ଅନୁଗୁଳ: ନାତୁଣୀକୁ ଜେଜେମାଙ୍କର ନିସ୍ତୁକ ମାଡ଼

ଅନୁଗୁଳ: ୩ ବର୍ଷ ବୟସର ଝିଅ ନାତୁଣୀ ଅପର୍ଣ୍ଣା ରାଉତକୁ ଜେଜେମା କୁମଦିନୀ ରାଉତ ନିସ୍ତୁକ ମାଡ଼ ମାରିଛନ୍ତି । ଏହି ଅଭାବନୀୟ ଘଟଣା ଅନୁଗୁଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ଗଡତାରସ ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ।ଗଡତରାସ ଗ୍ରାମର ଅସିତ ରାଉତ ଦୀର୍ଘ ୬ ବର୍ଷ ପୂର୍ବେ ଦୀପ୍ତିମୟୀ ରାଉତଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ଝିଅ ସଂପୂର୍ଣ୍ଣା ରାଉତ (୫) ଓ ଅପର୍ଣ୍ଣା ରାଉତ (୩) । ଏକ ବର୍ଷେ ପୂର୍ବେ ଦୀପ୍ତିମୟୀ ଚାଲିଗଲେ ଆରପାରିକୁ । ତେବେ ପିଲାଙ୍କୁ ପୋଷିବା ଦାୟିତ୍ୱ ଜେଜେମା ନିଅନ୍ତି ।କିନ୍ତୁ ପୋଷିବା ବଦଳରେ ଛୋଟ ଛୋଟ ପିଲାଙ୍କୁ ଦିଅନ୍ତି ଏକ ପ୍ରକାର ନିର୍ଯାତନା ।

ଜେଜେମା କୁମଦିନୀ ରାଉତ(୪୮) ଛୋଟ ଛୁଆଙ୍କୁ ଦେଖାଇଛନ୍ତି ସତେ ଯେମିତି ନିଜର ନାଗୁଣୀ ରୂପ। ଜେଜେମା ଆଜି ସକାଳ ପ୍ରାୟ ୬ଟା ବେଳେ ଅପର୍ଣ୍ଣାକୁ ମାଡମାରି ଘରେ ତାଲା ପକାଇ ଚାଲିଯାଇଥିଲେ ନିଜ କର୍ମ କ୍ଷେତ୍ରକୁ ।ଛୁଆଟିର ବିକଳ କରୁଣ କାନ୍ଦଣା ସାହି ଲୋକଙ୍କୁ ଅତିଷ୍ଟ କରିପକାଇଥିଲା ।

ଏହି କରୁଣ କନ୍ଦଣା ଶୁଣି ଅଙ୍ଗନାବାଡିର କର୍ମଚାରୀ ଶ୍ରୀମତୀ ବିଦ୍ୟୁତପ୍ରଭା ସିଂ ଓ ସମିତିସଭ୍ୟା କାମିନୀ ସାମଲ ଘଟଣା ସ୍ଥଳରେ ପହଞ୍ଚି ପିଲାଟିକୁ ଉଦ୍ଧାର କରିବା ସହ ବନ୍ତଳା ଥାନା ଅଧିକାରୀ ଓ ଗଣମାଧ୍ୟମକୁ ଜଣାଇଥିଲେ । ବନ୍ତଳା ପୁଲିସ ପିଲାକୁ ଥାନାକୁ ନେବା ସହ ଜେଜେମା ଓ ଜେକେଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି । ବନ୍ତଳା ଥାନା ଅଧିକାରୀ ପ୍ରଦୀପ ପ୍ରଧାନଙ୍କ ସୂଚନାନୁଯାୟୀ ଏହି ଘଟଣାର ସଂପୂର୍ଣ୍ଣ ଭାବେ ସଠିକ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସମ୍ବନ୍ଧିତ ଖବର