କେନ୍ଦ୍ରାପଡ଼ା: ବିଜୁଳି ଆଘାତରେ ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: ସୋମବାର ପ୍ରତ୍ୟୁଷରେ ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ମାର୍ଶାଘାଇ ଥାନା ଅଧୀନ ପାଟଳିପଙ୍କ ଗାଁ’ରେ ବିଜୁଳି ଆଘାତ ପାଇବା ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।

ମୃତ ମହିଳାଜଣକ ପାଟଳିପଙ୍କ ନିବାସୀ ରବୀନ୍ଦ୍ରନାଥ ବେହେରାଙ୍କ ପତ୍ନୀ ୩୯ ବର୍ଷୀୟ ଅଞ୍ଜନା ବେହେରା। ଅଙ୍ଗନବାଡ଼ିରେ କାର୍ଯ୍ୟ କରୁଥିବା ଅଞ୍ଜନା ଆଜି ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଗାଧୁଆପାଧୁଆ ସାରି ପାଣି ମୋଟର୍‌ ସୁଇଚ୍‌ ବନ୍ଦ କରୁଥିବା ବେଳେ ବିଜୁଳି ଆଘାତ ପାଇବାରୁ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ପରିବାର ଲୋକେ ତାଙ୍କ ଶବ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଛନ୍ତି। ଖବର ପାଇ ମାର୍ଶାଘାଇ ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ପ୍ରକାଶ।

ସମ୍ବନ୍ଧିତ ଖବର