ଆଜି ମହାପ୍ରଭୁଙ୍କ ଖସାପଡ଼ା ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଶ୍ରୀମନ୍ଦିରରେ ଆସନ୍ତାକାଲି (ସୋମବାର) ମହାପ୍ରଭୁଙ୍କ ଖସାପଡ଼ା ନୀତି ସଂପନ୍ନ ହେବ। ମହାପ୍ରଭୁଙ୍କର ଏହା ଏକ ଗୁପ୍ତନୀତି ହୋଇଥିବା ବେଳେ ଦଇତାପତି ସେବକମାନେ ଏହି କାର୍ଯ୍ୟ ସଂପାଦନ କରିବେ। ଏଥି ପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୁତାବକ, ଆସନ୍ତାକାଲି ସଂଧ୍ୟା ୫ରୁ ରାତି ୯ଟା ପର୍ଯ୍ୟନ୍ତ ଏହି ଗୁପ୍ତନୀତି ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ସାଧାରଣ ଦର୍ଶନ ବନ୍ଦ ରହିବ।

ସମ୍ବନ୍ଧିତ ଖବର