଚଳର େଲାକମାନେ ନିର୍ଭରଶୀଳ।

କେନ୍ଦ୍ରାପଡା ଜିଲ୍ଲାର ଛାତି ଚିରି ହରିଦାସପୁର ପାରାଦୀପ ରେଳପଥ ନିର୍ମାଣ ଚାଲିଛି। ୨୦୧୪ ତୁଳନାରେ କିିଛି ଅଧିକ କାମ େହାଇଛି ସତ। କିନ୍ତୁ ରେଳ ଚଳାଚଳ େହାଇପାରିଲା ନାହିଁ। ନା ଏଠାରେ ବନ୍ଦର େହାଇପାରିଛି, ନା ଶିଳ୍ପାନୁଷ୍ଠାନ। ନା ଜାତୀୟସ୍ତରର ଶିକ୍ଷାନୁଷ୍ଠାନ େଖାଲିପାରିଲା, ନା ଜାତୀୟ ଅଭୟାରଣ୍ୟ ଭିତରକନିକାର ଚିତ୍ର ବଦଳିବା ଲାଗି େଠାସ୍ କିଛି ପଦକ୍ଷେପ ନିଆଗଲା। କୌଣସି ରାଜନୈତିକ ଦଳ ସପକ୍ଷରେ ହାଓ୍ୱା ନୁହେଁ, ବରଂ ରାଜନୈତିକ ଦୃଷ୍ଟିରୁ ଅତି ସମ୍ବେଦନଶୀଳ େକନ୍ଦ୍ରାପଡା ନିର୍ବାଚନରେ ଏହି ଗାଁ ଓ ଜିଲ୍ଲା ବିକାଶର ଚିତ୍ର ଏବେ ବଡ଼ ପ୍ରସଙ୍ଗ ପାଲଟିଛି। ସାଲେପୁର ଠାରୁ ରାଜନଗର। ଆଳି ଠାରୁ ପାଟକୁରା ଅଞ୍ଚଳର େଭାଟର ଏମିତି କିଛି ଉଦାହରଣ ଛଳରେ ସୂଚାଇ ଦେଇଥିଲେ େଯ ଏଥର ପ୍ରତିଶ୍ରୁତି ଉପରେ ନୁହେଁ, ବରଂ ପରିବର୍ତନ ପାଇଁ ସଂକଳ୍ପ ହେବ େଭାଟର ଆଧାର।

କେନ୍ଦ୍ରାପଡା ଲୋକସଭା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଭଳି ହେଭିୱେଟ୍
ନେତାଙ୍କ ଭବିଷ୍ୟତ କଣ େହବ? ବିଜୁ ବାବୁଙ୍କ କର୍ମଭୂମିକୁ ପ୍ରତିନିଧିତ୍ବ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳଚ୍ଚିତ୍ର ତାରକା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛନ୍ତି। ସେ ଜିତିବେ ନା ନାହିଁ? େକନ୍ଦ୍ରାପଡା ବିଧାନସଭା ଆସନରୁ ପ୍ରାର୍ଥୀ େହାଇଥିବା ଅର୍ଥମନ୍ତ୍ରୀ ଶଶିଭୂଷଣ େବହେରା ଜିତିବେ ତ? ପୂର୍ବତନ ମନ୍ତ୍ରୀ ଗଣେଶ୍ବର େବହେରାଙ୍କ ପ୍ରତି େଭାଟରଙ୍କ ଅନୁକମ୍ପା ଅଜାଡି େହାଇପଡିବ କି? ଆଳିେର ସାଂସଦ ପ୍ରତାପ ଦେବ ଏଥର ବିଧାନସଭାକୁ ଆସିବେ? ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏଥର କେତେ ଅଧିକ େଭାଟର ଜିତିବେ?

ଏମିତି କିଛି ପ୍ରଶ୍ନକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତି ଏବେ ସାରା ରାଜ୍ୟ ପାଇଁ ଆଲୋଚନାର େଖାରାକ ଯୋଗାଇଛି। କେନ୍ଦ୍ରାପଡ଼ା ନିର୍ବାଚନର ଫଳାଫଳ କଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏମିତି ଏକ ସ୍ଥିତିରେ ଆମେ କେନ୍ଦ୍ରାପଡ଼ା ଜିଲ୍ଲା ବୁଲି େଦଖିବା େବଳେ ଭିନ୍ନ ଚିତ୍ର ସାମ୍ନାକୁ ଆସିଥିଲା। ଆମେ ଦେଖିଥିଲୁ, ବଡ଼ ବଡ଼ ଗାଡି ପଇଁତରା ମାରୁଛି। ଶହ ଶହ ମୋଟର ସାଇକେଲ୍ ବି। ରାସ୍ତା ଘାଟ ଜାମ। ଅଧିକାଂଶ ଗାଡି ଆଗରେ ଲାଗିଛି ଦଳୀୟ ପତାକା। ଘୁଁ ଘୁଁ କରି ଏମିତି ଗର୍ଜନ ତର୍ଜନ କରି ଯାଉଛନ୍ତି େଯ ରାସ୍ତା ଆପେ ଦୁଇଭାଗ େହାଇଯାଉଛି। ଯୁଆଡେ ଚାହିଁବ ବ୍ୟାନର ପୋଷ୍ଟର ଛାଇ ଯାଇଛି। ମାଇକରେ କମ୍ପୁଛି ଗାଁ, ଛକ, ବଜାର। ବିଭିନ୍ନ ଚଳଚ୍ଚିତ୍ରର ହିଟ୍ ଗୀତ ସ୍ବରର ନକଲରେ ଗୀତ ବାଜୁଛି। ସାଲେପୁର, ମାହାଙ୍ଗା ନିର୍ବାଚନମଣ୍ଡଳୀର କିଛି ଅଞ୍ଚଳ ଅତିକ୍ରମ କରି େକନ୍ଦ୍ରାପଡା ସହର ଭିତରକୁ ପଶିଗଲା େବଳକୁ ମନେ ହେଉଥିଲା ଯେମିତିି ନିର୍ବାଚନର ଉଷ୍ମତା ଗ୍ରୀଷ୍ମର ତାତିକୁ ଟପିବାକୁ ବସିଲାଣି କି?

୨୦୧୯ ସାଧାରଣ ନିର୍ବାଚନର ଏ ଚିତ୍ର, େଗାଟିଏ କି ଦୁଇଟି ସ୍ଥାନରେ ନୁହେଁ। କେନ୍ଦ୍ରାପଡା େଲାକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଲେପୁରର କୁଳିଆ ଛକ ଠାରୁ ରାଜନଗର ଯାଏ, କେନ୍ଦ୍ରାପଡା ସହରର ତିନି ମୁହାଣୀରୁ ବଳଦେବଜୀଉ ମନ୍ଦିର, ମାର୍ଶାଘାଇ, ଗରଦପୁର ପର୍ଯ୍ୟନ୍ତ ପ୍ରାୟ ସବୁଠାରେ ଦେଖିବାକୁ ମିଳିଥିଲା। ହେଲେ ଏହା ଭିତରେ ଆଉ େଗାଟିଏ କଥା ଜଳ ଜଳ ଦିଶୁଥିଲା େଯ ଅତ୍ୟନ୍ତ କୋଳାହଳମୟ ରାଜନୈତିକ ପରିବେଶ ଭିତରେ ଅଭିଜ୍ଞ ଭୋଟର ଅତ୍ୟନ୍ତ ନିରବ, ଗୁମସୁମ୍। େନତାମାନଙ୍କ େଶାଭାଯାତ୍ରା ଗଲେ ତାଙ୍କ ମୁହଁରେ ହସ ଫୁଟୁନି, ମୁହଁର ଭାବରୁ କିଛି ବି ସଙ୍କେତ ମିଳୁନି। ଦୁଆର ଦୁଆର ବୁଲି ଭୋଟ ମାଗୁଥିବା ନେତାଙ୍କୁ ଦେଖିଲେ ସକରାତ୍ମକ ପ୍ରତ୍ୟୁତ୍ତରଟିଏ ଦେଇ ତାଙ୍କୁ ତୁରନ୍ତ ବିଦା ଦେବା ଲାଗି ଅତ୍ୟନ୍ତ ତତ୍ପରତା ଦେଖାଉଛନ୍ତି। ଆଉ ନିର୍ବାଚନ କଥା ପଚାରିଲେ, ଉତ୍ତରଟିଏ ଦେବା ପୂର୍ବରୁ ଅତ୍ୟନ୍ତ ସତର୍କତାର ସହିତ ଏଣେ ତେଣେ ଥରୁଟିଏ ଆଖି ପକାଉଛନ୍ତି। େଯମିତି ସେମାନଙ୍କ ଅନ୍ତରାତ୍ମା କିଛି ଗହନ କଥା ଅତ୍ୟନ୍ତ ଗୁପ୍ତରେ ଜଣାଇବାକୁ ଚାହୁଁଛି।

