୬ ଗ୍ରାମସଭାକୁ ମିଳିଲା କେନ୍ଦୁପତ୍ର ବିକ୍ରି ପାଇଁ ଟ୍ରାଞ୍ଜିଟ ପରମିଟ

ଭବାନୀପାଟଣା : ବହୁ ଦିନ ଧରି କେନ୍ଦୁପତ୍ର ଉପରେ ନିଜର ହକ ପାଇଁ ଲଢ଼େଇ କରି ଆସିଥିବା ଗ୍ରାମବାସୀମାନଙ୍କୁ ମିଳିଛି ପରମିଟ। ରାଜ୍ୟ ସରକାର ବିଳମ୍ବରେ ହେଲେ ମଧ୍ୟ ଗୋଲାମୁଣ୍ଡା ବ୍ଲକର ୬ଟି ଗ୍ରାମସଭାକୁ କେନ୍ଦୁପତ୍ର ସଂଗ୍ରହ ଉପରେ ଅଧିକାର ପ୍ରଦାନ କରିଛନ୍ତି।

ଜଙ୍ଗଲ ଓ ପରିବେଶ ବିଭାଗ ଗୋଲାମୁଣ୍ଡା ବ୍ଲକ ଧାମନପୁର ଓ ଖଲିଆପାଲି ପଞ୍ଚାୟତ ଅଧୀନରେ ଆସୁଥିବା ଜାମଝରନ, ଜାମଗୁଡ଼ାବାହାଲି, ଖସିଗୁଡ଼ା, କସ୍ତୁରାପଦର, କନକପୁର ଓ କାଳିପୁର ଗ୍ରାମସଭାକୁ କେନ୍ଦୁପତ୍ର ଖୋଲା ବଜାରରେ ବିକ୍ରି କରିବା ପାଇଁ ଅନୁମତି ଦେଲେ। ଶୁକ୍ରବାର ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଗୋଲାମୁଣ୍ଡା ବ୍ଲକରେ ୬ଟି ଗ୍ରାମକୁ କେନ୍ଦୁପତ୍ର ବିକ୍ରି କରିବା ଓ ଏହାର ପରିବହନ ନିମନ୍ତେ ଟ୍ରାଞ୍ଜିିଟ ପରମିଟରେ ସରକାରୀ ନୋଟିଫେକସନ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର