ବିଜେଡି ସମର୍ଥକଙ୍କୁ ଛୁରାମାଡ଼

ଆନନ୍ଦପୁର : ଆନନ୍ଦପୁର ବ୍ଲକ ପଣଷଡ଼ିହା ପଞ୍ଚାୟତ ଜଞ୍ଜାଳି ଗ୍ରାମର ଜଣେ ବିଜେଡି ସମର୍ଥକଙ୍କୁ ଛୁରାମାଡ଼ ହୋଇଛି। ତାଙ୍କ ନାମ ଚକ୍ରଧର ମହାନ୍ତ (୩୫)। ଆଜି ଅପରାହ୍‌ଣ ୨ଟା ବେଳେ ଚକ୍ରଧରଙ୍କୁ କିଛି କଂଗ୍ରେସ ସମର୍ଥକ ମାଡ଼ ମାରିବା ସହ ଛୁରିରେ ଆକ୍ରମଣ କରିଥିବା ନେଇ ଆନନ୍ଦପୁର ଥାନାରେ ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ତିନିଦିନ ତଳେ ଚକ୍ରଧର ଏଜେଣ୍ଟ ଫର୍ମ ଦେବାକୁ ଯାଇଥିବା ବେଳେ କଂଗ୍ରେସ ସମର୍ଥକମାନେ ତାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଆନନ୍ଦପୁର ଥାନାରେ ସେ ଅଭିଯୋଗ କରିଥି‌ଲେ।

ସମ୍ବନ୍ଧିତ ଖବର