ବଡମ୍ବା, ନରସିଂହପୁର‌‌ରେ କିଡ଼୍‌ନି ରୋଗ କାରଣ ଖୋଜା ଅଭିଯାନ : କେନ୍ଦ୍ରୀୟ ଟିମ୍‌ ଦ୍ବାରା ୯ ପ୍ରଭାବିତ ଗାଁ ଚିହ୍ନଟ

ଫେବ୍ରୁଆରି ଶେଷ ସପ୍ତାହରୁ ଆରମ୍ଭ ହେବ ନିରାକରଣ

କଟକ : ବଡମ୍ବା, ନରସିଂହପୁର ବ୍ଲକ୍‌’ର ୯ଟି କିଡ଼୍‌ନି ରୋଗ ପ୍ରଭାବିତ ଗାଁରେ କେନ୍ଦ୍ରୀୟ ଟିମ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। କିଡ଼ନି ଆକ୍ରାନ୍ତ ରୋଗୀ, ସେମାନଙ୍କ ପରିବାରବର୍ଗଙ୍କ ସହ ଏହି ଟିମର ସଦସ୍ୟମାନେ ଆଲୋଚନା କରିଛନ୍ତି। ଦିଲ୍ଲୀରୁ ଆସିଥିବା ବିଶେଷଜ୍ଞ ଡାକ୍ତର ହିମାଂଶୁ ମାହାପାତ୍ରଙ୍କ ସହ ସ୍ଥାନୀୟ ଡାକ୍ତର ବାପୁ ନାଏକ, ଡାକ୍ତର ଦେବାଶିଷ ଜେଠୀ, ଡାକ୍ତର ସୁବ୍ରତ ପାଳ ପ୍ରମୁଖ ପ୍ରଭାବିତ ଗାଁରେ ପହଞ୍ଚି ତଥ୍ୟ ସଂଗ୍ରହ କରିଛନ୍ତି।

ବଡମ୍ବା ନରସିଂହପୁର ଅଞ୍ଚଳରେ ଆତଙ୍କ ସାଜିଥିବା କିଡନୀ ରୋଗର କାରଣ ଓ କିପରି ଏହାର ନିରାକରଣ କରାଯିବ ସେ ଦିଗରେ ଏହି ଟିମ୍‌ କାମ କରିବ। ଦୁଇଟି ବ୍ଲକ୍‌ର ୯ଟି ସର୍ବାଧିକ ପ୍ରଭାବିତ ଗାଁରେ ପହଞ୍ଚି ତର୍ଜମା ଆରମ୍ଭ କରିଛି ଏହି ଟିମ୍‌। ବଂଶଗତ କାରଣ, ରକ୍ତପରୀକ୍ଷା, ମୃତ୍ତିକା ଓ ପାଣି ପରୀକ୍ଷା ସହ କିଡନି ରୋଗର କାରଣ ଖୋଜାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ କିଡନି ରୋଗ‌ର ଗବେଷଣା ପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏହି ‌ସର୍ଭେରେ ୩ ହଜାରରୁ ଅଧିକ ରୋଗୀଙ୍କ ବିଭିନ୍ନ ପରୀକ୍ଷା କରାଯିବ। ଏଥିପାଇଁ ସ୍ବାସ୍ଥ୍ୟକର୍ମୀ, ଲାବ୍ରୋଟୋରୀ ଟେକ୍‌ନିସିଆନ, ତଥା ବିଭିନ୍ନ ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍‌ ଗଠନ କରାଯିବ ବୋଲି ସୂଚନା ମିଳିଛି। ୨୦୦୧ ମସିହାରୁ ନରସି˚ହପୁର, ବଡ଼ମ୍ବା, ତିଗିରିଆ ଅ˚ଚଳରେ ଅଜଣା କିଡ଼ନୀ ରୋଗକୁ ନେଇ ଗବେଷଣା ଆରମ୍ଭ ହୋଇଛି। ନରସି˚ହପୁର ଅଞ୍ଚଳରେ ୫ହଜାରରୁ ଅଧିକ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ସେଥିରୁ ୧ ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ଗତ ଏକ ମାସ ତଳେ ରାଜ୍ୟର ପ୍ରଥମ ଗ୍ରାମାଞ୍ଚଳ ଡାକ୍ତରଖାନା ଭାବେ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରାଜ୍ୟର ପ୍ରଥମ ଡାଏଲିସିସ୍‌ କେନ୍ଦ୍ର ଖୋଲାଯାଇ ରୋଗୀ ଚିକିତ୍ସା ଆରମ୍ଭ ହୋଇଛି। ଅନ୍ୟପଟେ କେବଳ ନରସିଂହପୁର ବ୍ଲକ୍‌ର ୩୬ଟି ପଞ୍ଚାୟତର ୧୬୩ଟି ଗ୍ରାମରେ ଏହି ରୋଗ ଦେଖାଦେଇଥିବା ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ କହୁଥିବାବେଳେ ବେସରକାରୀ ରିପୋର୍ଟରେ କେବଳ ନରସି˚ହପୁର ବ୍ଲକର ୨୨୭ ଗାଁ ମଧ୍ୟରୁ ୧୨୪ଟି ଗାଁ କିଡନୀ ପ୍ରଭାବିତ ଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି।

ଅନ୍ୟପଟେ ଆଠଗଡ଼ ନିର୍ବାଚନମଣ୍ତଳୀର ତିଗିରିଆଠାରେ କିଡ଼ନି ରୋଗର ପରୀକ୍ଷା, ରୋଗ ଚିହ୍ନଟ ଓ ଚିକିତ୍ସା ପାଇଁ ମେଡିିକାଲ ଗବେଷଣା କେନ୍ଦ୍ର ଖୋଲା ଯାଇଛି। କିନ୍ତୁ କୋଠା ଅବ୍ୟବହୃତ ଅବସ୍ଥାରେ ଭୂତ କୋଠି ପାଲଟିବାକୁ ବସିଛି।

ସମ୍ବନ୍ଧିତ ଖବର