ଖରାକୁ ଡର : ସୂର୍ଯ୍ୟମନ୍ଦିରରେ ପର୍ଯ୍ୟଟକ ସଂଖ୍ୟା ହ୍ରାସ

କୋଣାର୍କ : ଗ୍ରୀଷ୍ମ ଆରମ୍ଭରୁ ତାତି ବଢ଼ିବାରେ ଲାଗିଛି। ଏହାର ପ୍ରଭାବରେ କୋଣାର୍କ ସୂର୍ଯ୍ୟମନ୍ଦିରରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଉଥିବାର ଦେଖିବାକୁ ମିଳିଛି। ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ମନ୍ଦିରରେ ଗହଳିଚହଳି ଲାଗି ରହୁଥିବାବେଳେ ଏହାପରେ ପର୍ଯ୍ୟଟକଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି। ପ୍ରବଳ ଖରାକୁ ଡରି ପର୍ଯ୍ୟଟକ ବୁଲିବାକୁ ଆସୁ ନ ଥିବା ଜଣାପଡ଼ିଛି। ସେହିପରି ଖରାରେ ସୂର୍ଯ୍ୟମନ୍ଦିର ପରିସରରେ ଆଶ୍ରୟ ନେବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକମାନେ ହନ୍ତସନ୍ତ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ କୋଣାର୍କରେ ବ୍ୟବସାୟ ମଧ୍ୟ ବାଧାପ୍ରାପ୍ତ ହେଉଛି।

ସମ୍ବନ୍ଧିତ ଖବର