ବାତ୍ୟା ‘ଅମ୍ପାନ୍’ ପାଇଁ ଶ୍ରମିକ ଟ୍ରେନକୁ ସାମୟିକ ସ୍ଥଗିତ ପାଇଁ କେନ୍ଦ୍ରକୁ ଜଣାଇଲେ ଓଡ଼ିଶା ସରକାର

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ବା ଡିପ୍ରେସନ ବାତ୍ୟା ରୂପ ନେଇସାରିଥିବା ଭାରତୀୟ ପାଣିପାଗ ବିଭାଗ କହିଛି । ବାତ୍ୟା ‘ଅମ୍ପାନ୍’ ଏବେ ପାରାଦୀପର ଦକ୍ଷିଣରେ ୧୦୪୦ କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି ଏହା ଉତ୍ତର ଓ ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଆସନ୍ତା ୧୨ ଘଣ୍ଟାରେ ଏହା ଭୀଷଣ ବାତ୍ୟାର ରୂପ ନେବ । ଆସନ୍ତାକାଲି ସୁଦ୍ଧା ଏହା ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଉତ୍ତର ଦିଗରେ ଗତି କରିବ ଓ ମେ ୧୯ ରାତି କିମ୍ବା ମେ ୨୦ ତାରିଖ ସକାଳ ସୁଦ୍ଧା ଏହା ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ସ୍କାଏମେଟ ଆକଳନ କରିଛି ।

ତେବେ ବାତ୍ୟା ‘ଅମ୍ପାନ୍’କୁ ନଜରରେ ରଖି ରାଜ୍ୟ ସରକାର ସ୍ୱତନ୍ତ୍ର ଶ୍ରମିକ ଟ୍ରେନକୁ ସାମୟିକ ସ୍ଥଗିତ ରଖିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇଛନ୍ତି | କ୍ୟାବିନେଟ ସଚିବ ରାଜୀବ ଗୋଉବାଙ୍କ ସହ ଭିଡିଓ କନଫରେନସିଂ ସମୟରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏହା ଜଣାଇଛନ୍ତି | ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ଆଜି କେନ୍ଦ୍ର କ୍ୟାବିନେଟ ସଚିବ କଥା ହୋଇଥିଲେ | ରାଜ୍ୟର ପ୍ରସ୍ତୁତିକୁ କେନ୍ଦ୍ର କ୍ୟାବିନେଟ ସଚିବ ପ୍ରଶଂସା କରିଥିଲେ |

ସମ୍ବନ୍ଧିତ ଖବର