କିସ୍‌କୁ ‘ଲିଡରସିପ୍‌ ଆୱାର୍ଡ’

ନୂ୍ଆଦିଲ୍ଲୀ: ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା କ୍ଷେତ୍ରରେ ମହତ୍ତ୍ବପୂର୍ଣ୍ଣ ଅବଦାନ ପାଇଁ ‘କିସ୍‌’କୁ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ପକ୍ଷରୁ ‘ଲିଡରସିପ୍‌ ଆୱାର୍ଡ’ରେ ପୁରସ୍କୃତ କରାଯାଇଛି। ଦିଲ୍ଲୀର ଜାତୀୟ ମିଡିଆ କେନ୍ଦ୍ରରେ ଆଜି ଆୟୋଜିତ ହୋଇଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ୍‌ ଭେଙ୍କିୟା ନାଇଡ଼ୁ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ମର୍ଯ୍ୟାଦାଜନକ ‘ଲିଡରସିପ୍‌ ଆୱାର୍ଡ’ ପ୍ରଦାନ କରିଥିଲେ। ପୁରସ୍କାର ବାବଦରେ ମାନପତ୍ର, ମେଡାଲ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଏହି ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍‌, ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ଅଧ୍ୟକ୍ଷ ନନ୍ଦ କିଶୋର ସାଏ, ଉପାଧ୍ୟକ୍ଷ ଅନୁସୂୟା ଉଇକେ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର