ଶ୍ରୀମନ୍ଦିର ଦାୟିତ୍ବ ନେଲେ କ୍ରିଷନ୍ କୁମାର

‘ସେବାୟତ କଲ୍ୟାଣ ମୁଖ୍ୟ ଲକ୍ଷ୍ୟ’

ପୁରୀ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ୍‌ କ୍ରିଷନ୍ କୁମାର ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି।

ଦାୟିତ୍ବ ଗ୍ରହଣ ଅବସରରେ ଶ୍ରୀ କ୍ରିଷନ୍ ଗଣମାଧ୍ୟମକୁ କହିଛନ୍ତି ଯେ, ‘ଶ୍ରୀଜଗନ୍ନାଥଙ୍କ କୃପାରୁ ମୋତେ ଏହି ଗୁରୁ ଦାୟିତ୍ବ ମିଳିଛି। ମନ୍ଦିର ପ୍ରଶାସନ, ସେବାୟତ ଓ ପରିଚାଳନା କମିଟି ମଧ୍ୟରେ କିଭଳି ସମନ୍ବୟ ଭିତ୍ତିରେ ସମସ୍ତ କାର୍ଯ୍ୟ ସଂପାଦନ ହୋଇପାରିବ ସେ ଦିଗରେ ଦୃଷ୍ଟି ଦେବି ।’ ଆହୁରି ମଧ୍ୟ କହିଛନ୍ତି ଯେ, ‘ଶ୍ରୀମନ୍ଦିରର ସର୍ବାଙ୍ଗୀନ ଉନ୍ନତିରେ ସମସ୍ତଙ୍କର ସହଭାଗିତା ଜରୁରି। ପ୍ରଥମ ପ୍ରାଥମିକତା ହେଉଛି ଶ୍ରୀମନ୍ଦିରର ନୀତିକାନ୍ତି। ମହାପ୍ରଭୁଙ୍କ ନୀତିକାନ୍ତି କିପରି ଶାନ୍ତିଶୃଙ୍ଖଳାର ସହ ଓ ସମୟାନୁସାରେ ସମାପନ ହେବ ସେ ଦିଗରେ ଦୃଷ୍ଟ ଦେବି। ’ ‘ ଏହାଛଡ଼ା ସେବାୟତଙ୍କ ଗୁରୁକୁଳ କାମ, ସେବାୟତଙ୍କ ସ୍ବାସ୍ଥ୍ୟ ଓ ଗୃହ ନିର୍ମାଣ ପ୍ରସଙ୍ଗକୁ ବି ସର୍ବାଧିକ ଗୁରୁତ୍ବ ଦିଆଯିବ,’ ବୋଲି ଶ୍ରୀ କ୍ରିଷନ୍ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର