କ୍ବିଣ୍ଟାଲ୍‌ ପିଛା ୭୫୦ ଟଙ୍କା ବୋନସ୍‌ ଦାବି କଲା କିଷାନ କ˚ଗ୍ରେସ

ଭୁବନେଶ୍ବର : ‘ଟଙ୍କାଟିଏ ମଧ୍ୟ କମ୍‌ ମୂଲ୍ୟରେ ଚାଷୀ ଧାନ ବିକୁଥିଲେ, ରାଜନୀତି ଛାଡ଼ିଦେବି’ ବୋଲି ଏକ ବିବୃତିରେ ସମବାୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ଏଭଳି ବିବୃତି ଚାଷୀଙ୍କ ପ୍ରତି ଧୋକାବାଜି। କାରଣ ବାସ୍ତବ ସ୍ଥିତି ସଂପୂର୍ଣ୍ଣ ବିପରୀତ। ଏଣୁ, ଦାୟିତ୍ବରେ ଥିବା ମନ୍ତ୍ରୀଙ୍କ ଏହା ଦାୟିତ୍ବହୀନ ମନ୍ତବ୍ୟ ବୋଲି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି।

ଏକ ପ୍ରେସ୍‌ ବିବୃତିରେ କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ମଣ୍ତି ଖୋଲାଯିବା‌େର ବହୁ ବିଳମ୍ବ ହୋଇଛି। ଫଳରେ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ୪ଶହ ୫ଶହ ଟଙ୍କା କମ୍‌ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। ଏହାର ଉଦାହରଣ ଖୋଦ୍‌ ଯୋଗାଣ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ତଳୀରେ ଲକ୍ଷ୍ୟ କରାଯାଇଛି। ପ୍ରତି ମଣ୍ତିରେ ଧାନ କ୍ରୟ କ୍ଷେତ୍ରରେ କୌଣସି ଭିତ୍ତିଭୂମି ନାହିଁ। ବିଭିନ୍ନ ଆଳରେ ଚାଷୀଙ୍କଠାରୁ ପ୍ରତି କ୍ବିଣ୍ଟାଲରେ ୫ ରୁ ୭ କେଜି ଧାନ କଟ୍‌ନି ଛଟ୍‌ନି କରାଯାଉଛି। ତେଣୁ ମନ୍ତ୍ରୀ ନିଜ ଦୋଷ ସ୍ବୀକାର କରିବା ସହିତ ଧାନ ନିର୍ଧାରିତ ସହାୟକ ମୂଲ୍ୟ ଓ କ୍ବିଣ୍ଟାଲ ପିଛା ୭୫୦ଟଙ୍କା ବୋନସ୍‌ ଦେଇ କିଣିବାକୁ କିଷାନ କ˚ଗ୍ରେସ ଦାବି କରିଛି।

ସମ୍ବନ୍ଧିତ ଖବର