କେନ୍ଦ୍ରାପଡ଼ା ଜିଲ୍ଲାସାରା ବୁଲୁଛି ନକଲି ଟଙ୍କା : ଭାୟା ଭଦ୍ରକ, ୨୦% କମିସନ

ରାଜନଗର : ରାଜନଗରରେ ନକଲି ୨ଶହ ଓ ୫ଶହ ଟଙ୍କିଆ ନୋଟ କାରବାର କରୁଥିବା ସମୟରେ ଧରା ପଡିଥିବା ଡାଙ୍ଗମାଳ ପଂଚାୟତ ଶାରଦାପ୍ରସାଦ ଗାଁର ସେକ୍‌ ରବିଭଲ ହୋସେନ (୩୭)ବର୍ଷଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ପଚରା ଉଚରା ବେଳେ ଏହି ନକଲି ଟଙ୍କା ଭଦ୍ରକରୁ ଆସିଥିଲା। ସେ ୨୦ ପ୍ରତିଶତ ଲାଭରେ ଏହି ନକଲି ଟଙ୍କା ଦେଉଥିଲା ଏବଂ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ମାର୍କେଟରେ ସେ ଏହି ଟଙ୍କା ବିକ୍ରି କରାଇଥିବା ପୁଲିସ ଆଗରେ କହିଛି। ଜିଲ୍ଲାସାରା ଏହି ନକଲି ଟଙ୍କା ଖେଳିଯାଇଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।

ଗତକାଲି ରାଜନଗର ବଜାରରେ ପରିବା କିଣିବା ବେଳେ ସେକ ରବିଭଲ ହୋସେନ ୨ଶହ ଟଙ୍କିଆ ନକଲି ନୋଟ ଦୁଇଜଣ ବ୍ୟବସାୟୀଙ୍କୁ ଦେଇଥିଲେ। ବ୍ୟବସାୟୀଙ୍କ ସନ୍ଦେହ ହେବାରୁ ଯୁବକଙ୍କୁ ଗୋଡାଇ ଗୋଡାଇ ବ୍ଲକ କ୍ୟାମ୍ପସରୁ ଧରିଥିଲେ। ନକଲି ଟଙ୍କା କାରବାର କରୁଥିବା ଯୁବକଙ୍କ ନିକଟରୁ ଆଉ ଏକ ନକଲି ୫ଶହ ଟଙ୍କିଆ ନୋଟ ମିଳିଥିଲା। ଲୋକେ ଯୁବକ ଜଣଙ୍କୁ ପୁଲିସରେ ଜିମା ଦେଇଥିଲେ।

ସେକ ରବିଭଲଙ୍କୁ ପଚରା ଉଚରା ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସ ପାଇଛି। ଭଦ୍ରକର ଜଣେ ମହାନ୍ତିି ବାବୁ ତାଙ୍କୁ ଆଣି ନକଲି ୧୦ ହଜାର ଟଙ୍କା ଦେଇଥିଲେ। ୨ଶହ ଓ ୫ଶହ ଟଙ୍କିଆ ନକଲି ନୋଟ ତାଙ୍କୁ ଦେଇଥିଲେ। ଏହାକୁ ବଜାରରେ ଛାଡିଦେଲେ ୨୦ ପ୍ରତିଶତ ହିସାବରେ ମୋତେ ୨ହଜାର ଟଙ୍କା ମିଳିଥାନ୍ତା। ଏହି ଟଙ୍କାକୁ କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ, ରାଜନଗର, ଜରିମୂଳ, ଈଶ୍ୱରପୁର, ଡାଙ୍ଗମାଳ, ତାଳଚୁଆ ବଜାରରେ ଛାଡିଥିବା ସେ କହିଛନ୍ତି। ୩୦ରୁ ୫୦ଟଙ୍କାର ଜିନିଷ କିଣି ୨ଶହ ୫ଶହ ଟଙ୍କିଆ ଭଙ୍ଗାଇଛି ବୋଲି ଯୁବକ ଜଣକ ପୁଲିସ୍‌ ନିକଟରେ ସ୍ୱୀକାର କରିଛି।

ସମ୍ବନ୍ଧିତ ଖବର