ବିପଦରେ କୋଣାର୍କ : ଯାଞ୍ଚ କରିବ ଆନ୍ତର୍ଜାତିକ କମିଟି

ଧରାପଡ଼ିଗଲା ଏଏସ୍ଆଇ ମିଛ, ନିଷ୍ପତ୍ତି ବଦଳାଇଲା କେନ୍ଦ୍ର

ରାଜ୍ୟ ସରକାରଙ୍କ ହାତରେ ଲାଗିଲା ରୁରକି ଅନୁଧ୍ୟାନ ରିପୋର୍ଟ

ପଦାକୁ ଆସିଲା ସାଂଘାତିକ ସତ: ବାଲି ଦବିଛି, ପଥର ଖସିଛି, ମନ୍ଦିର ଭିତରକୁ ମାଡିଯାଇଛି ଚେର

ଭୁବନେଶ୍ବର : କୋଣାର୍କ ସୁରକ୍ଷା ପ୍ରସଙ୍ଗ ଆଜି ନିର୍ଣ୍ଣାୟକ ମୋଡ଼ ନେଇଛି। କୋଣାର୍କର ସ୍ଥିତି ଅନୁଧ୍ୟାନ କରିବା ଲାଗି ଆନ୍ତର୍ଜାତିକ ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରାଯିବ। ରାଜ୍ୟ ସରକାରଙ୍କ ସହିତ ପରାମର୍ଶ କରି କେନ୍ଦ୍ର ସରକାର ଏହି କମିଟି ମାସକ ଭିତରେ ଗଠନ କରିେବ। ବିେଶଷଜ୍ଞଙ୍କ ରିେପାର୍ଟରେ ଥିବା ତଥ୍ୟକୁ ତନ୍ନ ତନ୍ନ କରି ତର୍ଜମା କରିବା ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। କେବଳ ସେତିକି ନୁେହଁ, ଆଜିର ବୈଠକରେ ଯେଉଁସବୁ ନିଷ୍ପତ୍ତି ନିଆଯାଇଛି, ତାହାର କାର୍ଯ୍ୟକାରିତା ତଥା ଅଗ୍ରଗତି ନେଇ ଆଗାମୀ ୩୦ ଦିନ ପରେ ପୁଣି ଥରେ ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯିବ।

କୋଣାର୍କ ସୁରକ୍ଷା ନେଇ ଆଜି ରାଜ୍ୟ ଅତିଥି ଭବନରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଉଭୟ େକନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅେଶାକ ଚନ୍ଦ୍ର ପଣ୍ଡା ଏହି ସୂଚନା େଦଇଛନ୍ତି।

ଗଣମାଧ୍ୟମ ସାମ୍ନାରେ େକନ୍ଦ୍ରମନ୍ତ୍ରୀ କହିଛନ୍ତି େଯ େକାଣାର୍କ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ମାତ୍ର ବୈଠକରେ ଉପସ୍ଥିତ ଥିବା ବିେଶଷଜ୍ଞମାେନ ଏହାକୁ ଗ୍ରହଣ କରିନାହାନ୍ତି। ବରଂ କହିଛନ୍ତି, େକନ୍ଦ୍ର ସରକାର ପ୍ରଥମ ଥର ପାଇଁ ରୁର୍‌କିସ୍ଥିତ କେନ୍ଦ୍ରୀୟ କୋଠାବାଡ଼ି ଗବେ‌ଷଣା ପ୍ରତିଷ୍ଠାନ ଓ ଆନ୍ତର୍ଜାତିକ କୀର୍ତ୍ତିରାଜି ଓ ଐତିହ୍ୟସ୍ଥଳୀ ପରିଷଦର ମିଳିତ ଅନୁଧ୍ୟାନ ରିେପାର୍ଟ ଆଜି ରାଜ୍ୟକୁ ହସ୍ତାନ୍ତର କରିଛନ୍ତି। ଏଥିରେ େଯଉଁ ତଥ୍ୟ ରହିଛି, ତାହା ଆେଲାଡନ ସୃଷ୍ଟି କଲାଭଳି। ଭିତରେ ଥିବା ବାଲି ଦବିଛି, େଚର ଚରିଗଲାଣି ଓ ଭିତରେ ଖଣ୍ଡ ଖଣ୍ଡ େହାଇ ପଥର ପଡିଛି। ଏଥିସହିତ ଦବିଥିବା ବାଲି ସ୍ଥାନ ପୂରଣ କରିବା ଲାଗି ସାନି ବାଲି ଭର୍ତି କରିବା ଲାଗି ରୁରକି ବିେଶଷଜ୍ଞ ପ୍ରସ୍ତାବ େଦଇଛନ୍ତି।

କୋଣାର୍କ ସଂପର୍କରେ ‘ସମ୍ବାଦ’ରେ କ୍ରମାଗତ ରିେପାର୍ଟ ପ୍ରକାଶ ପରେ ଆଜି ତାହାର ସୁରକ୍ଷା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ତନାଘନା କରିଥିଲେ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ତାଙ୍କ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ଏଏସ୍‌୍ଆଇ ସ‌େର୍ବାଚ୍ଚ ଅଧିକାରୀ ଆଜି ଭୁବନେଶ୍ବର ଆସି ସ୍ଥିତି ସମୀକ୍ଷା କରିଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟ ସଂସ୍କୃତି ମନ୍ତ୍ରୀ, ଅଧିକାରୀ ଓ ବିଶେଷଜ୍ଞଙ୍କ ସହ ଦୁଇ ଘଣ୍ଟା ଧରି ମାନସ ମନ୍ଥନ କରାଯାଇଥିଲା। କୋଣାର୍କ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଏହାର ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି କେନ୍ଦ୍ର ମନ୍ତ୍ରୀ ଜୋର୍ ଦେଇଥିଲେ। କିନ୍ତୁ େକାଣାର୍କକୁ େନଇ ସମସ୍ୟାର ତାଲିକା ବେଶ୍ ଲମ୍ବା ଥିଲା। ଦୀର୍ଘ ଆଲୋଚନା ପରେ ଆନ୍ତର୍ଜାତିକ ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରାଯାଇ କୋଣାର୍କ ସ୍ଥିତି ସାନି ଯାଞ୍ଚ୍ କରାଯିବାକୁ କେନ୍ଦ୍ରମନ୍ତ୍ରୀ ସମ୍ମତି ଜଣାଇଥିଲେ।

ଅପରାହ୍ନ ୧୨ଟା ୩୦ରେ ବୈଠକ ହୋଇ ପାଖାପାଖି ଦୁଇ ଘଣ୍ଟା ଚାଲିଥିଲା। କେନ୍ଦ୍ର ମନ୍ତ୍ରୀ ଶର୍ମା ଓ ରାଜ୍ୟ ମନ୍ତ୍ରୀ ଅଶୋକ ପଣ୍ଡା ଏଏସ୍‌ଆଇ କର୍ତ୍ତୃପକ୍ଷ ଓ ବିଶେଷଜ୍ଞମାନଙ୍କ ମତାମତ ଶୁଣିଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଥିଲା କାରୁକାର୍ଯ୍ୟପୂର୍ଣ୍ଣ ପଥର କଢ଼ାଯାଇ ସାଧା ପଥର ଲଗାଯିବା। ଏହି ପ୍ରସଙ୍ଗ ବୈଠକ‌େର ଉଠିଥିଲା। କିନ୍ତୁ ଏଏସ୍‌ଆଇ କର୍ତ୍ତୃପକ୍ଷ ପୂର୍ବ ପରି ତାହାକୁ ଟାଳି ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ମଧ୍ୟ ଏଏସ୍‌ଆଇର ଦାବିକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇଥିଲେ। ତେବେ ଏ ସମ୍ପର୍କରେ ଆନ୍ତର୍ଜାତିକ ବିଶେଷଜ୍ଞମାନଙ୍କୁ ନେଇ ଗଠିତ କମିଟି ଅଧିକ ଅନୁଧ୍ୟାନ କରିବ ବୋଲି କୁହାଯାଇଥିଲା।

ବୈଠକ ପରେ ଗଣମାଧ୍ୟମକୁ କେନ୍ଦ୍ର ମନ୍ତ୍ରୀ କୋଣାର୍କରୁ କାରୁକାର୍ଯ୍ୟସମ୍ପନ୍ନ ପଥର କଢ଼ାଯାଇ ସାଧା ପଥର ଲଗାଯିବା ଅଭିଯୋଗକୁ ଅସ୍ବୀକାର କରିନଥିେଲ। େହଲେ ତାଙ୍କ ସମୟରେ େହାଇନାହିଁ, ବରଂ ପୂର୍ବରୁ େହାଇଛି େବାଲି ପରୋକ୍ଷରେ ଯୁକ୍ତି ରଖିଥିେଲ। କହିଥିଲେ, ୧୯୯୭ ମସିହା ପ‌ରେ ଗୋଟିଏ ବି ସାଧା ପଥର ଲଗାଯାଇ ନାହିଁ। ଏଏସ୍‌ଆଇ ଏବେ ୩୬୮୬ କୀର୍ତ୍ତିରାଜିର ସଂରକ୍ଷଣ କରୁଛି। ତାହା ମଧ୍ୟରୁ ୨୨ଟି ହେଉଛି ୟୁନେସ୍କୋ ଦ୍ବାରା ମାନ୍ୟତାପ୍ରାପ୍ତ। ତେଣୁ ଏମିତି ସାଧା ପଥର ଲଗାଇବାର ସମ୍ଭାବନା ନାହିଁ।

ପ୍ରକାଶଥାଉକି, ସେତେବେେଳ ବି େକାଣାର୍କର ସୁରକ୍ଷା ଦାୟିତ୍ବ ଏଏସ୍ଆଇ ହାତରେ ନ୍ୟସ୍ତ ଅଛି। ଯଦି ଏଏସ୍ଆଇ ଏହି ପଥର ଲଗାଇନାହିଁ, ତେବେ େକାଣାର୍କର ପଶ୍ଚିମ ପାର୍ଶ୍ବ କାନ୍ଥ ସମତଳ େହାଇଗଲା କେମିତି? ଗତ ୨୧ ବର୍ଷ ଧରି େକାଣାର୍କରେ ଏଏସ୍ଆଇ କି କାମ କରୁଛି? େଯଉଁ ସବୁ ମୂର୍ତି ଭାଙ୍ଗିଯାଇଛି, େସ େକ୍ଷତ୍ରରେ ଏଏସ୍ଆଇ କି ପଦକ୍ଷେପ େନଇଛି? ମନ୍ତ୍ରୀଙ୍କ ଉତ୍ତର ପରିେପ୍ରକ୍ଷୀରେ ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଲାଣି।

କେନ୍ଦ୍ର ମନ୍ତ୍ରୀ ଗଣମାଧ୍ୟକୁ ଆହୁରି କହିଥିଲେ, ରୁର୍‌କିସ୍ଥିତ କେନ୍ଦ୍ରୀୟ କୋଠାବାଡ଼ି ଗବେ‌ଷଣା ପ୍ରତିଷ୍ଠାନ ଓ ଆନ୍ତର୍ଜାତିକ କୀର୍ତ୍ତିରାଜି ଓ ଐତିହ୍ୟସ୍ଥଳୀ ପରିଷଦର ମିଳିତ ଅନୁଧ୍ୟାନ ପରେ କୋଣାର୍କ ମନ୍ଦିର ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଥିବା ଜଣାପଡ଼ିଛି। ଏହି ଦୁଇଟି ସଂସ୍ଥାର ଅନୁଧ୍ୟାନ ଅନୁଯାୟୀ କୋଣାର୍କ ମୁଖ୍ୟ ମନ୍ଦିରର ଭିତ୍ତିଭୂମି ତଳେ ରହିଥିବା ମାଟି ୨୨୩୨ କିଲୋ ନିଉଟନ୍/ମିଟର୍ ପର୍ଯ୍ୟନ୍ତ କ୍ଷମତାର ଚାପ ବା ଓଜନ ବହନ କରିପାରିବ। ହେଲେ ବର୍ତ୍ତମାନ କୋଣାର୍କ ମନ୍ଦିରର ଭିତ୍ତିଭୂମି ଉପରେ ସାମଗ୍ରିକ ଚାପ/ଓଜନ କ୍ଷମତା ୪୬୯ କିଲୋ ନିଉଟନ୍/ମିଟର ରହିଛି। ତେଣୁ ଭୂକମ୍ପ, ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟକୁ ସହିପାରିବାର କ୍ଷମତା ଏହି ଐତିହ୍ୟସ୍ଥଳୀର ରହିଛି। ଆଭ୍ୟନ୍ତରୀଣ ଜଗମୋହନରେ ଭର୍ତ୍ତି ହୋଇଥିବା ବାଲି କିଛି ମାତ୍ରାରେ ଦବି ଯାଇଥିବାରୁ ଉପରିସ୍ଥ ଭାଗରେ କିଛିଟା ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ବିଶେଷଜ୍ଞମାନେ ଏହି ଶୂନ୍ୟସ୍ଥାନକୁ ପୁଣି ବାଲି ଦ୍ବାରା ଭର୍ତ୍ତି କରିବାକୁ ସୁପାରିସ୍ କରିଛନ୍ତି।

ଶ୍ରୀ ଶର୍ମା କହିଥିଲେ, ଆମେ ଖୋଲା ମନରେ ଆଲୋଚନା କରିବାକୁ ଆସିିଛୁ। ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ଏଏସ୍‌ଆଇ ବରିଷ୍ଠ ଅଧିକାରୀ ସମ‌େସ୍ତ ଏଠାକୁ ଆସିଛନ୍ତି। କୋଣାର୍କର ସୁରକ୍ଷା ‌େନଇ ଆମେ ବଦ୍ଧପରିକର।

ରାଜ୍ୟ ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ, ସିବିଆର୍‌ଆଇର ରିପୋର୍ଟକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ମାସକ ଭିତରେ ଆନ୍ତର୍ଜାତିକ ବିଶେଷଜ୍ଞମାନଙ୍କୁ ନେଇ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହା ଦ୍ବାରା କୋ‌ଣାର୍କର ସୁରକ୍ଷା ନେଇ ଆଉ କିଛି ସହଯୋଗ ମିଳିପାରିବ।

ତେବେ ଇନ୍‌ଟାକ୍ କିନ୍ତୁ ଆଜିର ବୈଠକରେ େକନ୍ଦ୍ର ସରକାରଙ୍କ େପ଼ଞ୍ଚକୁ ଧରା ପକାଇ ଦେଇଛି। ସଂସ୍ଥାର ରାଜ୍ୟ ଆବାହକ ଅମୀୟ ଭୂଷଣ ତ୍ରିପାଠୀ କହିଥିଲେ, ସିବିଆର୍‌ଆଇ ବାଲି ଦବିଥିବା କଥା ସ୍ବୀକାର କରୁଛି। ଜଗମୋହନ ମଧ୍ୟରେ ଗୁଳ୍ମ ଜାତୀୟ ଚେର ଚରିଯାଇଥିବା ଓ ପଥର ଖଣ୍ଡ ଭାଙ୍ଗି ଖସି ପଡ଼ିଥିବା ମଧ୍ୟ ସ୍ବୀକାର କରୁଛି। ତେବେ ଭାଙ୍ଗିଯାଇଥିବା ସ୍ଥାନକୁ ମରାମତି ନ କରି ପୁଣି ବାଲି ଭର୍ତ୍ତି କରିବା ପାଇଁ କହିବା ବିଲ୍‌କୁଲ୍ ଗ୍ରହଣୀୟ ନୁହେଁ। ୧୯୦୩ରେ ବ୍ରିଟିସ୍ ଇଞ୍ଜିନିୟର୍‌ ବାଲି ଭର୍ତ୍ତି କରିବା କଥା କହିିଥିବା ବେଳେ ଆଜି ୧୧୫ ବର୍ଷ ପରେ ସେହି କଥା ଦୋହରାଇବାର ଆବଶ୍ୟକତା କ’ଣ ବୁଝି ହେଉନି। ବାରମ୍ବାର ବାଲି ଅପସାରଣ ନେଇ ୟୁନେସ୍କୋ ପକ୍ଷରୁ କୁହାଯିବା ପରେ ମଧ୍ୟ ପୁଣି ଇଏ କି ପ୍ରକାର ନିଷ୍ପତ୍ତି?

