ଲକ୍ଷ୍ମୀପୁର : କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଓ ତାଙ୍କ ପରିବାର ଆଜି ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି। ତାଙ୍କ ସହିତ ବିଭିନ୍ନ ଜିଲ୍ଲାର ପ୍ରାୟ ୬୦ ପରିବାର ଏହି ଧର୍ମରେ ଦୀକ୍ଷିତ ହୋଇଥିବା ଜଣାପଡ଼ିଛି। ଗତ ଶନିବାରଠାରୁ ବିଧାୟକ ଶ୍ରୀ ସଗରିଆଙ୍କ ଗାଁ ବୁର୍ଜାଠାରେ ଦୀକ୍ଷାନ୍ତ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଉତ୍ସବର ପ୍ରଥମ ଦିନରେ ବୌଦ୍ଧ ଧର୍ମଗୁରୁ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଜି ଛତିଶଗଡର ରାୟପୁରରୁ ଆସିଥିବା ବୌଦ୍ଧସନ୍ଥ ବୁଧ ଘୋଷ, ଜଗଦଲପୁରର ଭନ୍ତେ ଜ୍ଞାନ ବୁଧ, ମହାରାଷ୍ଟ୍ର ନାଗପୁରର ଭନ୍ତେ ନାଗ ସେନ ମହାଥେରା ଓ ମଧ୍ୟପ୍ରଦେଶ ବାଲଘାଟରୁ ଆସିଥିବା ସନ୍ତେ ଧମ୍ ଶିଖର ଉପସ୍ଥିତ ରହି ବିଧାୟକଙ୍କ ସହ ତାଙ୍କ ଚାରିଭାଇ ଓ ପରିବାରର ସଦସ୍ୟଙ୍କୁ ବୌଦ୍ଧ ଧର୍ମରେ ଦୀକ୍ଷିତ କରିଥିଲେ। ବିଧାୟକଙ୍କ ପରିବାର ସହିତ ବଲାଙ୍ଗିର, କେନ୍ଦୁଝର, ଭବାନୀପାଟଣା, କାଶୀପୁର, ନବରଙ୍ଗପୁର, କୋଟପାଡ, ପଟାଙ୍ଗି, ଦାମୋନଯୋଡି ଅଞ୍ଚଳର ପ୍ରାୟ ୬୦ ପରିବାର ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହାକୁ ଧର୍ମ ପରିବର୍ତ୍ତନ କରାଯାଉଥିବାବେଳେ ବିଧାୟକ ଓ ଅନ୍ୟମାନେ ସ୍ୱ-ଧର୍ମକୁ ପ୍ରତ୍ୟାବର୍ତ୍ତନ ବୋଲି ମତ ଦେଇଛନ୍ତି।