କେନ୍ଦ୍ରାପଡ଼ା(ସ୍ବୟଂଶାସିତ)ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଉଦ୍‌ଯାପନୀ ଅବସରରେ

0

ରାଜେଶ କୁମାର ନାୟକ
କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ତାର ହୀରକ ଜୟନ୍ତୀ ପାଳନ କରୁଛି। ୧୯୫୯ ମସିହା ଫେବ୍ର୍ରୁଆରି ୧୨ତାରିଖରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ୬୦ ବର୍ଷ ସଫଳତାର ସହ ଅତିକ୍ରମ କରିବା ନିଶ୍ଚୟ ଗର୍ବ ଓ ଗୌରବର ବିଷୟ। ଭାରତ ସ୍ବାଧୀନତା ପ୍ରାନ୍ତିର ମାତ୍ର ୧୨ ବର୍ଷ ପରେ ଏହି ଅନୁଷ୍ଠାନଟି ଜନ୍ମଲାଭ କରିଥିଲା। ସେ ସମୟକୁ ଚିନ୍ତା କଲେ ଶିକ୍ଷାପ୍ରେମୀ ପ୍ରତିଷ୍ଠାତାମାନେ କେତେ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିଥିବେ ତାହା ସ୍ପଷ୍ଟ ବୁଝି ହେଉଛିା ‘ମହତ ଭାଷଣ-ମହତ କଷଣ, ନଯାଏ ଜଗତେ କେବେ ଅକାରଣ।’ ଯେଉଁ ମହାପୁରୁଷମାନଙ୍କ ସ୍ବପ୍ନ ଓ ସ˚କଳ୍ପରେ ଏହି ଅନୁଷ୍ଠାନଟି ଗଢ଼ି ଉଠିଥିଲା, ତାହା ଆଜି କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ ନୁହେଁ ବର˚ ସମଗ୍ର ଓଡ଼ିଶାରେ ଏକ ଅଗ୍ରଣୀ ସ୍ବୟଶାସିତ ମହାବିଦ୍ୟାଳୟର ସ୍ବୀକୃତି ପାଇଛି। ଏଠାରୁ ଉଚ୍ଚଶିକ୍ଷା ଲାଭ କରି ବହୁ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ଆଜିର ଏହି ମହାର୍ଘ୍ୟ ବେଳାରେ ସେହି ପ୍ରାତଃସ୍ମରଣୀୟ ପ୍ରତିଷ୍ଠାତା ତଥା ନିଜର ତ୍ୟାଗ ଓ ତପସ୍ୟାରେ ଅନୁଷ୍ଠାନକୁ ମର୍ଯ୍ୟାଦାବନ୍ତ ଏବ˚ ଗୌରବାନ୍ବିତ କରିଥିବା ଉତ୍ସର୍ଗୀକୃତ ଅଧ୍ୟାପକ ଅଧ୍ୟାପିକାଙ୍କୁ ପ୍ରଣାମ କରୁଛି।

ବିଦ୍ୟାର୍ଥୀଙ୍କୁ ବିଦ୍ବାନଙ୍କ ସହ ଯୋଡ଼ିବା,ଶିକ୍ଷା ସହ ଶିକ୍ଷାର୍ଥୀଙ୍କୁ ଯୋଡ଼ିବା ଏବ˚ ଅନୁମାନକୁ ବାସ୍ତବିକ ସିଦ୍ଧ କରିବା ହେଉଛି ଗୋଟିଏ ଶିକ୍ଷାନୁଷ୍ଠାନର ପ୍ରଥମ ତଥା ପ୍ରଧାନ କାର୍ଯ୍ୟା ସେହି ଲକ୍ଷ ପଥରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ଯେ ଉତ୍କର୍ଷତା ଲାଭ କରିଛି ସେ କଥାକୁ ସ୍ବୀକାର କରିବାକୁ ପଡ଼ିବ। ଅନୁଷ୍ଠାନର ଭିତ୍ତିଭୂମି ପୂର୍ବାପେକ୍ଷା ଅଧିକ ଆକର୍ଷଣୀୟ ସହିତ କଳେବର ବି ବୃଦ୍ଧି ପାଇଛି। ଅନୁଭବି ଶିକ୍ଷକଙ୍କ ସହିତ ଯୁବ ଶିକ୍ଷକଙ୍କ ସଫଳ ସନ୍ତୁଳନ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶକୁ ଅଧିକ ରୁଦ୍ଧିମନ୍ତ କରିଛି ଓ ସ୍ବୟଂଶାସିତ ମହାବିଦ୍ୟାଳୟର ମର୍ଯ୍ୟାଦା ଦେଇଛିି। ପାରମ୍ପରିକ ଶିକ୍ଷା ପ୍ରତି ଭଲ ଛାତ୍ରଛାତ୍ରୀଙ୍କ ଅନାଗ୍ରହ ସତ୍ବେ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସ˚ଖ୍ୟା ଦୃଷ୍ଟିରୁ ବେଶ୍‌ ସମୃଦ୍ଧ ବୋଲି ଅନାୟସ କୁହାଯାଇପାରିବ। ଏହା ମଧ୍ୟରେ ବିଶ୍ବବିଦ୍ୟାଳୟ ମଞ୍ଜୁରୀ ଆୟୋଗ ମଧ୍ୟ ଅନ୍ୟତମ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ସ୍ବୀକୃତି ପ୍ରଦାନ କରିଛନ୍ତି। ଏ ସମସ୍ତ ସଫଳତା ସତ୍ତ୍ବେ ମହାବିଦ୍ୟାଳୟରେ ଆବଶ୍ୟକ ଅଧ୍ୟାପକ-ଅଧ୍ୟାପିକାଙ୍କ ଅଭାବ ସବୁଠାରୁ ବଡ଼ ପ୍ରତିବନ୍ଧକ ହୋଇ ରହିଛିି। ନୂତନ ବୈଷୟିକ ଜ୍ଞାନକୌଶଳର ଉପଯୋଗ ତଥା ଫାଇଦା ନେବାରେ ଆମେ ଅନ୍ୟମାନଙ୍କ ଠାରୁ ଢେ଼ର୍ ପଛରେ ପଡ଼ିେଛ। ଯେମିତି ଲାଗୁଛି ଆମ ଅନୁଷ୍ଠାନଟି ଯୁଗ ସହ ତାଳ ଦେଇ ଚାଲି ପାରୁନି। ସେପଟେ ଜବରଦଖଲ ଯୋଗୁଁ ଦିନକୁ ଦିନ ମହାବିଦ୍ୟାଳୟର ପରିସୀମା ସଙ୍କୁଚିତ ହେଉଛି। ଆବଶ୍ୟକ ଭିତ୍ତିଭୂମିର ଅଭାବରୁ କ୍ରୀଡ଼ା ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଆମର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ।

