ଅନୁଗୁଳ: ଦ୍ରୁତ ଗତିରେ ବାଇକ ଚଳାଇବା ପଡିଲା ମହଙ୍ଗା, ଅକାଳରେ ଚାଲିଗଲା ଜୀବନ | ହେଲମେଟ ନ ପିନ୍ଧି ବାଇକ ଚଳାଇବା ଯୋଗୁଁ ଯୁବକ ଜଣକଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି | ମିଳିଥିବା ସୂଚନା ମୁତାବକ ଅନୁଗୁଳର ତାଳଚେର ଟାଉନର ସେଣ୍ଟ୍ରାଲ କଲୋନୀରେ ରହୁଥିଲେ ଅବିନାଶ ଜୈନ | ଅବିନାଶ ଗତକାଲି ରାତି ୮ଟାରେ ଘରୁ ନିଜ କେଟିଏମ ବାଇକରେ ବାହାରିଯାଇଥିଲେ |
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଦ୍ରୁତ ଗତିରେ ବାଇକ ଚାଳନା ଯୋଗୁଁ ଡେରା ନିକଟରେ ତାଙ୍କ ବାଇକ ନିୟନ୍ତ୍ରଣ ହରାଇଥିଲା | ପ୍ରଥମେ ବାଇକଟି ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ପରେ ଦୁର୍ଘଟଣାର ଶିକାର ହୋଇଯାଇଥିଲା |
ଏତେ ଜୋରରେ ବାଇକଟି ମାଡ ହୋଇଥିଲା ଯେ ଘଟଣାସ୍ଥଳରେ ହିଁ ଅବିନାଶଙ୍କର ମୃତ୍ୟୁ ହୋଇଯାଇଥିଲା | ତେବେ ଏହି ଦୁର୍ଘଟଣାରେ ସାଇକେଲ ଆରୋହୀ ଜଣକ ଗୁରୁତର ଆହତ ହୋଇଛନ୍ତି | ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥିତ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି | ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଅବିନାଶ ବାଇକ ଚଳାଉଥିବା ସମୟରେ ହେଲମେଟ ପିନ୍ଧିନଥିଲେ |