େସହିଭଳି ମହାବାତ୍ୟା ପରେ ସମୁଦ୍ରକୁ ଲାଗି କୋଣାର୍କ ଚତୁଃପାର୍ଶ୍ବରେ ଥିବା ସୁଉଚ୍ଚ ଝାଉଁ ଜଙ୍ଗଲ ନଷ୍ଟ ହୋଇଯିବା ପରେ କୋଣାର୍କ ମନ୍ଦିରକୁ ସିଧାସଳଖ ଲୁଣି ପବନ ମାଡ଼ ହେଉଛି। ଏହା ଦ୍ବାରା ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟର ଦ୍ରୁତ ଅବକ୍ଷୟ ଘଟୁଛି। ଏ େନଇ େକନ୍ଦ୍ର କାହିଁକି ଚୁପ ରହୁଛି େବାଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଥିଲେ।

େକନ୍ଦ୍ର ମନ୍ତ୍ରୀ ମନ୍ତ୍ରୀ କହିଥିଲେ, କାଜୁ ଜଙ୍ଗଲ ସୃଷ୍ଟି ବଦଳରେ ପୁଣି ଥରେ ଝାଉଁ ଜଙ୍ଗଲ ସୃଷ୍ଟି କରାଯିବାର ଆବଶ୍ୟକତା ନେଇ ବିଶେଷଜ୍ଞମାନଙ୍କ ଦ୍ବାରା ଅନୁଧ୍ୟାନ ମାସକ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ। ଏହା ପରେ କୋଣାର୍କ ଚତୁଃପାର୍ଶ୍ବରେ ନୂଆ ଜଙ୍ଗଲ ସୃଷ୍ଟି କରିବା ନେଇ ପଦକ୍ଷେପ ଗ୍ରହଣ କରାଯିବ।

େସହିଭଳି କୋଣାର୍କ ମନ୍ଦିରର ଅନେକ ସୂକ୍ଷ୍ମ ଭଗ୍ନାବଶେଷ ଓ କାରୁକାର୍ଯ୍ୟମାନ ସଂଗୃହୀତ ହୋଇ ରହିଥିଲେ ମଧ୍ୟ ସେସବୁର ଦସ୍ତାବିଜକରଣ ଠିକ୍ ଭାବେ କରାଯାଇ ନାହିଁ ବୋଲି ବୈଠକରେ କୁହାଯାଇଥିଲା। ସେସବୁର ଦସ୍ତାବିଜକରଣ କରିବା ସହ ଗୋଟିଏ ସଂଗ୍ରହାଳୟରେ ସାଇତି ରଖିବା ଲାଗି କେନ୍ଦ୍ର ସରକାର ବିଚାର କରିବେ ବୋଲି ମନ୍ତ୍ରୀ କହିଥିଲେ।

ଉଲ୍ଲେଖଯୋଗ୍ୟ, ଆଜିର ବୈଠକରେ କୋଣାର୍କରେ ଜଳ ନିଷ୍କାସନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଯେହେତୁ ମନ୍ଦିରରୁ ଭୂମିର ସ୍ତର କମ୍ ରହିଛି, ତେଣୁ ନିର୍ଦ୍ଦିଷ୍ଟ ଋତୁରେ ହିଁ ଏହି ସମସ୍ୟା ସୃଷ୍ଟି ହେଉଛି। ସେଥି ପାଇଁ ଅଧିକ କ୍ଷମତା ସମ୍ପନ୍ନ ପମ୍ପ ଲଗାଯାଇ ତାହା ପରିସରରୁ ତ୍ବରିତ ଜଳ ନିଷ୍କାସନ ପାଇଁ ପଦକ୍ଷେପ ନିଆଯିବ। ତିନି ମାସ ଭିତରେ ଏହି କାମ କରାଯିବ। ନବଗ୍ରହଙ୍କ ପୂଜାର୍ଚ୍ଚନା ନେଇ ଶନିବାର ଦିନ ନିଶୁଳ୍କ ପ୍ରବେଶ ବ୍ୟବସ୍ଥା ଜାରି ରହିବ। ନବଗ୍ରହ ପୂଜା ପାଇଁ କୌଣସି ପ୍ରବେଶ ଦେୟ ନାହିଁ। କିନ୍ତୁ ସଂରକ୍ଷିତ କୀର୍ତ୍ତିରାଜି ପାଇଁ ନିଃଶୁଳ୍କ ପ୍ରବେଶ ସମ୍ଭବ ନୁହେଁ। ତେବେ ଏହି ପ୍ରସଙ୍ଗରେ ଏକ କମିଟି ଗଠନ କରାଯାଇଛି ଓ ମାସକ ଭିତରେ କମିଟି ରିପୋର୍ଟ ଦେ‌ବ।

ଆଜିର ବୈଠକରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ କୁଳମଣି ସାମଲ ଏବଂ ବିଧାୟକ ସମୀର ଦାଶ ଓ ସୁରେନ୍ଦ୍ର େସଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର