କେନ୍ଦ୍ରାପଡ଼ା ରାଜନୀତି: ବୈଜୟନ୍ତଙ୍କ ବୈଠକକୁ ବୟକଟ୍‌!

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିର ନିଲମ୍ବିତ ହେବା ପରେ ତାଙ୍କ ବୈଠକକୁ ସରକାରୀ ଅଫିସର ବି ଆସୁ ନାହାନ୍ତି। ପୂର୍ବରୁ ନେତା ଓ ବିଧାୟକମାନେ ବୈଜୟନ୍ତଙ୍କ ବୈଠକକୁ ବୟକଟ କରିଥିବା ବେଳେ ଆଜି ସରକାରୀ ବୈଠକକୁ ପ୍ରମୁଖ ଅଫିସର ନଆସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ଉନ୍ନୟନ ପରିଚାଳନା ପରିଷଦର ୬ଷ୍ଠ ସମୀକ୍ଷା ବୈଠକ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଡିଆର୍‌ଡିଏ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହି ବୈଠକକୁ କୌଣସି ଜଣେ ହେଲେ ବିଧାୟକ, ଯୋଜନାବୋର୍ଡ଼ ସଦସ୍ୟ ଏପରିକି ଜିଲ୍ଲାପାଳ ବି ଆସି ନଥିଲେ। ଏଭଳି ସ୍ଥିତି ଦେଖି ସାଂସଦ ଖପ୍ପା ହୋଇଯାଇଥିଲେ। ଯେଉଁମାନେ ଅନୁପସ୍ଥିତ ଅଛନ୍ତି ସେମାନଙ୍କୁ କୈଫିୟତ ତଲବ କରାଯିବ ବୋଲି କହିଥିଲେ। ବୈଠକକୁ କେହି ନ ଆସିଲେ ମଧ୍ୟ ବିକାଶ ପାଇଁ କାମ କରି ଚାଲିବି ବୋଲି ବୈଜୟନ୍ତ କହିଥିଲେ। ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ କୁମାର ପରିଡ଼ା, କଳ୍ପନା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର