କୁନ୍ଦୁଲି ମାମଲାରେ ମହିଳା କମିସନଙ୍କ ହସ୍ତକ୍ଷେପ

ଭୁବନେଶ୍ୱର : କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅଧୀନ କୁନ୍ଦୁଲି ଅଂଚଳରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ହୋଇଥିବା ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ମହିଳା କମିସନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ସପ୍ତାହକ ମଧ୍ୟରେ ସିବିଶେଷ ତଥ୍ୟ ଓ ରିପୋର୍ଟ ଦେବାକୁ କୋରାପୁଟ ଏସ୍‌ପିଙ୍କୁ ନିର୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ରାଜ୍ୟ ମାନବାଧିକାର କମିସନ ମଧ୍ୟ ସପ୍ତାହକ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ମହିଳା କମିସନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ରଙ୍କଠାରୁ ମିଳିଥିବା ସୂଚନା ମୁତାବକ ଏହି ଘଟଣାକୁ କମିସନ ଗୁରୁତ୍ୱର ସହିତ ନେଇଛନ୍ତି। ପ୍ରଥମେ ନାବାଳିକାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ଆଉ କ’ଣ ଆବଶ୍ୟକ ସେ ନେଇ ପଦକ୍ଷେପ ନେବା ଜରୁରୀ। ଏହା ବ୍ୟତୀତ ତା’ର ପରିବାରକୁ ଆର୍ଥିକ ସହଯୋଗ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କମିସନ ନିର୍ଦେଶ ଦେଇଛନ୍ତି।

ଏଥିପାଇଁ କମିସନ ଏକ ୪ ଜଣିଆ ପ୍ରତିନିଧିଦଳ ଗଠନ କରିଛି। ଏହି ଟିମ କୋରାପୁଟ ପଟାଙ୍ଗୀକୁ ଯିବ। ଟିମ୍‌ରେ ଦୁଇ ଜଣ ସଦସ୍ୟ ରହିବେ, ଜଣେ ଡିଏସ୍‌ପି, ଓ ଆଇନ ବିଶେଷଜ୍ଞ ରହିବେ।

ସମ୍ବନ୍ଧିତ ଖବର