ବିଭିନ୍ନ ସ୍ଥାନରେ କେନ୍ଦ୍ରାପଡ଼ା ଜିଲ୍ଲାର ଭୋଟ ସଂପର୍କରେ ମତ ଆଦାନ ପ୍ରଦାନ ବେଳେ ଯେଉଁ ସାଂଘାତିକ ସତ୍ୟଟି ସାମ୍ନାକୁ ଆସିଥିଲା, ତାହା ହେଉଛି, ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଭଲ ପାଇବା ଅଛି। ବିଜେଡି ସରକାରଙ୍କ େଯାଜନା ସଂପର୍କରେ ସେମାନେ ଜାଣନ୍ତି। ବୈଜୟନ୍ତ ପଣ୍ଡାଙ୍କ ଦଳବଦଳ ଓ ପ୍ରାର୍ଥିତ୍ବ ସଂପର୍କରେ ସେମାନେ ଅବଗତ। ହେଲେ ଏଥର କିନ୍ତୁ ସେମାନେ ସବୁଥର ଭଳି ଆଖିବୁଜା େଭାଟ ଦେବାକୁ ଚାହୁଁନାହାନ୍ତି। କାହା କଥାରେ ଭଳିଯିବା ସ୍ଥିତିରେ ନାହାନ୍ତି। ନେତାଙ୍କ ଆକର୍ଷଣୀୟ ପ୍ରଚାର, ବ୍ୟାନର, ଲିଫଲେଟ୍, ଭାଷଣ ସେମାନଙ୍କୁ ଶତ ପ୍ରତିଶତ ପ୍ରଭାବିତ କରୁନାହିଁ। ସଚେତନ େଭାଟର ବିକାଶର ହିସାବ ମାଗିବା ଆରମ୍ଭ କଲେଣି। ପ଼ଡୋଶୀ ଜିଲ୍ଲାମାନଙ୍କୁ ଦେଖି ତାଙ୍କ ଜିଲ୍ଲାରେ କଣ େହାଇଛି, ନ େହାଇଛି, ତାର ତୁଳନା କରୁଛନ୍ତି। ଭାବପ୍ରବଣତା ଆଦୌ ନାହିଁ କହିଲେ ଚଳେ। ସବୁଠି ସଙ୍କେତ ମିଳିଥିଲା ପରିବର୍ତନ। କିନ୍ତୁ ପରିବର୍ତନର ସଂଜ୍ଞା ବଖାଣିବା ବେଳେ ଯେଉଁ ତଥ୍ୟ ରଖିଥିଲେ, ତାହା ତାଜୁବ୍ କଲାଭଳି। କହିଥିଲେ, ପରିବର୍ତନ ସରକାରର ନୁହେଁ, କି ନେତାଙ୍କର ନୁହେଁ। କେନ୍ଦ୍ରାପଡ଼ାର ପରିବର୍ତନ ଚାହୁଁଛୁ । କେନ୍ଦ୍ରାପଡାକୁ ବିକାଶ ରାସ୍ତାକୁ ଯିଏ ଟାଣିନେବ, ଆମେ ତା ସହିତ ଯିବୁ।

