କେନ୍ଦ୍ରାପଡ଼ାରେ କ˚ଗ୍ରେସ ୪ର୍ଥ ଥର ପାଇଁ ମୂଳପୋଛ

କେନ୍ଦ୍ରାପଡ଼ାରେ ବିଜୁ ଲିଗାସି ଟ୍ରେଣ୍ତ୍‌ : କ˚ଗ୍ରେସ ଓ ବିଜେପି ଚିତ୍‌

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ନିର୍ବାଚନ ଫଳାଫଳକୁ ନେଇ ରାଜ୍ୟବାସୀଙ୍କ ଯେତିକି ଉତ୍କଣ୍ଠା ଥିଲା ତା’ଠୁ ଅଧିକ ଚର୍ଚ୍ଚିତ ଆସନ ଥିଲା କେନ୍ଦ୍ରାପଡ଼ା ସ˚ସଦୀୟ କ୍ଷେତ୍ର। ସବୁଠି ବୈଜୟନ୍ତଙ୍କ ବିଜୟ ନେଇ ରାଜନୈତିକ ପଣ୍ଡିତମାନେ ଆକଳନ କରିଥିବା ବେଳେ କେବଳ ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ସର୍ଭେ ରିପାର୍ଟ କହିଥିଲା ଏଠାରୁ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ଭାବେ ନିର୍ବାଚିତ ହେବା ସମ୍ଭାବନା ଅଧିକ। ଶେଷକୁ ସେୟା ହିଁ ହେଲା। ଅନୁଭବ ଦେଢ଼ଲକ୍ଷରୁ ଊର୍ଧ୍ବ ଭୋଟରେ ବିଜୟ ଲାଭ କଲେ। ଜିଲ୍ଲାରେ ବିଜେଡି ପୂରା ଝାଡ଼ୁ ବୁଲାଇ ଦେଲା। ବିଧାନସଭା ଓ ଲୋକସଭା ଇତିହାସରେ ୪ର୍ଥ ଥର ପାଇଁ ଅଣ କ˚ଗ୍ରେସ ଗଡ଼ ଏହି ଜିଲ୍ଲାରୁ କ˚ଗ୍ରେସ ମୂଳପୋଛ ହୋଇଗଲା।

୧୯୭୭ରୁ ୧୯୮୦ରେ କ˚ଗ୍ରେସ ମୂଳପୋଛ ହୋଇ ଯାଇଥିବା ବେଳେ ତତ୍‌କାଳୀନ ବରୀ, ଡେରାବିଶ, ଆଳି, ପଟ୍ଟାମୁଣ୍ତାଇ, କେନ୍ଦ୍ରାପଡ଼ା ଓ ପାଟକୁରାରୁ ଜନତା ଦଳର ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ ଓ ଷଷ୍ଠ ଲୋକସଭାକୁ ଲୋକଦଳରୁ ବିଜୁ ପଟ୍ଟନାୟକ ସା˚ସଦ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୦-୯୫ରେ କେବଳ ପଟ୍ଟାମୁଣ୍ତାଇରେ ସିପିଆଇଏମ୍‌ ପ୍ରାର୍ଥୀଙ୍କୁ ଛାଡ଼ି ଦେଲେ ସବୁ ଆସନ ଜନତା ଦଳ ଜିତିଥିଲା। ୨୦୦୦ରୁ ୨୦୦୪ ତ୍ରୟୋଦଶ ବିଧାନସଭାରେ କେବଳ ପାଟକୁରାରେ ତୃଣମୂଳ କ˚ଗ୍ରେସ୍‌ ପ୍ରାର୍ଥୀଙ୍କ ବିଜୟ ହୋଇଥିବା ବେଳେ ବାକି ସବୁ ବିଜେଡି ପକେଟ୍‌ରେ ଥିଲା। ଚଳିତ ଶୋଡ଼ଷ ବିଧାନସଭାରେ ବିଜେପି ଏଠି ପ୍ରବେଶ କରିବାକୁ ଜୋରଦାର ପ୍ରୟାସ କରିଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ବତନ୍ତ୍ର ଫୋକସ୍‌ ସତ୍ବେ ବିଜେପି ଚିତ୍‌ପଟାଙ୍ଗ ମାରିଲା। ଖାତା ଖୋଲି ପାରିଲା ନାହିଁ। ବର˚ ବିଜେପି କାନ୍ଧରେ ସବାର ହୋଇ ନିର୍ବାଚନ ବୈତରଣୀ ପାର ହେବାକୁ ସ୍ବପ୍ନ ଦେଖିଥିବା କ˚ଗ୍ରେସ୍‌ର ଡଙ୍ଗା ମଧୢ ବୁଡ଼ିଗଲା। ନିର୍ବାଚନ ଫଳାଫଳକୁ ନେଇ ଏବେ ଏଭଳି ଚର୍ଚ୍ଚା ଜୋର ଧରିଛି ରାଜନୈତିକ ବିଶ୍ଳେଷକଙ୍କ ମଧୢରେ।

କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ ଅନୁଭବ ମହାନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧୢକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ୧ ଲକ୍ଷ ୫୨ ହଜାର ୫୪୮ ଖଣ୍ତ ଭୋଟରେ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି। ଅନୁଭବ ୬ ଲକ୍ଷ ୨୮୯୩୯ ଖଣ୍ତ ଭୋଟ ପାଇଥିବା ବେଳେ ବୈଜୟନ୍ତ ପାଇଛନ୍ତି ୪ ଲକ୍ଷ ୭୬ ହଜାର ୩୫୫ ଭୋଟ। ଗତ ଥର ୩ ଲକ୍ଷ ୯୩ ହଜାର ଭୋଟ ପାଇଥିବା କ˚ଗ୍ରେସ୍‌ ପ୍ରାର୍ଥୀ ଧରଣୀଧର ନାୟକ ୧ ଲକ୍ଷ ୧୩ ହଜାର ୮୪୧ ଖଣ୍ତ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟ ୩ ଜଣ ପ୍ରାର୍ଥୀ ଅମାନତ ହରାଇଛନ୍ତି।

କେନ୍ଦ୍ରାପଡ଼ା ଲୋକସଭା ଆସନ ପରେ ଅନ୍ୟ ଚର୍ଚ୍ଚିତ ଆସନ ଥିଲା କେନ୍ଦ୍ରାପଡ଼ା ବିଧାନସଭା। ଏକଜିଟ୍‌ ପୋଲ୍‌ଠାରୁ ଆରମ୍ଭ କରି ସାଧାରଣରେ ଚର୍ଚ୍ଚା ଓ ଆକଳନ ଥିଲା ଏଠାରେ ପୂର୍ବତନ ମନ୍ତ୍ରୀ କ˚ଗ୍ରେସ୍‌ ପ୍ରାର୍ଥୀ ଗଣେଶ୍ବର ବେହେରା ବିଜୟୀ ହେବେ। ଏଠାରୁ ବିଜେଡି ପ୍ରାର୍ଥୀ ହୋଇଥିବା ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ବାହାର ପ୍ରାର୍ଥୀ ଭାବେ ନ୍ୟୂନ କରି ଦେଖୁଥିବା ଓ ୩ଥର ପରାଜିତ ଗଣେଶ୍ବରଙ୍କ ପାଇଁ ଅନୁକମ୍ପା ଭୋଟ ମିଳିବ ବୋଲି ଥିବା ସବୁ ମହଲର ଆକଳନକୁ ଭୋଟର ଭୁଲ ପ୍ରମାଣିତ କରିଛନ୍ତି। ଏଠାରୁ ଅବଶ୍ୟ କଡ଼ା ମୁକାବିଲାର ସମ୍ମୁଖୀନ ଶଶିଭୂଷଣ ୬୩୨୦ ଖଣ୍ତ ଭୋଟରେ ବିଜୟ ଲାଭ କରିଛନ୍ତି। ଶଶିଭୂଷଣଙ୍କୁ ୬୩୯୬୬ ଭୋଟ ମିଳିଥିବା ବେଳେ ଗଣେଶ୍ବରଙ୍କୁ ୫୭୬୪୬ ଖଣ୍ଡ, ବିଜେପି ପ୍ରାର୍ଥୀ ସୁନାକର ବେରୋଙ୍କୁ ୨୨ ହଜାର ୧୪୧ ଖଣ୍ତ ଭୋଟ ମିଳିଛି। ନୋଟାରେ ୪୭୯ ଭୋଟ ପଡ଼ିଥିବା ବେଳେ ଅନ୍ୟ ୫ ଜଣ ପ୍ରାର୍ଥୀ ଅମାନତ ହରାଇଛନ୍ତି।

