ଟିକେଟ୍‌ ଚର୍ଚ୍ଚାକୁ ଆସିଲେ ଲଳିତ

ବଲାଙ୍ଗୀର : ବଲାଙ୍ଗୀର ଲୋକସଭା ଆସନରେ ବିଜେଡି ଟିକଟ୍‌ ପାଇଁ ଛକାପଞ୍ଝା ଲାଗି ରହିଥିବାବେଳେ ଏବେ ରେସକୁ ଓହ୍ଲାଇଛନ୍ତି ବିଶିଷ୍ଟ ସମାଜସେବୀ ଲଳିତ କୁମାର ନାୟକ। ଶ୍ରୀ ନାୟକ ଲୋକସଭା ପ୍ରାର୍ଥୀ ହେବା ପାଇଁ ନବୀନ ନିବାସରେ ଆବେଦନ କରିଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି। ତେବେ ଟି‌େକଟ ଘୋଷଣା ବାକିଥିବା ବେଳେ ରେସରେ ଶ୍ରୀନାୟକଙ୍କୁ ନେଇ ଚର୍ଚ୍ଚା ହେଉଛି। ଶ୍ରୀ ନାୟକ ବିଭିନ୍ନ ସଂଗଠନକୁ ଏକଜୁଟ କରି ହାଇକୋର୍ଟ ବେଞ୍ଚ ଆନ୍ଦୋଳନ, ଲୋୟର ସୁକତେଲ ସମସ୍ୟା ସମାଧାନ ନେଇ ପଦକ୍ଷେପ ନେଇଥିଲେ। ଏହି ସବୁ କାରଣରୁ ଲଳିତ ବି ଏବେ ଚର୍ଚ୍ଚାର ପରିସରରେ ରହିଛନ୍ତି।

ସମ୍ବନ୍ଧିତ ଖବର