ଦାଦନଙ୍କ କିଡ୍‌ନି କାଢ଼ିନେଲେ

ଥୁଆପାଲି: ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ସେଠାରେ ଅଜାଣତରେ ତାଙ୍କ ଅସ୍ତ୍ରୋପଚାର ହୋଇଗଲା। ଗୁରୁତର ଅସୁସ୍ଥ ଅବସ୍ଥାରେ ଘରକୁ ଫେରିଲେ। ଏଭଳି ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ଝରାପାଲି ଗାଁରେ। ଝରାପାଲି ଗାଁର ଜପ ସୁନା (୩୫) ଦୁଇମାସ ତଳେ ଅନ୍ୟ ୩ଜଣଙ୍କ ସହିତ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ତେବେ ସେଠାରେ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିଲା। କୌଶଳକ୍ରମେ ଗାଁର ଅନ୍ୟ ୩ଜଣ ଯୁବକ ଫେରି ଆସିଥି‌େଲ। ହେଲେ ଜପ ସେଠାରେ ଫସି ରହିଥିଲେ। ଆନ୍ଧ୍ରରୁ ଜଣେ ଅଜଣା ବ୍ୟକ୍ତି ଟ୍ରେନ୍‌ରେ ବସାଇ ଦେବାରୁ ଜପ ଘରକୁ ଫେରିଛନ୍ତି। ହେଲେ ତାଙ୍କ ପେଟରେ ଅସ୍ତ୍ରୋପଚାର ହୋଇଥିବା ଦେଖା ଦେଇଛି। ତାଙ୍କ କିଡ୍‌ନି କାଢ଼ି ନିଆଯାଇଥିବା କକାପୁଅ ଭାଇ ରାଜନ ସୁନା ଅଭିଯୋଗ କରିଛନ୍ତି। ଜପ ପରିବାର ଲୋକଙ୍କୁ ଦେଇଥିବା ବୟାନ ଅନୁସାରେ, ତାଙ୍କୁ ଆନ୍ଧ୍ରରେ ପ୍ରବଳ ମାଡ଼ ମରାଯାଇଥିଲେ। ଏଥିରେ ସେ ଅଚେତ ହୋଇ ପଡ଼ିଥିଲେ। ଚେତା ଫେରିବା ପରେ ତାଙ୍କ ପେଟରେ ଅସ୍ତ୍ରୋପଚାର ହୋଇଥିବା ଜାଣିବାକୁ ପାଇଥିଲେ। ଜପଙ୍କ ପେଟରେ ପ୍ଲାଷ୍ଟିକ୍ କ୍ୟାପ୍ ମଧ୍ୟ ଲାଗିଛି। ତୁରନ୍ତ ଘରଲୋକେ ତାଙ୍କୁ ବୁର୍ଲା ମେଡିକାଲକୁ ନେଇଛନ୍ତି। ତେବେ ଏନେଇ ଥାନାରେ କୌଣସି ମାମଲା ହୋଇନାହିଁ।

ସମ୍ବନ୍ଧିତ ଖବର