ରାଜନୈତିକ ଦଳମାନେ ଯେଉଁ ପରିବର୍ତନ କଥା କହୁଛନ୍ତି, ପଦ୍ମ ଶଙ୍ଖର ଓ ଶଙ୍ଖ ପଦ୍ମର, େଭାଟର ସେଥିରେ ନାହାନ୍ତି। ବୈଜୟନ୍ତଙ୍କ ସଂପର୍କରେ ମତ ରଖିଛନ୍ତି, ଯିଏ ବିଜେଡିରେ ସରକାରରେ ଥାଇ ବିକାଶ କରିନି, ନିଜ େପାଷ୍ୟ ଗାଁର ବି ନୁେହଁ, ସେ ବିଜେପି ଗଲେ କଣ ହୋଇଯିବ? ପଟ୍ଟାମୁଣ୍ଡାଇର ସିଂହ ଗାଁକୁ ପୋଷ୍ୟ ଗାଁ କରି ବୈଜୟନ୍ତ ବିକାଶର ଯେଉଁ ଛାପ ଛାଡିଛନ୍ତି, ସେମିତି ବିକାଶ କରିବେ କେନ୍ଦ୍ରାପଡାରେ? ସେ ଗାଁକୁ ସେତୁ ହୋଇପାରିଲା ନାହିଁ। କେନ୍ଦ୍ରାପଡାକୁ ବିକାଶର ସେତୁ ବାନ୍ଧିବେ? ଏମିତିରେ ବି ସେ ରାଜ୍ୟସ୍ତରୀୟ ନେତା। ପ୍ରଧାନମନ୍ତ୍ରୀଙ୍କ ସହ ବୁଲିଲେ ଭଲ ଦିଶୁଛନ୍ତି। କେବଳ ସେତିକି ନୁହଁ, ଏକଥା ବି େଦଖାଯାଇଥିଲା େଯ ପ୍ରାର୍ଥୀ ଚୟନରେ ତ୍ରୁଟି ବୈଜୟନ୍ତଙ୍କ ପାଇଁ କାଳ ହୋଇଛି। ସାଲେପୁର, ମାହାଙ୍ଗା, ପାଟକୁରା ବାଦ ଅନ୍ୟ ୪ଟି ବିଧାନସଭା େକ୍ଷତ୍ରରେ ପ୍ରଭାବୀ ପ୍ରାର୍ଥୀ ନଥିବା କାରଣରୁ ବୈଜୟନ୍ତଙ୍କୁ ଦଳୀୟ େଭାଟ ଅଧିକ ଯାଉନି। ଏଣୁ ବିଜେଡି ଅସନ୍ତୋଷ, କଂଗ୍ରେସ ଭୋଟ ବ୍ୟାଙ୍କ ତାଙ୍କ ପାଇଁ ପୁଞ୍ଜି େହାଇଛି। ଯେଉଁ ଆସନରେ କଂଗ୍ରେସ ବିଧାନସଭାରେ ଭଲ ସ୍ଥିତିରେ ଅଛି, ସେଠାରେ େଭାଟ ବ୍ୟାଙ୍କକୁ ବିଜେପି ସପକ୍ଷରେ ନେବାକୁ ଉଦ୍ୟମ କରୁଛନ୍ତି ନେତା। ବିଜେପି-କଂଗ୍ରେସର ଅଘୋଷିତ ମେଣ୍ଟ ଲୁଚିପାରୁନି।

ଏସବୁ ସତ୍ତ୍ବେ ମାଟି ପୁଅ ଭାବେ କଂଗ୍ରେସ ସାଂସଦ ପ୍ରାର୍ଥୀ ଧରଣୀଧର ନାୟକ ମଇଦାନରେ ଯୁଝୁଛନ୍ତି। ତଥାପି ସେ ପ୍ରଚାରରେ ପଛରେ ନାହାନ୍ତି। କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀରେ ବି ବିଜେଡି ବିରୋଧରେ ସମାନ କ୍ଷୋଭ। କିଛି େଭାଟର େଖାଲାେଖାଲି କହିଛନ୍ତି, ବାରମ୍ବାର ପ୍ରାର୍ଥୀ ଲଦୁଛନ୍ତି ନବୀନ ପଟ୍ଟନାୟକ। ନେତାଙ୍କ ପ୍ରତିପତ୍ତି ବଢୁଛି। କେନ୍ଦ୍ରାପଡା କିନ୍ତୁ ଅନ୍ୟ ସବୁ ଅଞ୍ଚଳ ତୁଳନାରେ ଢେର୍ ପଛରେ ପଡିଛି। ସରକାର ଆମ ପାଇଁ ଯୋଜନା କରୁଛି। କିନ୍ତୁ ନେତା ସରକାରୀ କଳ ଏମିତି ଯେ ନିଜ ପକେଟରୁ ଦେବା ଭଳି ବ୍ୟବହାର କରୁଛନ୍ତି। ପାତରଅନ୍ତର କାହିଁରେ କେତେ। ଏବେ ଚିହ୍ନା ନାହିଁ ଜଣା ନାହିଁ, ମାଳ ମାଳ ନେତା ବାହାରୁ ମାଡି ଆସି ଭୋଟ ମାଗୁଛନ୍ତି। ଏମାନେ କିଏ, ଏମାନଙ୍କୁ ପଚାରିବୁ କାହିଁକି, ଅସନ୍ତୋଷ ଜଣାଇଲେ ବି ଲାଭ କଣ ମିଳିବ?

ପ୍ରକାଶଥାଉକି, ଶଶିଭୂଷଣଙ୍କ ପାଇଁ ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜ୍ୟର ଅଧିକାଂଶ ଆସନର ବିଜେଡି ନେତା ଡେରା ପକାଇଛନ୍ତି। ବ୍ରହ୍ମପୁର, େସାନପୁର, ରାଉରକେଲା ଯାଏ ସମସ୍ତେ ନିଜର ଛାମୁଆ କର୍ମୀଙ୍କୁ ଧରି େକନ୍ଦ୍ରାପଡା ସହରରେ ଏମିତି ଗହଳି କରୁଛନ୍ତି, େଯମିତି ଉତ୍ସବର ମାହୋଲ। ହେଲେ ଏସବୁ କିନ୍ତୁ େଭାଟରଙ୍କୁ ବିଶେଷ ପ୍ରଭାବିତ କରୁନାହିଁ। ବରଂ ତାହା ତାଙ୍କୁ ଅସନ୍ତୁଷ୍ଟ କରୁଛି। ସ୍ଥାନୀୟ ବିେଜଡି େନତାମାନେ ବି କ୍ଷୁବ୍ଧ। କିଛି େଭାଟର କହିଥିଲେ, ଆମ ନିଷ୍ପତ୍ତି ସରିଛି। ଏପଟେ ପାଟକୁରା ନିର୍ବାଚନମଣ୍ଡଳୀର ଭୋଟର କେବଳ ଲୋକସଭା ପାଇଁ ମତଦାନ କରିବେ। ତଥାପି ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ଅବର୍ତମାନରେ ଅନୁକମ୍ପା ଗୋଟାଇବା ପାଇଁ ବିଜେଡି ଆଜି ବି ତାଙ୍କୁ ପ୍ରଚାର ଆଗରେ ରଖିଛି। ତାଙ୍କ ନାଁରେ ଗୀତ ବାଜି, ସ୍ଲୋଗାନ ଦେଇ କର୍ମୀ ଗାଡି ବୁଲାଉଛନ୍ତି। େଭାଟ ମାଗୁଛନ୍ତି ନେତା। ତାଙ୍କ ଶ୍ରାଦ୍ଧ କାର୍ଯ୍ୟକୁ ଭଲ ଭାବରେ କରିବା ଲାଗି ବିେଜଡି ପ୍ରସ୍ତୁତି ଚଳାଇଛି।

ମହାକାଳପଡା ନିର୍ବାଚନମଣ୍ଡଳୀ ବାଦ ଦେଲେ ଅନ୍ୟ ସବୁ ଆସନରେ ବିଜେଡି ନେତା ସଂଘର୍ଷ ଭିତରେ ଅଛନ୍ତି। ରାଜନଗରରେ ବିଜେଡି ଅନ୍ତର୍ଦ୍ବନ୍ଦ୍ବ ନେତାଙ୍କ ପାଇଁ ବାଟ ଓଗାଳୁଛି। ଆଳିରେ କ୍ଷମତାକୁ ଆସିବା ଲାଗି ପ୍ରତାପ ଦେବ ପ୍ରାଣମୂର୍ଛା ଉଦ୍ୟମ ଚଳାଇଛନ୍ତି। ସାଲେପୁରରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରା ଓ ବିଜେପି ପ୍ରାର୍ଥୀ ପ୍ରକାଶ ବେହେରାଙ୍କ ଭିତରେ କଡା ଟକ୍କର। ଆଳି, ରାଜନଗର ଓ େକନ୍ଦ୍ରାପଡାରେ ବିଜେଡି ସିଧାସଳଖ କଂଗ୍ରେସ ସହ ଲଢୁଛି। ଏ ତିିିନିଟି େକ୍ଷତ୍ରରେ ତିନି ନମ୍ବର ସ୍ଥାନରେ ବିଜେପି ରହିବା ସମ୍ଭାବନା ଅଧିକ। ମାହାଙ୍ଗାରେ ବି କଂଗ୍ରେସ ପ୍ରଦର୍ଶନ କିଛି କମ ନାହିଁ।

ସମ୍ବନ୍ଧିତ ଖବର