‘ମୋ ସରକାର’ ଅଧିନକୁ ଆସିବ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ

ଭୁବନେଶ୍ୱର: ଓଡ଼ିଶା ସରକାର ‘ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା’ ବିଭାଗକୁ ‘ମୋ ସରକାର’ ଅଧିନକୁ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ଏଥି ପାଇଁ ପ୍ରସ୍ତୁତି ଚାଲିଛି।

ପୂର୍ବରୁ ସବୁ ଜିଲ୍ଲାର ସଦର ମହକୁମାରେ ଥିବା ମୁଖ୍ୟ ପୁଲିସ କାର୍ଯ୍ୟାଳୟ, ଗୃହ ଓ ନଗର ଉନ୍ନୟନ, କୃଷି, ପରିବାର କଲ୍ୟାଣ ଓ ମହିଳା ଏବଂ ଶିଶୁ ବିକାଶ ବଭାଗକୁ ମୋ ସରକାର ଅନ୍ତର୍ଭୁକ୍ତ କରାଯାଇଥିଲା। କିଛି ଦିନ ପୂର୍ବରୁ ମୋ ସରକାରରେ ଲଘୁ, କ୍ଷୁଦ୍ର ମଧ୍ୟମ ଶିଳ୍ପ ବିଭାଗକୁ ସାମିଲ କରାଯାଇଥିଲା।

ସୂତ୍ର ଅନୁସାରେ ଶ୍ରମ ବିଭାଗକୁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ‘ମୋ ସରକାର’ରେ ଅନ୍ତର୍ଭୁକ୍ତ କରାଯିବ। ଏହି ଅବସରରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ମୁଖ୍ୟ ସଚିବ ଅସିତ ତ୍ରିପାଠୀ, ୫ଟି ସଚିବ ଭିକେ ପାଣ୍ଡିଆନ, ଶ୍ରମ ସଚିବ ଅନୁ ଗର୍ଗ, ବିଭାଗର ପରାମର୍ଶଦାତା ସୁଭାଷ ସିଂହ ଉପସ୍ଥିତ ରହିବେ। ସୂଚନାଯୋଗ୍ୟ ମୋ ସରକାର ଗତ ବର୍ଷ ଅକ୍ଟୋବର ୨ରେ ଶୁଭାରମ୍ଭ କରାଯାଇଥିଲା।

ସମ୍ବନ୍ଧିତ ଖବର