ଜମି ରେକର୍ଡ ସମୟସୀମା ଫେବ୍ରୁଆରି ୧୬ ଯାଏ ବୃଦ୍ଧି

ଭୁବନେଶ୍ୱର: ଗ୍ରାମକଣ୍ଠ ପରମ୍ବୋକ, ଆବାଦି, ନଜୁଲ କିମ୍ବା ଖାସ୍‌ମାହାଲ ଜମିରେ ନ୍ୟାୟସଂଗତ ଭାବେ ବସବାସ କରୁଥିବା ଲୋକମାନଙ୍କ ଜମି ରେକର୍ଡ କରିବା ନେଇ ଆବେଦନପତ୍ର ଦାଖଲ ସମୟସୀମାକୁ ୨୦୧୮ ଫେବ୍ରୁଆରି ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ସେହିପରି ଘରବାଡ଼ି ବା ଚାଷ କାର୍ଯ୍ୟ ବ୍ୟତୀତ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା କିସମର ଜମି ରେକର୍ଡ କରିବାକୁ ଆବେଦନପତ୍ର ଦାଖଲ କରିବାର ସମୟସୀମାକୁ ୨୦୧୮ ମେ’ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ନେଇ ସଂପୂର୍ଣ୍ଣ ପ୍ରଣାଳୀ ସଂପର୍କରେ ସୂଚନା ସ୍ଥାନୀୟ ତହସିଲ କାର୍ଯ୍ୟାଳୟରୁ ମିଳିପାରିବ ବୋଲି ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର