ଖୋର୍ଧା ସହରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଖୋର୍ଧା,:ଖୋର୍ଧା ସହରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଧାୟକ ରାଜେନ୍ଦ୍ର ସାହୁଙ୍କ ନେତୃତ୍ଵରେ ଏହି ପଦଯାତ୍ରାରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଜିଲ୍ଲା ବିଜେଡି ଶାଖା ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ, ପର୍ଯ୍ୟବେକ୍ଷକ ଭୁବନେଶ୍ୱର ମହାନଗରର ଡେପୁଟି ମେୟର କେ. ଶାନ୍ତି, କର୍ପୋରେଟର୍‌ ମାନସୀ ସୁନ୍ଦରାୟ, ଇତିଶ୍ରୀ ଜେନା, ମନ୍ଦାକିନୀ ଖୋର୍ଧା ପୌରାଧ୍ୟକ୍ଷା ସଂଯୁକ୍ତା ସାହୁ, ଖୋର୍ଧା ଓ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା, ବିଜେଡି ଟାଉନ୍‌ ସଭାପତି ଅଭିଷେକ ସିଂହସାମନ୍ତ, ନଗର ବିଜେଡି ଯୁବ ସଭାପତି ଅବନୀ ଜେନା, ପ୍ରକାଶ ଦାସ, ବିଷ୍ଣୁପ୍ରସାଦ ବେଙ୍ଗ, ଜିଲ୍ଲା ପରିଷଦର ବହୁ ସଭ୍ୟ ସଭ୍ୟା, ବହୁ କାଉନସିଲର୍‌ଙ୍କ ସମେତ ଦଳୀୟ ନେତାମାନେ ଯୋଗ ଦେଇଥିଲେ। ଅପରାହ୍‌ଣ ୩ଟାରୁ ସ୍ଥାନୀୟ ଟିଏଲସି ପଡ଼ିଆରୁ ଏହି ଶୋଭାଯାତ୍ରା ବାହାରି ନୂଆବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଟ, ଦେଇ ସହର ପରିକ୍ରମା କରିବା ପରେ ଇଗଲ କ୍ଲବଠାରେ ପହଞ୍ଚିଥିଲା। ଶୋଭାଯାତ୍ରାକାରୀମାନେ ବିଜେଡି ସରକାରର ବିଭିନ୍ନ ଲୋକହିତକାରୀ ପଦକ୍ଷେପ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ।

ସମ୍ବନ୍ଧିତ ଖବର