ଚାନ୍ଦବାଲି ଚନ୍ଦିନପାଳରୁ ଅହିରାଜ ଉଦ୍ଧାର

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଂଚାୟତର ସାବିତ୍ରୀସୋରେଇ ଗାଁରୁ ଆଜି ଏକ ୧୧ ଫୁଟର ଅହିରାଜ ସାପ ଠାବ କରାଯାଇଛି। ଆଜି ରାତି ସାଢ଼େ ୮ଟା ସମୟରେ ବିଶ୍ୱନାଥ ବାରିକ ଓ ମକରା ସିଂ ଙ୍କ କୁକୁଡ଼ା ଫାର୍ମରୁ କିଛି ଗୋଟେ ଜୀବ ଗର୍ଜନ କରୁଥିବା ଶବ୍ଦ ପାଇ ଟର୍ଚ୍ଚ ମାରି ଏକ ବିରାଟକାୟ ସାପକୁ ଦେଖିଥିଲେ । ପରେ ଉକ୍ତ ସାପକୁ ଚିହ୍ନିବାରୁ ତାହା ଅହିରାଜ ବୋଲି ଜଣାପଡ଼ିଥିଲା । ତେବେ ବୈତରଣୀ ନଦୀ ଆରପଟେ କାଳିଭଞ୍ଜଡ଼ିଆ ଜଙ୍ଗଲରୁ କେତେକ ଅହରାଜ ସାପ ଆସି ଚନ୍ଦିନପାଳ ନିକଟ ଜଙ୍ଗଲରେ ରହିଥିବା ବେଳେ ଗତ ବର୍ଷ ପ୍ରତିରକ୍ଷା ବିଭାଗ ପରିସରରୁ ୧୨ଫୁଟ ଲମ୍ବର ଅହିରାଜ ଉଦ୍ଧାର କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା ।

ତେବେ କୁକୁଡ଼ା ଖାଇବାକୁ ଆସି ୧୧ଫୁଟର ଅହିରାଜ ଜାଲରେ ଫସିଯାଇଛି । ଏହାପରେ ସ୍ନେକ ହେଲ୍ପ ଲାଇନ ମିର୍ଜାକୁ ଖବର ଦିଆଯାଇଥିବା ବେଳେ ବନବିଭାଗକୁ ମଧ୍ୟ ଖବର ଦିଆଯାଇଛି । ହେଲେ ସ୍ଥାନୀୟ ଲୋକେ ସାପକୁ ଉକ୍ତ ଫାର୍ମ ଭିତରେ ରଖିଥିବା ଜଣାପଡ଼ିଛି । ଖବର ଲେଖାହେଲା ବେଳକୁ ଜାଲରେ ଗୁଡ଼ାଇ ହୋଇ ରହିଥିବା ଜଣାପଡ଼ିଛି । ତେବେ ଏହି ସାପକୁ ଦେଖିବା ପାଇଁ ଦେଖଣାହାରିଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର