ଆନ୍ଧ୍ରର ରାସ୍ତା କାମକୁ କୋଟିଆବାସୀଙ୍କ ସମର୍ଥନ

ପଟାଙ୍ଗି : ବିବାଦୀୟ କୋଟିଆରେ ଆନ୍ଧ୍ର ପକ୍ଷରୁ ଚାଲିଥିବା ରାସ୍ତାକାମକୁ ସମର୍ଥନ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଫଳରେ ଏହି ରାସ୍ତାକାମକୁ ବିରୋଧ କରିବାକୁ ଯାଇଥିବା ଓଡ଼ିଶାର ଅଧିକାରୀମାନେ ସେଠାରୁ ଫେରିଆସିବାକୁ ବାଧ୍ୟ ହେବା ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ ଆନ୍ଧ୍ର ସରକାରଙ୍କ ପକ୍ଷରୁ ତାଡିବାଲସାରୁ ଆରଜୁବାଲସା ପର୍ଯ୍ୟନ୍ତ ମେଟାଲ ରାସ୍ତା ନିର୍ମାଣ କରାଯାଉଛି। ସେହିପରି ତଳ ଗଞ୍ଜେଇପଦରରୁ ଉପର ଗଞ୍ଜେଇପଦର ପର୍ଯ୍ୟନ୍ତ ମେସିନ ଲଗାଇ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ଖବର ପାଇବା ପରେ କାର୍ଯ୍ୟ ବନ୍ଦ ଓ ମେସିନ୍‌ ଜବତ କରିବା ନିମନ୍ତେ ଆଜି ପଟାଙ୍ଗି ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା, ସୁପରଭାଇଜର ଭାସ୍କର ଚନ୍ଦ୍ର ଗମାଙ୍ଗ ପ୍ରମୁଖ ଗଞ୍ଜେଇପଦର ଗ୍ରାମରେ ପହଞ୍ଚିଥିଲେ। ତେବେ ଏହି ସମୟରେ ଗ୍ରାମବାସୀ ରାସ୍ତା କାମକୁ ସମର୍ଥନ କରିବା ଦେଖି ଅଧିକାରୀ ମାନେ ଫେରି ଆସିଥିଲେ।

ସମ୍ବନ୍ଧିତ ଖବର