କୋଣାର୍କ ସୁରକ୍ଷା ସଂପର୍କିତ ସତ୍ୟପାଠ ପୁଣି ଥରେ ଦାଖଲ କରିବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ

କଟକ/ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ନେଇ ନିଆଯାଇଥିବା ପଦକ୍ଷେପ ସଂପର୍କିତ ସତ୍ୟପାଠ ଦାଖଲ କରିବାକୁ ଓଡ଼ିଶା ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ଭାରତୀୟ ପ୍ରତ୍ନତତ୍ତ୍ୱ ମହାନିର୍ଦ୍ଦେଶକ ଆଉଥରେ ସତ୍ୟପାଠ ଦାଖଲ କରନ୍ତୁ। କାରଣ ପ୍ରଥମ ଥର ଦାଖଲ କରାଯାଇଥିବା ସତ୍ୟପାଠକୁ କୋର୍ଟ ନାପସନ୍ଦ କରିଛନ୍ତି। ସୂଚନାଯୋଗ୍ୟ ଯେ, କୋଣାର୍କ ସୁରକ୍ଷ ନେଇ ଏଏସ୍‌ଆଇ ପକ୍ଷରୁ ପୂର୍ବରୁ ସତ୍ୟପାଠ ଦାଖଲ କରାଯାଇଥିଲା।

କୋଣାର୍କ ପ୍ରତି ବିପଦ ନାହିଁ: କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି, କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରତି କୌଣସି ବିପଦ ସଂକେତ ନାହିଁ। କୋଣାର୍କ ସୁରକ୍ଷା ସଂପର୍କିତ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ସୋମବାର କେନ୍ଦ୍ରମନ୍ତ୍ରୀ ଶର୍ମା ଏହା କହିଛନ୍ତି। ସେ କହିଛନ୍ତି, କୋଣାର୍କ ସୁରକ୍ଷା ନେଇ ଋରକି ସିବିଆରଇ ପକ୍ଷରୁ ଅନୁଧ୍ୟାନ କରାଯାଇଛି। ଜଗମୋହନରୁ ପଥର ଓ ବାଲି ଖସୁଥିବା ସିବିଆରଇ ରିପୋର୍ଟ କରିଥିଲା।

ଅନୁଧ୍ୟାନ ରିପୋର୍ଟରେ ସୁରକ୍ଷାମାପଦଣ୍ଡରେ କୋଣାର୍କ ଉଚ୍ଚରେ ରହିଛି। କାରୁକାର୍ଯ୍ୟପୂର୍ଣ୍ଣ ପଥର ସ୍ଥାନରେ ସାଦା ପଥର ଲାଗିବା ପ୍ରସଙ୍ଗରେ ମହେଶ ଶର୍ମା କହିଛନ୍ତି, ୧୯୯୭ରେ ଏମିତ କାମ କରାଯାଇଥିଲା। ମାତ୍ର ୟୁନେସ୍କୋ ସାଇଟ୍‌ ହୋଇଥିବାରୁ ପଥର ବଦଳାଇବା ସମ୍ଭବ ନୁହେଁ। କେନ୍ଦ୍ରମନ୍ତ୍ରୀ ଶର୍ମା ରାଜ୍ୟର ଦାବି ଗ୍ରହଣ କରିଛନ୍ତି ବୋଲି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର