‌କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଏସପିଙ୍କ ଦୁର୍ବ୍ୟବହାର। ତାହା ବି ପୁଣି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକଙ୍କ ଉପରେ। ପୂର୍ବରୁ ସାମ୍ବାଦିକଙ୍କ ଉପରେ ଅନେକ ସମୟରେ ଆକ୍ରମଣ ହେଉଥିବାର ଖବର ସାମ୍ନାକୁ ଆସୁଥିବା ବେଳେ ଆଜି ଦିବାଲୋକରେ କେନ୍ଦ୍ରାପଡା ଏସପି ନୀତିଶେଖର କାର୍ଯ୍ୟରତ ସାମ୍ବାଦିକଙ୍କ ଉପରକୁ ହାତ ଉଠାଇଥିବା ଅଭିଯୋଗ ହୋଇଛି। ଯାହାର ଭିଡ଼ିଓ କ୍ୟାମେରା ଲେନ୍ସରେ କଏଦ ହୋଇଛି।

Advertisment

ସୂଚନା ଅନୁଯାୟୀ, ପାଟକୁରା ନିର୍ବାଚନରେ ପ୍ରଚାର ପାଇଁ ଆଜି କେନ୍ଦ୍ରାପଡା ଗସ୍ତ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋ’ ସମୟରେ ଖବର ସଂଗ୍ରହ ପାଇଁ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ପାଟକୁରା ଯାଇଥିଲେ । ମୁଖ୍ୟମନ୍ତ୍ରୀ ହେଲିକପ୍ଟରରୁ ଓହ୍ଲାଉଥିବା ବେଳେ ନ୍ୟୁଜ୍ ୧୮ର ପ୍ରତିନିଧି ଅଜେଶ ମଲ୍ଲିକ ଭିଡ଼ିଓ କରିବାକୁ ଚାହିଁଥିଲେ। ତେବେ ଏଥିରେ ଉତ୍ତକ୍ଷିପ୍ତ ହୋଇଯାଇଥିଲେ କେନ୍ଦ୍ରାପଡା ଏସପି ନୀତିଶେଖର। ସର୍ବସାଧାରଣରେ ସାମ୍ବାଦିକ ଅଜେଶଙ୍କୁ ମାରିବାକୁ ହାତ ଉଠାଇଥିଲେ ଅଜେଶ। ଯାହାର ଭିଡିଓ କ୍ୟାମେରାରେ କଏଦ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଉ ଏହାକୁ ନେଇ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି। ଗଣମାଧ୍ୟମ ପ୍ରତିନିଧି ଖରାତରାରେ ଖବର ସଂଗ୍ରହ କରୁଥିବା ବେଳେ ପୁଲିସ ସେମାନଙ୍କୁ ସହଯୋଗ କରିବା ବଦଳରେ ହାତ ଉଠାଇବା କେତେ ଦୂର ଠିକ୍ ତାହାକୁ ନେଇ ପ୍ରଶ୍ନବାଚୀ ଛିଡା ହୋଇଛି।

publive-image

ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କେନ୍ଦ୍ରାପଡା ଏସପି ନୀତି ଶେଖର କହିଛନ୍ତି, ମାଡ ମାରିବା ମୋର କଳ୍ପନା ବାହାରେ, ମୁଁ ସେଠାରେ କାହାକୁ ଛୁଇଁ ନାହିଁ ମଧ୍ୟ। କିନ୍ତୁ ଯଦି ସେମିତି କିଛି ହୋଇଥାଏ ତେବେ ସେଥିପାଇଁ କ୍ଷମା ପ୍ରାର୍ଥନା କରୁଛି। ଆମେ ସମସ୍ତେ ନିଜର କାର୍ଯ୍ୟ କରୁଛୁ କିନ୍ତୁ କିଛି ସମୟରେ ଆମର ବ୍ୟବହାର କାହାକୁ ଆଘାତ ଦେଇଥାଇପାରେ। ତେବେ କାହାକୁ ଖରାପ ବ୍ୟବହାର କରିବା କିମ୍ବା ଆଘାତ ପହଞ୍ଚାଇବା ମୋର ଉଦ୍ଦେଶ୍ୟ ନୁହେଁ। ଏସବୁକୁ ଭୁଲି ପରସ୍ପର ମଧ୍ୟରେ ସୁସର୍ମ୍ପକ ସ୍ଥାପନ କରି କାର୍ଯ୍ୟରେ ଆଗେଇ ଯିବା। ତେବେ ଏସପିଙ୍କ ଏଭଳି ବ୍ୟବହାରକୁ ବରିଷ୍ଠ ସାମ୍ବାଦିକଙ୍କ ସମେତ ବିଭିନ୍ନ ସ୍ତରରୁ ନିନ୍ଦା କରାଯାଇଛି।