ରାଜନଗର ବିଧାନସଭା କ୍ଷେତ୍ରରେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଧ୍ରୁବଚରଣ ସାହୁ ଏଥର ୧୮୪୦୮ ଖଣ୍ତ ଭୋଟରେ ବିଜୟୀ ହୋଇଛନ୍ତି। ଧ୍ରୁବ ୭୮ ହଜାର ୯୨୬ ଖଣ୍ତ ଭୋଟ ପାଇଥିବା ବେଳେ ଗତ ଥରର ବିଧାୟକ କ˚ଗ୍ରେସ ପ୍ରାର୍ଥୀ ଅ˚ଶୁମାନ ମହାନ୍ତି ୬୦ ହଜାର ୫୧୮ ଖଣ୍ତ ଭୋଟ ପାଇଛନ୍ତି। ତୃତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ଅଲେଖ ଜେନା ୨୬୬୮୩ ଖଣ୍ତ ଭୋଟ ପାଇଥିବା ବେଳେ ଅନ୍ୟ ୪ ଜଣ ପ୍ରାର୍ଥୀ ଅମାନତ ହରାଇଛନ୍ତି। ନୋଟାରେ ୭୧୬ ଖଣ୍ତ ଭୋଟ ପଡ଼ିଛି।

ଆଳି ବିଧାନସଭା କ୍ଷେତ୍ରରେ କ˚ଗ୍ରେସ ଦୁର୍ଗ ଭୁଶୁଡ଼ି ପଡ଼ିଛି। ଏଠାରେ ମଧୢ ବିଜେପିକୁ କ˚ଗ୍ରେସ କାନ୍ଧରେ ଲାଉ ହେବାକୁ ଯାଇ ଲୋକହସା ହେବାକୁ ପଡ଼ିଛି। କ˚ଗ୍ରେସ ପ୍ରାର୍ଥୀ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ୫୫ ହଜାର ୬୦୧ ଖଣ୍ତ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବଙ୍କଠାରୁ ପରାସ୍ତ ହୋଇଛନ୍ତି। ପ୍ରତାପଙ୍କୁ ୯୯୪୨୬ ଖଣ୍ତ ଭୋଟ ମିଳିଥିବା ବେଳେ ଦେବେନ୍ଦ୍ରଙ୍କୁ ୪୩ ହଜାର ୮୨୫, ବିଜେପି ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକଙ୍କୁ ୨୬୩୯୩ ଖଣ୍ତ ଭୋଟ ମିଳିଛି। ଅନ୍ୟ ୭ ଜଣ ପ୍ରାର୍ଥୀ ଅମାନତ ହରାଇଛନ୍ତି। ୫୪୫ ଖଣ୍ତ ଭୋଟ ନେଟାରେ ପଡ଼ିଥିବା ବେଳେ ୫୯ ଭୋଟ ଅଗ୍ରାହ୍ୟ ହୋଇଛି।

ଏଣେ ମହାକାଳପଡ଼ା ନିର୍ବାଚନର ଫଳାଫଳ ସବୁ ଗଣିତକୁ ଭୁଲ ପ୍ରମାଣିତ କରିଛି। ଏଠାରୁ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସର୍ବାଧିକ ଭୋଟରେ ବିଜୟୀ ହେବେ ବୋଲି ଆକଳନ କରାଯାଉଥିଲା। କିନ୍ତୁ ବିଭିନ୍ନ ପର୍ଯ୍ୟାୟରେ ଆଗୁଆ ଥିଲେ ସୁଦ୍ଧା ସ˚ଘର୍ଷପୂର୍ଣ୍ଣ ଲଢେ଼ଇରେ ଅତନୁ ୧୫ ହଜାର ୬୬୩ ଖଣ୍ତ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। ୨୦୦୯ରୁ ଅତନୁ ଏହି ଆସନରୁ ଲଗାତାର ବିଜୟୀ ହୋଇ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ଅତନୁ ୯୩ ହଜାର ୧୯୭ ଖଣ୍ତ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ବିଜୟ ପ୍ରଧାନ ୭୭ ହଜାର ୫୩୪ ଖଣ୍ତ ଭୋଟ ପାଇଛନ୍ତି। ତୃତୀୟ ସ୍ଥାନରେ ଥିବା କ˚ଗ୍ରେସ ପ୍ରାର୍ଥୀ ବିଭ୍ରା˚ଶୁ ଲେଙ୍କା ଦୟନୀୟ ସ୍ଥିତିରେ ମାତ୍ର ୮୩୧୮ ଖଣ୍ତ ଭୋଟ ପାଇ ଅମାନତ ହରାଇଛନ୍ତି। ସେହିଭଳି ଅନ୍ୟ ୭ ଜଣ ପ୍ରାର୍ଥୀ ମଧୢ ଅମାନତ ହରାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରୁ ବିଜେପି ପ୍ରାର୍ଥୀ ଭାବେ ବିଜୟଙ୍କର ବ୍ୟକ୍ତିଗତ ଖାତାରେ ସର୍ବାଧିକ ୭୭ ହଜାର ୫୩୪ ଭୋଟ ପଡ଼ିଛି। ଜିଲ୍ଲାର କୌଣସି ବିଧାନସଭା କ୍ଷେତ୍ରରେ ବିଜେପି ଏତେ ଭୋଟ ପାଇ ନାହିଁ।

କେନ୍ଦ୍ରାପଡ଼ାରେ ବିଜୁ ଲିଗାସି ଟ୍ରେଣ୍ତ୍‌ : କ˚ଗ୍ରେସ ଓ ବିଜେପି ଚିତ୍‌

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜୁ ଲିଗାସି ଟ୍ରେଣ୍ତ୍‌ରେ ସ˚ାସଦ ଓ ବିଧାୟକ ପ୍ରାର୍ଥୀମାନେ ବିପୁଳ ବିଜୟ ହାସଲ କରିଛନ୍ତି। କେନ୍ଦ୍ରାପଡ଼ାର ବିକାଶ ଦାୟିତ୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ କାନ୍ଧକୁ ନେଇଥିବା ଘୋଷଣା ପରିପ୍ରେକ୍ଷୀରେ ଭୋଟର ବେଶ୍‌ ପ୍ରଭାବିତ ହୋଇଥିବା ଆଶା କରାଯାଉଛି। ବିଜୁବାବୁଙ୍କ କର୍ମଭୂମି ଭାବେ ପରିଚିତ କେନ୍ଦ୍ରାପଡ଼ା ସ୍ବାଧୀନତ୍ତୋର ୭୦ ବର୍ଷ ଇତିହାସରେ ବିକାଶ କ୍ଷେତ୍ରରେ ପଛୁଆ ଥିବାରୁ ସାଧାରଣରେ ନାନା ସମାଲୋଚନା ହେଉଥିଲା। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିକାଶ ପ୍ରସଙ୍ଗକୁ ନିଜ ଦାୟିତ୍ବ ବୋଲି ଘୋଷଣା କରିବା କଥାକୁ ଲୋକେ ହୃଦୟର ସହ ଗ୍ରହଣ କରିଥିଲେ। ମୋଦୀ କିମ୍ବା ଧର୍ମେନ୍ଦ୍ରଙ୍କ ବିକାଶ ପ୍ରତିଶ୍ରୁତିକୁ ଭରସା ନ କରି ଲୋକେ ତାହା ପ୍ରତ୍ୟାଖ୍ୟାନ କରିଥିବା କୁହାଯାଉଛି। ସମସ୍ତ ବିଧାନସଭା କ୍ଷେତ୍ରରେ କ˚ଗ୍ରେସ ବିଜେଡିଠାରୁ ମାତ୍‌ ଖାଇ ତୃତୀୟ ସ୍ଥାନକୁ ଚାଲି ଯାଇଥିବା ବେଳେ ବିଜେପି ପୂରା ଚିତ୍‌ପଟାଙ୍ଗ ହୋଇଛି। ମୋଦୀ କରିସ୍ମା କିଛି କାମ କରି ନାହିଁ। ଖାସ୍‌ କରି ଦଳର ରାଷ୍ଟ୍ରୀୟ ଉପାଧୢକ୍ଷ ବୈଜୟନ୍ତ ପଣ୍ତାଙ୍କ ବିଜୟ ନେଇ ଦଳ ଆଶାତୀତ ଭରସାରେ ଥିବା ବେଳେ ଭୋଟର ଭିନ୍ନ ବାର୍ତ୍ତା ଦେଇଛନ୍ତି। ବିଜେଡ଼ି ପ୍ରାର୍ଥୀ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ପକ୍ଷରୁ ବୈଜୟନ୍ତଙ୍କୁ ବେଇମାନ କହିବା ଓ କେନ୍ଦ୍ରାପଡ଼ା ମାଟିରେ କଳିଙ୍ଗ ଷଣ୍ଢ ଆଜୀବନ କାମ କରିବାକୁ ଦେଇଥିବା ପ୍ରତିଶ୍ରୁତିକୁ ଲୋକେ ଗ୍ରହଣ କରିଛନ୍ତି। ନିଜ ପିତାଙ୍କ ମୃତ୍ୟୁ ପରେ ବିଜେଡ଼ିରୁ କେହି ନଆସିବାରୁ ବେଇମାନ ବୋଲି ଆକ୍ଷେପ କରିଥିବା ବୈଜୟନ୍ତଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି। ମାଟିପୁଅର ନାରା ଦେଇ ଲଢ଼ିଥିବା ବରିଷ୍ଠ ଆଡଭୋକେଟ୍‌ କ˚ଗ୍ରେସ୍‌ ପ୍ରାର୍ଥୀ ଧରଣୀଧର ନାୟକ ବହୁ ପଛରେ ପଡ଼ି ଯାଇଛନ୍ତି। ତେବେ ଚର୍ଚ୍ଚା ହେଉଛି ବିଜେପିକୁ ବୈଜୟନ୍ତଙ୍କ ଆତ୍ମଗର୍ବ ମହଙ୍ଗା ପଡ଼ିଲା। ଏମିତିକି ସ˚ଗଠନରେ ଗୋଟିଏ ଗୋଷ୍ଠୀକୁ ଅଣଦେଖା କରି ବୈଜୟନ୍ତ ନିଜ ମର୍ଜିରେ ବିଭିନ୍ନ ଆସନରେ ବିଧାୟକ ପ୍ରାର୍ଥୀଙ୍କୁ ଚୟନ କରିବା ମଧ୍ୟ ମହଙ୍ଗା ପଡ଼ିଲା ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର