କେନ୍ଦ୍ରାପଡ଼ା: ଆଉ ବୋଧେ କେବେ ବି ଓଡ଼ିଶାରୁ ହଜିବନି ଦାନ ମାଝୀ ଭଳି ଘଟଣା । ଗୋଟାଏ ପରେ ଗୋଟାଏ ଏଭଳି ଘଟଣା ଓଡ଼ିଶାକୁ କଳଙ୍କିତ କରିବାରେ ଲାଗିଛି। ଦାନ ମାଝୀ ଘଟଣାକୁ ଲୋକେ ପ୍ରାୟ ଭୁଲି ଆସିବା ବେଳକୁ ଦେଖିବାକୁ ମିଳୁଛି ସେହିପରି ଆହୁରି ଅନେକ ଘଟଣା। ନିଜ ମୃତ ପତ୍ନୀଙ୍କୁ ନେବା ପାଇଁ ମହାପ୍ରୟାଣ ଗାଡ଼ିଟିଏ ନ ପାଇ ପତ୍ନୀର ମୃତ ଦେହକୁ କାନ୍ଧରେ ବୋହି ନେଇଥିବା ଦାନ ପୂରା ବିଶ୍ୱରେ ଚର୍ଚ୍ଚା ପାଲଟିଥିଲେ। ଏବେ କିନ୍ତୁ କେନ୍ଦ୍ରାପଡ଼ାରେ ଯାହା ଘଟିଛି ତାହା ଆହୁରି ନିନ୍ଦନୀୟ। ଟଙ୍କା ବିବାଦ ନ ଛିଣ୍ଡିବାରୁ ମୃତ ପିଲା ସହ ପରିବାର ଲୋକଙ୍କୁ ଅଧା ରାସ୍ତାରେ ଓହ୍ଲାଇ ଦେଇଛି ମହାପ୍ରୟାଣ ଗାଡ଼ି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରପଡ଼ା ଜିଲ୍ଳାରେ ଦେଖିବାକୁ ମିଳିଛି ଦାନ ମାଝୀର କାହାଣୀ ପରି ଆଉ ଏକ କାହାଣୀ । ଘଟଣାଟି ହେଉଛି ଏପରି, ନିଜ ମୃତ ପିଲାକୁ ପରିବାର ଲୋକେ କେନ୍ଦ୍ରାପଡ଼ା ହସ୍ପିଟାଲ୍ରୁ ମହାପ୍ରୟାଣ ଗାଡ଼ିରେ ଘରକୁ ଆଣୁଥିଲେ। ଅଧାବାଟରେ ଟଙ୍କାକୁ ନେଇ ଠେଲା ପେଲା ଲାଗିଥିଲା। ପରିବାର ଲୋକ ୬୦୦ ଟଙ୍କା ଦେଇ ନ ପାରିବାରୁ ମୃତ ପିଲା ସହ ପରିବାର ଲୋକଙ୍କୁ ହସ୍ପିଟାଲ୍ରୁ୧ କିଲୋମିଟର ଦୂରରେ ଥିବା ଗୋପଛକରେ ଛାଡ଼ି ମହାପ୍ରୟାଣ ଗାଡ଼ି ଫେରିଯାଇଥିଲା। ପରିବାର ଲୋକେ ବାଧ୍ୟ ହୋଇ ବାଇକ୍ ଯୋଗେ ମୃତ ଶିଶୁକୁ ନେଇ ଘରକୁ ଫେରିଥିଲେ।