ଫେରିଲେ ନେପାଳ ନରେଶ

ପୁରୀ : ଶ୍ରୀକ୍ଷେତ୍ରରେ ଦୀର୍ଘ ୪ ଦିନର ଅବସ୍ଥାନ ପରେ ଆଜି ନେପାଳ ନରେଶ ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହା ଦେବ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମଧ୍ୟାହ୍ନ ସାଢ଼େ୧୨ଟା ବେଳେ ସେ ରହୁଥିବା ହୋଟେଲ ମେ’ ଫେୟାର ଛାଡ଼ିଥିଲେ। ଏହି ଅବସରରେ ତାଙ୍କୁ ହୋଟେଲ ପକ୍ଷରୁ ଏକ ସୁଦୃଶ୍ୟ ଶଙ୍ଖ ଉପହାର ଦିଆଯାଇଥିଲା। ଲାଲମୋହରିଆ ପଣ୍ଡା ମଧ୍ୟ ତାଙ୍କୁ ବିଦାୟ ଜଣାଇଥିଲେ।

ସମ୍ବନ୍ଧିତ ଖବର