ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ବାହାନଗା/ଗୋପାଳପୁର : କାମ କରୁଥିବାବେଳେ ଜଣେ ଶ୍ରମିକଙ୍କ ସଂଦେହଜନକ ମୃତ୍ୟୁ ହୋଇଛି। ଏନେଇ ସହ ଶ୍ରମିକ ଓ ପରିବାରବର୍ଗ କ୍ଷତିପୂରଣ ଦାବିରେ ଶବ ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ରେ।

ସୂଚନା ଅନୁସାରେ; ଖନ୍ତାପଡ଼ା ପଞ୍ଚାୟତ ସୁଠଙ୍ଗଠାରେ ଥିବା ମା’ ଦୁର୍ଗା ରାଇସ୍‌ ମିଲ୍‌ କିଛିଦିନ ହେବ ବନ୍ଦ ଥିଲା। ତେବେ ୮ ମାସ ହେବ ଏହା କାର୍ଯ୍ୟକ୍ଷମ ହୋଇଛି। ଉକ୍ତ ମିଲ୍‌ରେ ବସ୍ତା ଥାନା କୁରାଡ଼ିହା ଗ୍ରାମ ମଲ୍ଲି ସାହିର ହରିହର ବାରିକଙ୍କ ପୁଅ ମନ୍ମଥ (୨୫) ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତେବେ ଗତକାଲି ମଧ୍ୟରାତିରେ ମନ୍ମଥ କୌଣସି କାରଣରୁ ଗୁରୁତର ହୋଇପଡ଼ିଥିଲେ। କାର୍ଯ୍ୟରତ ଅନ୍ୟ ଶ୍ରମିକ ଓ ମିଲ୍‌ କର୍ମଚାରୀ ମନ୍ମଥଙ୍କୁ ବାଲେଶ୍ୱର ସଦର ହସ୍ପିଟାଲ୍‌କୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପ୍ରଚାରିତ ହେବା ପରେ ସହଶ୍ରମିକ ଓ ପରିବାରବର୍ଗ କ୍ଷତିପୂରଣ ଦାବିରେ ମୃତଦେହ ରଖି ଜାତୀୟ ରାଜପଥ କରିଥିଲେ। ଖନ୍ତାପଡ଼ା ପୁଲିସ ପହଂଚି ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଅବରୋଧକାରୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା। ତେବେ ବୁଝାସୁଝା ପରେ ସମସ୍ତେ ଶାନ୍ତ ପଡ଼ିଥିଲେ। ଯାହା ଜଣାପଡ଼ିଛି; ହରିହରଙ୍କ ଏତଲା କ୍ରମେ ଥାନାରେ ୧୦୬/୧୯ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର