କେନ୍ଦ୍ରାପଡ଼ା ଯୌନ ଶୋଷଣ ମାମଲା : ଜେଲ୍‌ ଗଲେ ପ୍ରମୋଦ ସାହୁ

କେନ୍ଦ୍ରାପଡ଼ା : ଯୌନ ଶୋଷଣ ଭଳି ସ˚ଗିନ ଅପରାଧରେ ଛନ୍ଦି ହୋଇପଡ଼ିଥିବା କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟିର ସଭାପତି ପ୍ରମୋଦ ସାହୁଙ୍କୁ ପୁଲିସ ଗିରଫ କରି ଜେଲ୍‌ ହାଜତକୁ ପଠାଇଛି। ଗତକାଲି ରାତି ପ୍ରାୟ ସାଢେ଼ ୧୧ଟା ବେଳେ ପୁଲିସ ଅଭିଯୁକ୍ତ ଶ୍ରୀ ସାହୁଙ୍କୁ ବଣିଆମାଳସ୍ଥିତ ତାଙ୍କ ବାସଭବନରୁ ଉଠାଇ ନେଇ ଏକ ଅଜ୍ଞାତ ସ୍ଥାନରେ ଜେରା କରିଥିଲା। ଆଜି ସକାଳୁ ପୁଲିସ ତାଙ୍କୁ ଗିରଫ ଦର୍ଶାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଇଥିଲା। ପରେ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ତାଙ୍କୁ ହାଜର କରାଇଥିଲା। କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେବା ପରେ ତାଙ୍କୁ ବାରିମୂଳସ୍ଥିତ ସବ୍‌ଜେଲ୍‌କୁ ପଠାଇ ଦିଆଯାଇଥିଲା।

ପୁଲିସ ଗତକାଲି ରାତିରେ ତାଙ୍କୁ ଘରୁ ଉଠାଇ ନେଇଥିଲା। ଆଜି ଗିରଫ ଦର୍ଶାଇ ଶ୍ରୀ ସାହୁଙ୍କୁ ଭୋର‌୍‌ ପ୍ରାୟ ୫ଟା ବେଳେ ମେଡିକାଲ୍‌ରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲା। ଏହାପରେ ଟାଉନ ଥାନାକୁ ଅଣାଯାଇ ଦିନ ପ୍ରାୟ ୧୧ଟା ଯାଏ ରଖାଯାଇଥିଲା। କୋର୍ଟ ଖୋଲିବା ପରେ ଶ୍ରୀ ସାହୁଙ୍କୁ ହାଜର କରାଯାଇଥିଲା। ଅଦାଲତ ତାଙ୍କ ଜାମିନ ଆବେଦନକୁ ନାମ˚ଜୁର କରିଦେବାରୁ ଶ୍ରୀ ସାହୁଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଥିଲା।

ଅନ୍ୟପକ୍ଷରେ ପୀଡ଼ିତା ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘‘ନ୍ୟାୟ ପାଇଁ ଯେଉଁ ଲଢେ଼ଇ କରୁଥିଲି, ଆଜି ଅଭିଯୁକ୍ତଙ୍କୁ ଗିରଫ ପରେ ତାର ଅଧା ସଫଳତା ମିଳିଛି।’ ଏଥିସହିତ, ଏହି ଘଟଣାରେ ସୋସାଇଟିର ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ବି ସ˚ପୃକ୍ତ ଅଛନ୍ତି; ଯିଏ ସଭାପତିଙ୍କ କଥାରେ ରାଜି ହେବା ପାଇଁ ତାଙ୍କୁ ପ୍ରବର୍ତ୍ତାଇଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର