ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ସାଙ୍ଗାନ୍ନା ହାଇସ୍କୁଲ ପଡିଆଠାରେ ବ୍ଲକ ପ୍ରଶାସନ ତରଫରୁ ଦୁଇଦିନିଆ କେନ୍ଦ୍ର ସରକାରଙ୍କ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଲକ୍ଷ୍ମୀପୁର ଇନଚାର୍ଯ୍ ବିଡିଓ ପ୍ରସନ୍ନ କୁମାର ଷଢଙ୍ଗିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ପ୍ରେମ ଚନ୍ଦ୍ର ଡଙ୍ଗ୍ରୀ,ସମ୍ମାନିତ ଅତିଥି ଭାବେ ହାଇସ୍କୁଲର ପ୍ରଧାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା, ଇନଚାର୍ଜ ଜିପିଇଓ ଶ୍ରୀନିବାସ ପଟ୍ଟନାୟକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ ଅତିଥିମାନଙ୍କ ଦ୍ୱାରା କ୍ରୀଡା ପତାକା ଉତ୍ତୋଳନ କରାଯିବା ପରେ ରିବନ କଟାଯାଇ ପ୍ରଭୁ ଜଗନ୍ନାଥଙ୍କ ଠାରେ ପୁଜାର୍ଚନା କରି କ୍ରୀଡାର ଶୁଭାରମ୍ଭ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଗାଁ ଗହଳିରେ ରହିଯାଉଥିବା କ୍ରୀଡାପ୍ରତିଭା ମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମେ ବ୍ଲକ ସ୍ତରୀୟ ପରେ ଜିଲ୍ଲା ଓ ରାଜ୍ୟ ତଥା ଜାତୀୟ ସ୍ତରରେ ପହଁଚାଇବା ମୁଳ ଲକ୍ଷ୍ୟ ବୋଲି କେନ୍ଦ୍ର ସରକାର ୨୦୧୬ ମସିହାରୁ କେବଳ କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ଆରମ୍ଭ କରିଛନ୍ତି ବୋଲି ଅତିଥିମାନେ କହିଥିଲେ। ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ସାଙ୍ଗାନା ଉଚ୍ଚ ବିଦ୍ୟାଳୟ, ଉପର କୁଟିଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ, ପଚଂଡା ଉଚ୍ଚ ବିଦ୍ୟାଳୟ, କୁସୁମଗୁଡା ଉଚ୍ଚ ବିଦ୍ୟାଳୟ, ତୟାପୁଟ ଉଚ୍ଚ ବିଦ୍ୟାଳୟ, କାକିରିଗୁମା ଉଚ୍ଚ ବିଦ୍ୟାଳୟ, ଗୌଡ ଗୁଡା ଆଦର୍ସ ବିଦ୍ୟାଳୟ, ମିନାପାଇ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଚମ୍ପି ଉଚ୍ଚ ବିଦ୍ୟାଳୟର ୬୫ ଜଣ ଛାତ୍ରଛାତ୍ରୀ ପ୍ରଥମ ଦିନରେ ଭାଗ ନେଇଥିଲେ। ପ୍ରଥମ ଦିନରେ ଶହେ, ୪ଶହ ଓ ୧୫ଶହ ମିଟର ଦୌଡ, ଲମ୍ବଡିଆଁ ଓ ଉଚ୍ଚ ଡିଆଁ ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ବିଦ୍ୟାଳୟର ଖେଳ ଶିକ୍ଷକମାନେ ଖେଳ କୁଦରେ ସହଯୋଗ କରିଥିଲା ବେଳେ ବିଏସ୍ଏସ୍ଓ କାର୍ତିକ ପାଢି ଓ ସାଙ୍ଗାନ୍ନା ହାଇସ୍କୁଲର ଶିକ୍ଷକ ଆଦିତ୍ୟ ମହାନ୍ତି ଖେଳ ପରିଚାଳନା କରିଥିଲେ। ବ୍ଲକର ସମସ୍ତ ୧୩ଟି ଗ୍ରାମପଚାଂୟତର ସରପଚଂ ଓ ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ୫ଟି ଗ୍ରାମପଚାଂୟତର ସ୍କୁଲ ଛାତ୍ରଛାତ୍ରୀ କେହି ଆସିନଥିବା ବେଳେ ବ୍ଲକ ଅଧ୍ୟକ୍ଷାଙ୍କ ସମେତ ଜଣେ ହେଲେ ସରପଚଂଙ୍କ ମଧ୍ୟ ଦେଖାମିଳିନଥିଲା।ଏଥିରୁ ଲୋକ ପ୍ରତିନିଧିମାନଙ୍କର ଅଚଂଳରେ ଥିବା ଛାତ୍ରଛାତ୍ରୀଙ୍କ ଖେଳପ୍ରତି କେତେ ଆନ୍ତରିକତା ରହିଛି ଜଣାପଡୁଥିବା ସାଧାରଣରେ ଚର୍ଚା ହୋଇଥିଲା।