ଅପରପକ୍ଷରେ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ କରିବାକୁ ଦାବି ଉଠୁଛିି। ନିକଟ ଅତୀତରେ ଓଡ଼ିଶାରେ ପ୍ରତିଷ୍ଠିତ କିଛି ବିଶ୍ବବିଦ୍ୟାଳୟ ତଥା ଆମର ସର୍ବପୁରାତନ ବିଶ୍ବବିଦ୍ୟାଳୟଗୁଡ଼ିକର ଅବସ୍ଥାକୁ ଦେଖିଲେ ଆଉ ନୂଆ ବିଶ୍ବବିଦ୍ୟାଳୟ ସ୍ଥାପନା ସ˚ପର୍କରେ ଯେ କେହି ନିରୁତ୍ସାହିତ ହେବା ସ୍ବାଭାବିକ। କୁହାଯାଏ ସର୍ବନିମ୍ନ ମୌଳିକ ସେବାରୁ ବଞ୍ଚିତ ନାଗରିକଙ୍କ ବିଦ୍ରୋହକୁ ଦମନ କରିବାକୁ ଚତୁର ରାଜନେତାମାନେ କୋଟିପତି ହେବାର ସ୍ବପ୍ନ ଦେଖାଇଥାଆନ୍ତି ଅର୍ଥାତ୍‌ ରେଳପଥର ଛାଇ ଦେଖି ନଥିବା ଅଞ୍ଚଳରେ ବୁଲେଟ୍‌ ଟ୍ରେନ୍‌ ଚଳାଇବା ଭଳି ସ୍ବପ୍ନର କଥା । ଭବିଷ୍ୟତରେ ବିଶ୍ବବିଦ୍ୟାଳୟ ହେବାରେ ମନା ନାହିଁ କିନ୍ତୁ ପ୍ରଥମେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ସହିତ ନୂଆ ପ୍ରଯୁକ୍ତି କୌଶଳରେ ଦେଶ ବିଦେଶର ବିଭିନ୍ନ ଶିକ୍ଷାଅନୁଷ୍ଠାନ ସହିତ ଆମ ଛାତ୍ରଛାତ୍ରୀଙ୍କୁ ଯୋଡିବା, ସେମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସ୍ବତନ୍ତ୍ର ସେଲ୍‌ ଖୋଲି ପ୍ରଶିକ୍ଷଣ ଦେବାଭଳି ବହୁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଯାହା ଦ୍ବାରା ସେମାନଙ୍କର ବୌଦ୍ଧିକ ତଥା ବୃତ୍ତିଗତ ବିକାଶ ପାଇଁ ନୂଆ ରାସ୍ତା ଖୋଲିବ। ସବୁ କଥାକୁ ସରକାର ଓ ମହାବିଦ୍ୟାଳୟ ପ୍ରଶାସନ ଉପରେ ଛାଡ଼ି ଦେଇ ଚୁପ୍‌ ରହିବା ଆମର ସ୍ବଭାବ। ମୋ ମତରେ ଏ ଦାୟିତ୍ବ ସଫଳ ପୁରାତନ ଛାତ୍ରଛାତ୍ରୀମାନେ ନିଜ କାନ୍ଧକୁ ନେବା ଉଚିତ।

ମୋର ସୌଭାଗ୍ୟ ଯେ ମୁଁ ଏହି ମହାବିଦ୍ୟାଳୟର ଜଣେ ପୁରାତନ ଛାତ୍ର। ମୁଁ ଯେତେବେଳେ ଏଠାରେ ନାମ ଲେଖାଇଥିଲି ସେତେବେଳେ ମୋର ନାମ ଲେଖା ଫିସ୍‌ ଥିଲା ମାତ୍ର ଦୁଇଶହ ଏକାବନ ଟଙ୍କା। ଆଉ ମାସିକ ଦରମା ଥିଲା ମାତ୍ର ଏଗାର କି ବାର ଟଙ୍କା। କିନ୍ତୁ ଆଜି ମୋ ଝିଅର ପ୍ରାଥମିକ ଶ୍ରେଣୀର ପାଠପଢ଼ା ଖର୍ଚକୁ ଦେଖିଲେ ଭାବୁଛି ଯଦି ଏହି ଶିକ୍ଷାନୁଷ୍ଠାନଟି ପ୍ରତିଷ୍ଠା ନ ହୋଇଥାନ୍ତା, ତେବେ ଆମ୍ଭମାନଙ୍କର ଅବସ୍ଥା ଯେ କଣ ହୋଇଥାଆନ୍ତା! ତାହା ଚିନ୍ତା କରି ହେଉନାହିଁ। ସମୟ ଥିଲା ଯେତେବେଳେ ଛାତ୍ରଛାତ୍ରୀ ତଥା ସେମାନଙ୍କ ଅବିଭାବକଙ୍କ ପ୍ରଥମ ପସନ୍ଦ ଥିଲା ସରକାରୀ ଶିକ୍ଷାନୁଷ୍ଠାନ। କିନ୍ତୁ ଆଜିକାଲି ବେସରକାରୀ ଅନୁଷ୍ଠାନଗୁଡ଼ିକ ପ୍ରଥମ ପସନ୍ଦ ଭାବେ ଉଭା ହୋଇଛନ୍ତି। ବିଡ଼ମ୍ବନାର କଥା ହେଲା ଯେଉଁ ଶିକ୍ଷାନୁଷ୍ଠାନରେ ଆମ୍ଭେମାନେ ପାଠ ପଢ଼ି ସଫଳ ହୋଇେଛ, ସେଠାରେ ଆମେ ଆମ ପିଲାଙ୍କୁ ପାଠ ପଢ଼ାଇବାକୁ ନାକ ଟେକୁେଛ। ମାତ୍ର ୧୫-୨୦ ବର୍ଷ ମଧ୍ୟରେ କାହିଁକି ସରକାରୀ ଅନୁଷ୍ଠାନଗୁଡ଼ିକ ଏଭଳି ଅବକ୍ଷୟର ଶିକାର ହୋଇଛନ୍ତି ସେ ସ˚ପର୍କରେ ଆମେ କଣ କେବେ ଥରୁଟିଏ ଚିନ୍ତା କରିେଛ? କୁହାଯାଏ ପୁରାତନ ଛାତ୍ରଛାତ୍ରୀମାନେ ହିଁ ଯେକୌଣସି ଶିକ୍ଷାନୁଷ୍ଠାନର ଶ୍ରେଷ୍ଠ ସମ୍ପଦ। ହୀରକ ଜୟନ୍ତୀ ପାଳନ ଅବସରରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ମୋର କେତୋଟି ବିନମ୍ର ପଶ୍ନ। କହିଲେ ଦେଖି ଆମ ପ୍ରିୟ ଶିକ୍ଷାନୁଷ୍ଠାନର ଗୌରବ ତଥା ପ୍ରତିଷ୍ଠା ବୃଦ୍ଧିରେ ଆମର ଅବଦାନକଣ? ଏଭଳି କଣ କରିେଛ ଯେ ଯେଉଁଥିରେ ଅନୁଷ୍ଠାନ ଆମ ପାଇଁ ଗର୍ବ କରିବ? ଆମ ଠାରେ କଣ ଦେଖି ଲୋକେ ଆମ ମହାବିଦ୍ୟାଳୟର ଉତ୍କର୍ଷତାକୁ ମନେ ପକାଇବେ? ଏ ପ୍ରଶ୍ନ ମୋ ପାଇଁ, ଆପଣଙ୍କ ପାଇଁ, ଆମ ସମସ୍ତଙ୍କ ପାଇଁ। କେଉଁଠି ଅନୁଷ୍ଠାନର ପରିଚୟରେ ବ୍ୟକ୍ତି ପରିଚିତ ହୁଅନ୍ତି ତ ପୁଣି କେଉଁଠି ବ୍ୟକ୍ତିଙ୍କ ପରିଚୟରେ ଅନୁଷ୍ଠାନ ସ୍ବୀକୃତି ପାଏ। ଏହି ଦୁଇ ବର୍ଗରୁ ଆମେ କେଉଁ ବର୍ଗରେ ରହିବା ସେ ନିଷ୍ପତ୍ତି ଆମର…..।
ପୁରାତନ ଛାତ୍ର (ସମାଜ ବିଜ୍ଞାନ ବିଭାଗ)
୯୪୩୭୫୭୩୩୭୧
Email: [email protected]

ସମ୍ବନ୍ଧିତ ଖବର

Leave A Reply

Your email address will not be published.