ମୋ ପ୍ରତି ଅନ୍ୟାୟ ହୋଇଛି : ସଗରିଆ

ଶ୍ରୀକାନ୍ତଙ୍କ ପାଇଁ ବିଜେପିର ଦରଦ

ଭୁବନେଶ୍ବର : ଶ୍ରୀକାନ୍ତଙ୍କ ସାମ୍ବାଦିକ ସମ୍ମିଳନୀ ସମୟରେ ସଗରିଆ ତାଙ୍କ ବାସଭବନରେ ଥିଲେ ବି ଏକାଠି ଗଣମାଧ୍ୟମକୁ ସାମ୍ନା କରି ନ ଥିଲେ। ଶ୍ରୀକାନ୍ତଙ୍କ ସାମ୍ବାଦିକ ସମ୍ମିଳନୀର କିଛି ସମୟ ପରେ ନେହରୁ ଯୁବକେନ୍ଦ୍ରରେ ଆଉ ଏକ ସାମ୍ବାଦିକ ସମ୍ମିଳନୀ ଡାକି ନିଜ ମତ ରଖିଥିଲେ। ସେ କହିଥିଲେ, ମୁଁ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ। ଦଳ ବିରୋଧ‌େର କୌଣସି କାର୍ଯ୍ୟ କରି ନାହିଁ। ମୋତେ ବହିଷ୍କାର କରିବା ପୂର୍ବରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ନାହିଁ। ମୋତେ ଅନ୍ୟାୟ ଭାବେ ଦଳରୁ ବହିଷ୍କାର କରାଯାଇଛି। ଭବିଷ୍ୟତ ରାଜନୀତି ସମ୍ପର୍କରେ ଶ୍ରୀ ସଗରିଆ କହିଲେ, ମୁଁ ସାମାଜିକ ନ୍ୟାୟ ପାଇଁ ଲଢ଼ିବି। ଦଳିତ, ଆଦିବାସୀଙ୍କ ସାମାଜିକ ନ୍ୟାୟ ପାଇଁ ଲଢ଼େଇ ଜାରି ରହିବ। ସବୁ ଜିଲ୍ଲାକୁ ଯାଇ ପ୍ରଚାର କରିବି। ବିଜେଡି କିମ୍ବା ବିଜେପିକୁ କେବେ ଯିବି ନାହିଁ। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଟାର୍ଗେଟ୍ କରି ସେ କହିଲେ, ବିରୋଧୀ ଦଳ ନେତାଙ୍କର ସବୁବେଳେ ଆଦିବାସୀ, ହରିଜନଙ୍କ ପ୍ରତି ନକରାତ୍ମକ ଆଭିମୁଖ୍ୟ ରହିଛି। ତାଙ୍କର ସିଧାସଳଖ ତୃତୀୟ ମହଲା ସହ ସମ୍ପର୍କ ରହିଛି। ନିଜ ପୁଅକୁ ବିଜେଡିରେ ଥଇଥାନ କରିବାକୁ ନରସିଂହ ଉଦ୍ୟମ କରୁଛନ୍ତି। ସେଥି ପାଇଁ ‌ରାଜ୍ୟରେ କଂଗ୍ରେସ ଦଳ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଛି।

ଶ୍ରୀକାନ୍ତଙ୍କ ପାଇଁ ବିଜେପିର ଦରଦ

ଭୁବନେଶ୍ବର : ବିଶୃଙ୍ଖଳା ପାଇଁ କଂଗ୍ରେସରୁ ବହିଷ୍କୃତ ଶ୍ରୀକାନ୍ତ ଜେନାଙ୍କ ପାଇଁ ଅଣ୍ଟ‌ା ଭିଡ଼ିଛି ବିଜେପି। ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି, କଂଗ୍ରେସ ଓ ବିଜେଡି ମଧ୍ୟରେ ଖଣି ବ୍ୟବସାୟର ସ୍ବାର୍ଥ ରକ୍ଷା ନେଇ ହୋଇଥିବା ଡିଲ୍‌ର ସୂଚନା ଦେଇଛନ୍ତି ଶ୍ରୀକାନ୍ତ। ନବୀନ ଓ ନିରଞ୍ଜନ ଖଣିମାଫିଆ ଡିଲ୍‌ ରାଜ୍ୟକୁ ଏତେ ମାତ୍ରାରେ ପ୍ରଭାବିତ କରିଛି ‌େଯ ତାହା ରାଜ୍ୟର ସାମୂହିକ ସ୍ବାର୍ଥ ପାଇଁ ବଡ଼ ବିପଦ। ଖଣି ମାଲିକ ପରିବାରର ବ୍ୟବସାୟିକ ସ୍ବାର୍ଥର ସୁରକ୍ଷା ପାଇଁ ବିଜେଡି-କଂଗ୍ରେସ ମିଳିତ ହୋଇଛନ୍ତି। ଏହାକୁ ବିରୋଧ କରିବାରୁ ଶ୍ରୀକାନ୍ତ ଜେନାଙ୍କୁ ବହିଷ୍କାର କରାଯାଇଛି।

ସମ୍ବନ୍ଧିତ ଖବର