ସଂଗ୍ରାମୀ କ୍ଷିତୀଶ ବିଶ୍ୱାଳଙ୍କୁ ସମ୍ବର୍ଧନା

କଣାସ : କଣାସ ଅଞ୍ଚଳର ବରିଷ୍ଠ କମ୍ୟୁନିଷ୍ଟ ନେତା କ୍ଷିତୀଶ ବିଶ୍ୱାଳଙ୍କୁ ଆଜି ସ୍ଥାନୀୟ ତିରେଇ ପଞ୍ଚାୟତ ଅନ୍ତର୍ଗତ ଟିପୁରୀଠାରେ ସମ୍ବର୍ଧିତ କରାଯାଇଛି। ଏହି ଅବସରରେ ‘ସ୍ୱାଧୀନତା ବେଳର ସ୍ୱପ୍ନ ଓ ଆଜିର ବାସ୍ତବତା’ ଶୀର୍ଷକ ଏକ ଆଲୋଚନାରେ ଅଂଶଗ୍ରହଣ କରି ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଶ୍ରୀ ବିଶ୍ୱାଳଙ୍କ କାର୍ଯ୍ୟ ଉପରେ ଆଲୋକପାତ କରିବା ସହ ତାଙ୍କୁ ଯୁବପିଢ଼ି ଅନୁସରଣ କରିବା ଆବଶ୍ୟକ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ସିପିଆଇ ରାଜ୍ୟ ସଂପାଦକ ଦିବାକର ନାୟକ, ସିପିଆଇ(ଏମ୍‌) ଲିବରେସନର ରାଜ୍ୟ ସଂପାଦକ ଯୁଧିଷ୍ଠିର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜକିଶୋର ମହାପାତ୍ର, ଦେବେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଡାକ୍ତର ସୁକାନ୍ତ କୁମାର ଦାସ ଏବଂ ଶ୍ରୀ ବିଶ୍ୱାଳଙ୍କ ପୁତ୍ର ଡାକ୍ତର ଦିଲ୍ଲୀପ ବିଶ୍ୱାଳଙ୍କ ଦ୍ୱାରା ଏହି ଅବସରରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଏଥିରେ ୩୦୦ରୁ ଅଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ସମ୍ବନ୍ଧିତ ଖବର