ଜମିଜମା ସମସ୍ୟା ସମାଧାନ ଦାବିରେ କୋଣାର୍କ ବନ୍ଦ

କୋଣାର୍କ : ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି ଲାଗି ରହିଥିବା କୋଣାର୍କ ଏନ୍‌ଏସି ଓ ଏହାର ଆଖପାଖ ୧୦ଟି ମୌଜାର ଜମିଜମା ସମସ୍ୟାର ସମାଧାନ ଦାବି ନେଇ ଆଜି କୋଣାର୍କ ବନ୍ଦ ସଫଳ ହୋଇଛି। ଭୂ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡ଼ାକରାରେ କୋଣାର୍କ ଅଞ୍ଚଳବାସୀ ବହୁସଂଖ୍ୟାରେ ସାମିଲ ହୋଇଥିଲେ। କୋଣାର୍କ-ପୁରୀ ବେଳାମାର୍ଗର ବାଲି କପିଳେଶ୍ୱର ଛକ, କୋଣାର୍କ-କାକଟପୁର ରାସ୍ତାର ରାଉଳପାଟା ଛକ ଓ କୋଣାର୍କ-ଭୁବନେଶ୍ୱର ରାସ୍ତାର ଜୁଣେଇଁ ବଂଶୀବଜାର ଛକ ନିକଟରେ ରାସ୍ତାରୋକ କରାଯିବା ଫଳରେ ଅର୍କ କ୍ଷେତ୍ର କୋଣାର୍କକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଥିଲା। ପିଲାଛୁଆଙ୍କୁ ନେଇ ଆସିଥିବା ପର୍ଯ୍ୟଟକମାନେ କୋଣାର୍କ ଭିତରକୁ ପ୍ରବେଶ କରିନପାରି ହଇରାଣ ହରକତ ହୋଇଥିଲେ। ବିଶ୍ୱ ଐତିହ୍ୟର ସ୍ମାରକୀ ବହନ କରୁଥିବା କୋଣାର୍କ ମନ୍ଦିର ମଧ୍ୟ ଶୂନ୍‌ଶାନ ହୋଇ ପଡିଥିଲା। ସମସ୍ୟାର ସମାଧାନ ଦିଗରେ ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା।

ସମ୍ବନ୍ଧିତ ଖବର