ଜୟପୁର: କୁନ୍ଦୁଲି କମିସନ୍‌ଙ୍କ ଦ୍ୱିତୀୟ ପର୍ଯ୍ୟାୟ ସାକ୍ଷ୍ୟ ଗ୍ରହଣ

ଜୟପୁର: ରବିବାର ଦିନ କୁନ୍ଦୁଲି କମିସନ୍‌ଙ୍କ ନିକଟରେ ଆଉ ଦୁଇ ଜଣ ସରକାରୀ କର୍ମଚାରୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି।

କୋରାପୁଟ ଜିଲ୍ଲାର ଅନ୍ତର୍ଗତ ଜୟପୁରସ୍ଥିତ ଜିଲ୍ଲା ଦୌରାଜଜ୍‌ ଅଦାଲତରେ ଆଜି ସକାଳେ ଚାଲିଥିବା ସାକ୍ଷ୍ୟ ଗ୍ରହଣରେ ସିଆଇଡି କ୍ରାଇମ୍‌ ବ୍ରାଞ୍ଚ୍‌ ଏସ୍‌ପି ଶ୍ରୀମତୀ ଏଲ୍‌. ଆର୍‌. ପଟ୍ଟନାୟକ ଏବଂ ଜୟପୁର ଟାଉନଥାନା ଆଇଆଇସି (ସମ୍ପ୍ରତି ଏସ୍‌ଡିପିଓ ଲକ୍ଷ୍ମୀପୁର) ତପନ ରଥ ଉପସ୍ଥିତ ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ।

ଜୁନ୍‌ ୧୭ ତାରିଖ ଦିନ ଏହି ମାମଲାରେ ପୀଡ଼ିତାଙ୍କୁ ଚିକିତ୍ସା କରିଥିବା ୫ ଜଣ ଡାକ୍ତରଙ୍କର ସାକ୍ଷ୍ୟ ଗ୍ରହଣ କରାଯିବ।

ସ୍ପେସାଲ୍‌ କାଉସିଲର୍‌ ତଥା କୁନ୍ଦୁଲି କମିସନ୍‌ର ସରକାରୀ ଓକିଲ ପ୍ରଭାକର ପଟ୍ଟନାୟକ ମାମଲାର ପରିଚାଳନା କରୁଛନ୍ତି।

ଗତ ରବିବାର ଦିନ ପଟାଙ୍ଗୀ ଆଇ ଆଇ ସି ଦେବ କୁମାର ଗମାଙ୍ଗୋ ଏବଂ ତଦନ୍ତକାରୀ ଅଧିକାରୀ ଏଚ୍‌ ଆର୍‌ ପି ସି ମମତା ପାଣିଗ୍ରାହୀ ଉପସ୍ଥିତ ହୋଇ ସାକ୍ଷ୍ୟ ପ୍ରଦାନ କରି ଥିଲେ।

ସମ୍ବନ୍ଧିତ ଖବର