ଅଂଶୁଘାତରେ କେପି ଅସୁସ୍ଥ

ଢେଙ୍କାନାଳ : କଂଗ୍ରେସର ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ବ୍ରିଗେଡିୟର ରାଜା କାମାକ୍ଷାପ୍ରସାଦ ସିଂହଦେଓ ଗ୍ରୀଷ୍ଣତାପକୁ ଖାତିର୍ ନକରି ନିଜର ମାରାଥନ୍ ପ୍ରଚାର କରୁଥିଲେ। ଆଜି ଅତ୍ୟଧିକ ଗ୍ରୀଷ୍ଣ ଯୋଗୁଁ ଅସୁସ୍ଥ ହୋଇ ଭୁବନେଶ୍ୱର ଆପୋଲ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଗତ ୧୨ ତାରିଖରେ ଶ୍ରୀ ସିଂହଦେଓ ନିର୍ବାଚନୀ ପ୍ରଚାର ପାଇଁ ଗଁଦିଆ ବ୍ଲକ୍‌ ନିହଲ ପ୍ରସାଦ ଅଞ୍ଚଳକୁ ମଧ୍ୟାହ୍ନରେ ଯାଇଥିଲେ। ପ୍ରବଳ ଖରାରେ ସେ ଗାଁକୁ ଗାଁ ବୁଲି ନିର୍ବାଚନ ପ୍ରଚାର କରି ଫେରିବା ବେଳକୁ ଅପରାହ୍ନରେ ଅସୁସ୍ଥ ଅନୁଭବ କରିଥିଲେ। ଗାଡିର ପଛ ସିଟ୍‌‌େର ଶୋଇ ଘରକୁ ଫେରିଥିଲେ। ତାଙ୍କୁ ପ୍ରବଳ ଜ୍ୱର ହୋଇଥିଲା। ସେହିଦିନ ରାତିରେ ଘରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତା’ ପରଦିନ ମଧ୍ୟ ତାଙ୍କର ଜ୍ୱର ନଛାଡିବାରୁ ସକାଳୁ ତାଙ୍କୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ବୟସାଧିକ୍ୟ ଯୋଗୁଁ ପ୍ରବଳ ଗ୍ରୀଷ୍ଣତାପ ଫଳରେ ଡିହାଇଡ୍ରେସନ୍ ଘଟି ଅଂଶୁଘାତରେ ସେ ଅସୁସ୍ଥ ହୋଇପଡିଥିବା ଡାକ୍ତର ପ୍ରକାଶ କରିଥିଲେ। ଆସନ୍ତାକାଲି ସେ ଘରକୁ ଫେରିଆସିବେ ବୋଲି ତାଙ୍କ ପୁତ୍ର ଯୁବରାଜ ଅମରଜ୍ୟୋତି ସିଂହଦେଓ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର