ବାରିପଦା : ବେଙ୍ଗାଲୁରରୁ ଆସିବାକୁ ଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍

ବାରିପଦା : ମୟୂରଭଞ୍ଜକୁ ବେଙ୍ଗାଲୁରରୁ ଆସିବାକୁ ଥିବା ଆଉ ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ବାତିଲ ହୋଇଥିବା ବେସରକାରୀ ସୂତ୍ରରୁ ଜଣାପଡ଼ିଛି। ଏହି ଟ୍ରେନ୍ ଆସନ୍ତାକାଲି ସକାଳ ୬ଟାରେ ବାରିପଦାରେ ପହଞ୍ଚିବାର ଥିଲା। ମାତ୍ର କୌଣସି କାରଣରୁ ଏହି ଟ୍ରେନ୍ ବାତିଲ୍ ହୋଇଥିବା ଜଣାପଡ଼ିଛି। ସେହିପରି ତାମିଲନାଡୁର ସାଲେମରୁ ଆସିଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ଟି ବାରିପଦା ଆସିବା ପରିବର୍ତ୍ତେ ବାଲେଶ୍ବରରେ ଅଟକିଥିଲା। ଗତକାଲି ପ୍ରଥମଥର ପାଇଁ ବାରିପଦାକୁ ତାମିଲନାଡୁର ତିରୁନେଲଭେଲିରୁ ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ବାରିପଦାର ଭଞ୍ଜପୁର ଷ୍ଟେସନକୁ ଆସିଥିଲା। ଏହି ଟ୍ରେନ୍‌ରେ ମୟୂରଭଞ୍ଜର ୨୮୪ଜଣ ଯାତ୍ରୀଙ୍କ ସହିତ ସୁନ୍ଦରଗଡ଼ର ୬୬ଜଣ ଯାତ୍ରୀ ଏହି ଷ୍ଟେସନରେ ଓହ୍ଲାଇଥିଲେ।

ସମ୍ବନ୍ଧିତ ଖବର