କେନ୍ଦ୍ରାପଡ଼ା ବ୍ୟବସାୟୀଙ୍କୁ ସୁରକ୍ଷା ଚିନ୍ତା : ‘ପୁଲିସ ସୁରକ୍ଷା ନ ରହିଲେ କାଉଣ୍ଟର‌୍‌ ଖୋଲିବା କଷ୍ଟ’

କେନ୍ଦ୍ରାପଡ଼ା : ଅନ୍‌ଲାଇନ୍‌ରେ ମଦ ବିକ୍ରି ହେବ ବୋଲି ରାଜ୍ୟ ସରକାରଙ୍କ ଘୋଷଣା ପରେ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ। ବୁକି˚ ପରେ ଡେଲିଭରି ବୟ ଜରିଆରେ ମଦ ଘରେ ପହଞ୍ଚାଇବା ନିଷ୍ପତ୍ତିକୁ ନେଇ ଗୋଟିଏପଟେ ବିବାଦ ଲାଗି ରହିଥିବାବେଳେ ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟବସାୟୀଙ୍କୁ ସୁରକ୍ଷା ଚିନ୍ତା ଘାରିଛି। ଜିଲ୍ଲାର ଯେହେତୁ ନବେ ପ୍ରତିଶତ ମଦ କାଉଣ୍ଟର‌୍‌ ଗ୍ରାମାଞ୍ଚଳ ଇଲାକାରେ ରହୁଛି, ତେଣୁ ପୁଲିସ ସୁରକ୍ଷା ବ୍ୟବସ୍ଥା ନ ରହିଲେ କାଉଣ୍ଟର‌୍‌ ଖୋଲିବା ସମ୍ଭବ ହେବ ନାହିଁ। ଏଭଳି ସ୍ଥିତିରେ ଅନଲାଇନ୍‌ରେ ମଦ ବିକ୍ରି କରିବା କଷ୍ଟକର ହୋଇପଡ଼ିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲା ବିଦେଶୀ ମଦ ବ୍ୟବସାୟୀ ସ˚ଘ ସଭାପତି ରାମଚନ୍ଦ୍ର ସାହୁ କହିବା ସହ ଏ ସ˚କ୍ରାନ୍ତରେ ଅଧୀକ୍ଷକଙ୍କୁ ଜଣାଯାଇଥିବା କହିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାରେ ୭୨ଟି ବିଦେଶୀ ମଦ ଦୋକାନ ରହିଛି। କରୋନଜନିତ ଲକଡାଉନ୍‌ କାରଣରୁ ଗତ ମାର୍ଚ୍ଚ ୨୧ତାରିଖରୁ ଜିଲ୍ଲାର ସମସ୍ତ ମଦ କାଉଣ୍ଟର‌୍‌ ସିଲ୍‌ କରି ଦିଆଯାଇଥିଲା। ଯେହେତୁ କାଉଣ୍ଟର୍‌ଗୁଡ଼ିକ ଗଲା ଦୁଇ ମାସରୁ ଅଧିକ ଦିନ ହେବ ବନ୍ଦ ରହିଛି, ତେଣୁ ୨୦୨୦-୨୧ ଆର୍ଥିକ ବର୍ଷର ଲାଇସେନ୍ସ ନବୀକରଣ କାହାରିକୁ ଦିଆଯାଇ ନ ଥିଲା। ସରକାର ଅନଲାଇନ୍‌ରେ ମଦ ବିକ୍ରିକୁ ଅନୁମତି ଦେବା ପରେ ଗଲା ଦୁଇ ଦିନ ହେବ ବ୍ୟବସାୟୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଲାଇସେନ୍‌ସ ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଅନଲାଇନ୍‌ରେ ମଦ ବିକ୍ରି କରିବା ପୂର୍ବରୁ ବ୍ୟବସାୟୀଙ୍କୁ ସୁରକ୍ଷା ଚିନ୍ତା ଘାରିଛି। ଗ୍ରାମାଞ୍ଚଳରେ ପ୍ରାୟତଃ କାଉଣ୍ଟରଗୁଡ଼ିକ ରହିଥିବାରୁ ଖୋଲାଗଲେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି। ଲୋକମାନେ ଅନଲାଇନ୍‌ ବ୍ୟବସ୍ଥା ପରିବର୍ତେ ହାତେ ହାତେ ଟଙ୍କା ଦେଇ ମଦ ନେବାକୁ ଉଦ୍ୟମ କରିପାରନ୍ତି ଏବ˚ ନ ଦେଲେ ଗଣ୍ତଗୋଳ ଭିଆଇବାର ଯଥେଷ୍ଟ ସମ୍ଭାବନା ଥିବା ବ୍ୟବସାୟୀ ମାନେ ମତ ଦେଉଛନ୍ତି।

ସଭାପତି ଶ୍ରୀ ସାହୁଙ୍କ କହିବା କଥା ହେଉଛି, କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ବିଗି, ଜମାଟୋ ଭଳି ଘରୋଇ ସ˚ସ୍ଥାର ଉପସ୍ଥିତି ନାହିଁ। ପ୍ରତ୍ୟେକ କାଉଣ୍ଟର‌୍‌ରେ କର୍ମଚାରୀ ଅଛନ୍ତି, ଯେଉଁମାନେ ବୁକି˚ କରିଥିବା ଲୋକଙ୍କ ଘରେ ମଦ ପହଞ୍ଚାଇ ପାରିବ। ଅନ୍ୟଥା ଆଉଟ୍‌ସୋର୍ସି˚ରେ ପିଲାଙ୍କୁ ରଖାଯାଇ ସୁବିଧା ଉପଲବ୍ଧ କରାଯିବ। ମାତ୍ର ଏ ସବୁ କାଉଣ୍ଟର‌୍‌ ସୁରକ୍ଷିତ ରହିଲେ ଯାଇ ସମ୍ଭବ ହେବ। ଗ୍ରାମାଞ୍ଚଳରେ କାଉଣ୍ଟର‌୍‌ ଥିବା ଦୃଷ୍ଟିରୁ ଲୋକମାନେ ସଧାସଳଖ ଟଙ୍କା ଦେଇ ମଦ ନେବାକୁ ଉଦ୍ୟମ କରିବେ। ଭିଡ଼ ଜମିବ। ସାମାଜିକ ଦୂରତା ରକ୍ଷା ହୋଇପାରିବ ନାହିଁ। ମନା କଲେ ଝମେଲା ଏମିତିକି ଭିତରେ ପଶି ଜୋରଜବରଦସ୍ତ ନେଇଯିବାର ଆଶଙ୍କା ରହୁଛି। ଏଣୁ ପ୍ରତି କାଉଣ୍ଟର‌୍‌ରେ ପ୍ରଶାସନ ପକ୍ଷରୁ ପୁଲିସ ସୁରକ୍ଷା ନିଶ୍ଚିତ କରାଯିବା ଦରକାର। ସବୁଦିନ ନ ହେଲେ ଅନ୍ତତଃ ପକ୍ଷେ ୧୫ ଦିନ ଏଭଳି ସୁରକ୍ଷା ବ୍ୟବସ୍ଥା କରାଯିବା ଦରକାର। ଏ ସ˚କ୍ରାନ୍ତରେ ସବୁ ବ୍ୟବସାୟୀମାନେ ଅଧୀକ୍ଷକଙ୍କୁ ଜଣାଇ ଦେଇଛୁ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର