କୁଆଁରିଆ ଜଳଭଣ୍ଡାରର ୪ଟି ଗେଟ୍ ଖୋଲା

ତିତ୍‌ଲି ପ୍ରଭାବରେ ପ୍ରବଳ ବର୍ଷା, ବନ୍ୟା ପରିସ୍ଥିତି

ଦଶପଲ୍ଲା : ‘ତିତ୍‌ଲି’ ପ୍ରଭାବରେ ୨୪ ଘଂଟା ତଥା ସଂଧ୍ୟା ୬ଟା ମଧ୍ୟରେ ଦଶପଲ୍ଲାରେ ୫୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛ। ମାତ୍ର ତିତ୍‌ଲି ପ୍ରଭାବରେ ସେଭଳି କୌଣସି ବଡ ଧରଣର କ୍ଷୟକ୍ଷତି ହୋଇନଥିବା ବେଳେ ଲଗାଣ ବର୍ଷାକୁ ନେଇ ସଂଧ୍ୟାରେ କୁଆଁରିଆ ଜଳ ଭଣ୍ଡାରର ୪ଟି ଗେଟ୍ ଖୋଲାଯାଇଛି ଏବଂ ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ କେତେକଙ୍କ ଘରେ ପାଣି ପଶିଥିବା ଦେଖାଯାଇଛି। ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୧୭୫୦ ହେକ୍ଟର ମି. ବା ୧୩୫.୭୦ ମି. ରହିଥିବା ବେଳେ ସଂଧ୍ୟା ୬ଟା ସୁଦ୍ଧା ଏହା ୧୫୯୪ ହେକ୍ଟର ମି. ବା ୧୩୫.୩୫ ମିଟରରେ ପହଞ୍ଚିଛି। ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବା ବେଳେ ଜଳସ୍ତର ବୃଦ୍ଧିକୁ ନେଇ ୪ଟି ଗେଟ୍ ଖୋଲା ଯାଇଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର କୁମାର ସେଠୀ ସୂଚନା ଦେଇଛନ୍ତି। ଆବଶ୍ୟକ ପଡିଲେ ୫ମ ଗେଟ୍‌ଟି ଖୋଲାଯିବ ବୋଲି ସୂଚନା ମିଳିଛି। ଶ୍ରୀ ସେଠୀଙ୍କ ସମେତ ବିଭାଗୀୟ ଯନ୍ତ୍ରୀ ଜଳଧର ସାଥୁଆ ଓ ଅନ୍ୟ କର୍ମଚାରୀମାନେ ଏହାର ଗତିବିଧି ଉପରେ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର