ଆରମ୍ଭ ହେଲା ‘ଲକ୍ଷ୍ୟ’

ଭୁବନେଶ୍ୱର : ମା’ ଓ ଶିଶୁ ମୃତ୍ୟୁ ହ୍ରାସ ନିୟନ୍ତ୍ରଣ ପାଇଁ ଗୁଣାତ୍ମକ ଚିକିତ୍ସା ପ୍ରଦାନ ଉଦ୍ଦେଶ୍ୟରେ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ‘ଲକ୍ଷ୍ୟ’ ଯୋଜନାର ଶୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା ଏହାର ଉଦ୍‌ଘାଟନ କରିଛନ୍ତି। ଏହି ଯୋଜନାରେ, ଜାତୀୟ ନିର୍ଦେଶାବଳୀ ଅନୁଯାୟୀ ରାଜ୍ୟରେ ଲେବର ରୁମ, ଅପରେସନ ଥିଏଟର, ସ୍ତ୍ରୀ ଓ ପ୍ରସୂତି ବିଭାଗର ହାଇ ଡିପେଡାନ୍ସି ୟୁନିଟ୍‌ ବା ଏଚ୍‌ଡିୟୁ ଓ ଆଇସିୟୁର ଉନ୍ନତିକରଣ କରାଯିବ। ଏହାସହ ନବଜାତ ଶିଶୁ ପ୍ରସବ ସମୟରେ ଦେଖାଯାଉଥିବା ଜଟିଳ/ଗୁରୁତର ସମସ୍ୟାର ତୁରନ୍ତ ଚିକିତ୍ସା ପାଇଁ ଗୁଣାତ୍ମକ ଚିକିତ୍ସା ସେବା ମାନକ/ନିର୍ଧାରିତ ପଦ୍ଧତିକୁ ଅନୁସରଣ ହେବ। ଗର୍ଭବତୀ ମା’ମାନଙ୍କ ପାଇଁ ଅନୁକୂଳ ପାରିପାର୍ଶ୍ୱିକ ପରିବେଶ ପ୍ରଦାନ କରିବା ସହିତ ଏକ ସମ୍ମାନଜନକ ପ୍ରସବ ସେବାର ଅନୁଭୂତି ପ୍ରଦାନ କରିବା ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

କାର୍ଯ୍ୟକ୍ରମ ଉଦ୍‌ଘାଟନ ସମୟରେ ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଉପ-ନିର୍ଦେଶକ, ବିଭାଗୀୟ ମୁଖ୍ୟ ଶିଶୁ ରୋଗ ବିଶେଷଜ୍ଞ, ନୂଆଦିଲ୍ଲୀ ଏମ୍‌ସର ନିର୍ଦେଶକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର