ଏଣିକି ସ୍ପିଡ୍‌ପୋଷ୍ଟରେ ମିଳିବ ଜମିପଟ୍ଟା

ଭୁବନେଶ୍ୱର : ଏଣିକି ଜମିପଟ୍ଟା (ଆର୍‌ଓଆର୍‌) ହିତାଧିକାରୀଙ୍କୁ ସିଧାସଳଖ ଭାବେ ଡାକସେବାର ସୁବିଧା ନେଇ ନିର୍ଦିଷ୍ଟ ଭାବେ ସ୍ପିଡ୍‌ପୋଷ୍ଟ ଜରିଆରେ ପଠାଯିବ। ଫଳରେ ହିତାଧିକାରୀଙ୍କୁ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। ତହସିଲ୍‌ କାର୍ଯ୍ୟାଳୟରେ ଦଲାଲଙ୍କ ହସ୍ତକ୍ଷେପକୁ ବି ରୋକିହେବ।

ଏହି ମର୍ମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଏ ନେଇ ଭାରତୀୟ ଡାକସେବା ଓ ରାଜସ୍ୱ ବିଭାଗ ମଧ୍ୟରେ ଖୁବଶୀଘ୍ର ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ବିଭାଗୀୟ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି। ସ୍ପିଡ୍‌ପୋଷ୍ଟ ଦ୍ୱାରା କ୍ରେତାଙ୍କ ନିକଟକୁ ଜମିପଟ୍ଟା ପ୍ରେରଣ କରାଯିବ। ଏଥିପାଇଁ ହିତାଧିକାରୀଙ୍କୁ ସଂପୃକ୍ତ କର୍ତୃପକ୍ଷଙ୍କ ନିକଟରେ ୪୦ ଟଙ୍କା ଦାଖଲ କରିବାକୁ ହେବ। ଏଥିମଧ୍ୟରୁ ୩୦ ଟଙ୍କା ଡାକ ଖର୍ଚ ଓ ୧୦ ଟଙ୍କା ଓ୍ଵାଟର ପ୍ରୁଫ୍‌ ଲଫାପା ବାବଦରେ ଖର୍ଚ ହେବ।

ସମ୍ବନ୍ଧିତ ଖବର