କୁନା ତ୍ରିପାଠୀ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର : ବରିଷ୍ଠ ଚଳଚ୍ଚିତ୍ର ଅଭିନେତା କୁନା ତ୍ରିପାଠୀ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ସେ ମୁନା ଖାଁ ଙ୍କ ସ୍ଥାନ ନେବେ । ଏହି ଅବସରରେ ନିଜର ପ୍ରତିକ୍ରିୟା ରଖି କୁନା ତ୍ରିପାଠୀ କହିଛନ୍ତି ଯେ ଓଡିଆ ଚଳଚ୍ଚିତ୍ର ପାଇଁ ଯାହା ସମ୍ଭବ ତାହା କରିବି । ନିର୍ମାତାଙ୍କୁ ଯେପରି ସହଜରେ ଋଣ ମିଳିପାରିବ ସେ ବ୍ୟବସ୍ଥା କରାଯିବ । ଅନ୍ୟପକ୍ଷରେ କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର କରାଯିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର