ଟ୍ରକ୍‌ରେ ବୋଝେଇ ସମୟରେ କାଠ ଚାପି ହୋଇ ଶ୍ରମିକ ମୃତ

ଚାରିଛକ : ବୌଦ୍ଧ ଜିଲ୍ଲା ମାଧପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ତଳଗାଁ ପଞ୍ଚାୟତର ରାଣୀସାହି ନିକଟରେ ଏକ ଟ୍ରକରେ କାଠ ବୋଝେଇ ସମୟରେ ଅଘଟଣ ଘଟି ଶନିବାର ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ପୁଲିସ ସୂଚନା ଅନୁସାରେ, ଶନିବାର ମାଧପୁର ଫରେଷ୍ଟ ରେଞ୍ଜର ତଳଗାଁ ଅଞ୍ଚଳରେ ଚାରିଛକ କାଠ କର୍ପୋରେସନ ବିଭାଗର ଏକ ଟ୍ରକରେ କାଠ ବୋଝେଇ ହେଉଥିଲା। ଏହି ସମୟରେ ଟ୍ରକରୁ ଏକ କାଠ ଗଣ୍ଡି ଖସି ଗାଡି ପଛପଟେ କାମ କରୁଥିବା ଶ୍ରମିକ ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ଉପରେ ପଡ଼ିଥିଲା। ଫଳରେ ସେ କାଠଗଣ୍ଡି ତଳେ ଚାପି ହୋଇ ଯାଇଥିଲେ। ତାଙ୍କର ଛାତିରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଚିକିତ୍ସା ପାଇଁ ଦଶପଲ୍ଲା ମେଡିକାଲ ନେବା ରସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଶ୍ରମିକଙ୍କ ଘର ନୟାଗଡ ଜିଲ୍ଲା ଦଶପଲ୍ଲା ପୁରୁଣାପାଣି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର