ଖାପ୍‌ ପଞ୍ଚାୟତ ପରେ ଯୁବକଙ୍କ ଆତ୍ମହତ୍ୟା ଘଟଣା: ନିସ୍ତୁକ ମାଡ଼ ଓ ଅପମାନ ଦିଆଯାଇଥିବା ଭିଡିଓରୁ ସ୍ପଷ୍ଟ

ମାଲକାନଗିରି: ଗତ ଏପ୍ରିଲ ୫ରେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବାପାନପାଲ ଖାପ୍‌ ପଞ୍ଚାୟତରେ ହୋଇଥିବା ନିଷ୍ପତ୍ତି ଓ ଅପମାନ ସହି ନ ପାରି ଆତ୍ମହତ୍ୟା କରିଥିବା ଯୁବକଙ୍କର ମୃତ୍ୟୁ ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ଭାଇରାଲ ହେବା ପରେ ଘଟଣାର ନୂଆ ମୋଡ଼ ନେଇଛି। ମୃତ ଦିପଙ୍କର ନିଜ ମୃତ୍ୟୁ ପାଇଁ ୩ଜଣଙ୍କୁ ଦାୟୀ କରିଛନ୍ତି। ତାଙ୍କୁ ଫସେଇ ଥିବା ଗାଁର ୩ଜଣ ଲୋକଙ୍କ ନାଁ ସେ ସ୍ପଷ୍ଟ କରିଛନ୍ତି। ପଞ୍ଚାୟତରେ ଅପମାନିତ ହେବା ପରେ ସେ ଆତ୍ମହତ୍ୟା କରିଥିବା ଭିଡିଓରେ ଦିପଙ୍କର କହିଛନ୍ତି।

ସୂଚନାଯୋଗ୍ୟ, ଏକ ପ୍ରେମ ପ୍ରସଙ୍ଗକୁ ଆଧାରକରି ଗାଁ ପଞ୍ଚାୟତରେ ଦିପଙ୍କରଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା। ଦିପଙ୍କରକୁ ୧୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିଥିଲା। ଗାଁର ମୁଖିଆମାନେ ଅଭିଯୋଗ ଆଣିଥିଲେ ଯେ, ଦିପଙ୍କର ଏକ ପ୍ରେମ ପ୍ରସଙ୍ଗରେ ମଧ୍ୟସ୍ଥି କରିଥିଲେ। ଏହି ଘଟଣା ପରେ ଦିପଙ୍କର ସେଦିନ ରାତିରେ ଆତ୍ମହତ୍ୟା କରିଥିଲେ। ସବୁଠାରୁ ବଡ଼ ଦୁର୍ଭାଗ୍ୟର କଥା ଯେ, ଗାଁ ବୈଠକ ପରେ ଦିପଙ୍କର ଆତ୍ମହତ୍ୟା କରିଥିଲେ ମଧ୍ୟ ଏଯାଏ କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇ ନାହିଁ।

ଘଟଣା ଥିଲା ଏମିତି
ଏମ୍‌ଭି-୨୦ ଗାଁରେ ଜଣେ ଯୁବକ ଦୀର୍ଘ ଦିନ ହେଲା ଏମ୍‌ଭି-୧୯ର ଜଣେ ନାବାଳିକାଙ୍କୁ ଭଲ ପାଉଥିଲେ। ଗାଁରେ ଜଣାପଡ଼ିବା ପରେ ଖାପ୍‌ ପଞ୍ଚାୟତ ବସିଥିଲା। ଏଥିରେ ପ୍ରେମିକ, ପ୍ରେମିକା ଓ ସେମାନଙ୍କର ପରିବାର ଲୋକଙ୍କୁ ଡକାଯାଇଥିଲା। ପ୍ରେମ ସମ୍ପର୍କରେ ଦିପଙ୍କର ସଂପୃକ୍ତି ଥିବା ଜଣାପଡ଼ିଥିଲା। ତେଣୁ ଖାପ ପଞ୍ଚାୟତ ନ୍ୟାୟର ନୂଅାଁ ମୋଡ଼ ନେଇଥିଲା। ଗ୍ରାମ୍ୟ କମିଟିର ସଦସ୍ୟମାନେ ଦିପଙ୍କରଙ୍କୁ ନିସ୍ତୁକ ପିଟିଥିଲେ।

ସମ୍ବନ୍ଧିତ ଖବର