ତାଳଚେରରେ ମାଟି ଦବିବା ଘଟଣା : ଖମ୍ବ ଉପରେ ସାରା ସହର

ତାଳଚେର : କିଛି କୋଇଲା ଖମ୍ବ ଉପରେ ଠିଆ ହୋଇଛି ତାଳଚେର ସହର! ଉଳବେଡ଼ା ଭୂଗର୍ଭ କୋଇଲା ଖଣିରୁ କୋଇଲା ଉତ୍ତୋଳନ ପରେ ଭୂପୃଷ୍ଠକୁ ଟେକି ରଖିବା ପାଇଁ ଖଣି ଭିତରେ ଛାଡ଼ି ଦିଆଯାଇଛି ଏମିତି କିଛି ଖମ୍ବ। ଝାଡ଼ଖଣ୍ତ ଧାନବାଦସ୍ଥିତ ସେଣ୍ଟ୍ରାଲ ମାଇନି˚ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟର ବିଶେଷଜ୍ଞମାନେ ଏ ଅ˚ଚଳର ସମୀକ୍ଷା କରିବା ପରେ ଏଭଳି କିଛି ଚମକେଇଲା ଭଳି ରିପୋର୍ଟ ପ୍ରଦାନ କରିଛନ୍ତି।

ଏହି ରିପୋର୍ଟରେ ତାଳଚେର ସହର ଭୂଗର୍ଭର ସ୍ଥିତି ସ˚ପର୍କରେ ସା˚କେତିକ ରେଖାଚିତ୍ର ପ୍ରଦାନ କରିବା ସହ ଭୂପୃଷ୍ଠରେ କେଉଁ ସ୍ଥାନର କେତେ ମିଟର ତଳେ କୋଇଲା ଖନନ କରାଯାଇଛି ତାହା ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି।

ସୂଚନାଯୋଗ୍ୟ,୧୯୨୮ ମସିହାରେ ତାଳଚେର ପୌରାଞ୍ଚଳ ଅନ୍ତର୍ଗତ ଦେଉଳବେଡ଼ା ଭୂଗର୍ଭ ଖଣିରୁ କୋଇଲା ଉତ୍ତୋଳନ ଆରମ୍ଭ ହୋଇଥିଲା। ଦେଉଳବେଡ଼ା କୋଇଲା ଖଣିର ପରିସୀମା ପୂର୍ବ-ପଶ୍ଚିମ ଦିଗରେ ସାଢେ଼୪ କିଲୋମିଟର ହୋଇଥିବା ବେଳେ ଉତ୍ତର-ଦକ୍ଷିଣ ଦିଗରେ ୨.୧ କିଲୋମିଟର। ଏସବୁ ଅ˚ଚଳରୁ କୋଇଲା ଉତ୍ତୋଳନ ସରିଛି। ଉତ୍ତୋଳନ ପରେ ମାଟି ତଳେ କିଛି ସ୍ଥାନରେ କୋଇଲା ସ୍ତମ୍ଭ ଛାଡ଼ି ଦିଆଯାଇଥିବା ବେଳେ ଆଉ କିଛି ଅ˚ଚଳରେ ବାଲି ଭର୍ତ୍ତି କରାଯାଇଛି। ଏହି ସ୍ତମ୍ଭ ଉପରେ ସହରର ଅନେକ ଅ˚ଚଳ ଏକରକମର ଝୁଲା ଅବସ୍ଥାରେ ରହିଛି। ଭୂଗର୍ଭରେ ସମସ୍ତ ଅ˚ଚଳକୁ ଟିଟି ୧,ଆର (୦), ଆର (୧),ଆର ୧(ବି),ପ୍ୟାନେଲ ଆର ୪, ଆର ୪ ଏ,ପ୍ୟାନେଲ ଆର ପି ୨,୩,୪,୫,୭,୧୦ ନାମରେ ବିଭକ୍ତ କରାଯାଇଛି। ଭୂଗର୍ଭର ଟିଟି ୧ ଅ˚ଚଳ ଭୂପୃଷ୍ଠରେ ପବିତ୍ରମୋହନ ଛକ ଠାରୁ ଆରମ୍ଭ ହୋଇ ହାଟତୋଟା ରାସ୍ତାର ରେଳ ଲାଇନ ଦେଇ ଜେଲ୍‌ ଛକ ପର୍ଯ୍ୟନ୍ତ ଲମ୍ବିଛି। ସେହିଭଳି ଆର ୦, ଆର (୧), ଆର ୧(ବି) ଅ˚ଚଳ ବାଇପାସ୍‌ ଛକ ଠାରୁ ନବମିଶ୍ର କଲୋନି ଅ˚ଚଳ ଓ ପେଟ୍ରୋଲ ପମ୍ପ ଦେଇ ତାମ୍ରିତ ବଜାର ପର୍ଯ୍ୟନ୍ତ ଲମ୍ବିଛି। ସହର ମଧୢରେ ପ୍ରବାହିତ ହେଉଥିବା ରେଙ୍ଗାଳି ଦକ୍ଷିଣ ପାର୍ଶ୍ବ କେନାଲ ମଧୢ ଏହି ଅ˚ଚଳ ଦେଇ ପ୍ରବାହିତ ହେଉଛି। ପ୍ୟାନେଲ ଆର ୪, ଆର ୪ ଏ, ଆର ୪ ବି ଅ˚ଚଳରେ ବାବୁଲାଲ କଲୋନି,କୋଇଲୁଣ୍ତା ଓ ଅଥର୍ବ ମୌଜାର ୮୦ ପ୍ରତିଶତ ଅଂଚଳ ଅବସ୍ଥିତ। ପ୍ୟାନେଲ ଆର ପି ୨,୩,୪,୫,୭,୧୦ ଅ˚ଚଳ ନୂଆ ବସଣ୍ଟାଣ୍ତ ଠାରୁ ଆରମ୍ଭ ହୋଇ ରାଣୀପାର୍କ ଅ˚ଚଳକୁ ବ୍ୟାପିଛି। ୧୯୨୮ ରୁ ୧୯୭୦ ମସିହା ମଧୢରେ କିଛି ନିର୍ମାଣ ସୌଧକୁ ବାଦ ଦେଲେ ଭୂପୃଷ୍ଠରେ ସେଭଳି କିଛି ଆଖିଦୃଶିଆ କୋଠାବାଡି ନଥିଲା। ଭୂପୃଷ୍ଠରେ କୌଣସି ପ୍ରକାରର ନିର୍ମିତ ସୌଧ ନଥିବାରୁ ସେସବୁ ଅ˚ଚଳରୁ କୋଇଲା କାଢ଼ି ନିଆଯାଇଛି। ତେବେ ଏହା ପରେ ସହରର ବିଭିନ୍ନ ଦିଗରେ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ବ୍ୟାପିଛି।

ସେଣ୍ଟ୍ରାଲ ମାଇନି˚ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ବିଶେଷଜ୍ଞମାନେ ଅତୀତରେ ଏହି ଅ˚ଚଳକୁ ସମୀକ୍ଷା କରିବା ପରେ ଉପରୋକ୍ତ ସମସ୍ତ ଅ˚ଚଳରେ କୋଠାବାଡ଼ି ନିର୍ମାଣକୁ ବାରଣ କରି ଖଣି ସୁରକ୍ଷା ନିର୍ଦ୍ଦେଶାଳୟକୁ ଅବଗତ କରାଇଛନ୍ତି। ଖଣି ସୁରକ୍ଷା ନିର୍ଦ୍ଦେଶାଳୟ ତରଫରୁ ପତ୍ର ସ˚ଖ୍ୟା ୦୧୦୬୮୧/ବିଡିଏଚ/ସିଓ-୧/ୟୁଡବ୍ଲ୍ୟୁ/୦୬/୧୫୭୫-୭୬ରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନକୁ ଏହି ସବୁ ଅ˚ଚଳରେ ନିର୍ମାଣ କାର୍ଯ୍ୟକୁ ବାରଣ କରିବା ପାଇଁ ସତର୍କ କରାଇ ଦେଇଛନ୍ତି। ପ୍ୟାନେଲ ଆର ପି ୨,୩,୪,୫,୭,୧୦ ଅ˚ଚଳରେ ଭୂପୃଷ୍ଠରୁ ୭୬ ମିଟରରୁ ୯୮ ମିଟର ତଳେ ଏବ˚ ଟିଟି ୧ ଅ˚ଚଳ ଟି ଭୂପୃଷ୍ଠରୁ ୧୮.୫ ମିଟରରୁ ୫୦ ମିଟର ତଳେ କୋଇଲା ଖନନ କରାଯାଇଥିବାର ପତ୍ରରେ ଉଲ୍ଲେଖ ରହିଛି। ଏହାବାଦ୍‌ ଅନ୍ୟ ଅ˚ଚଳଗୁଡ଼ିକରେ ମଧୢ ୧୯ ମିଟରରୁ ୭୬ ମିଟର ଓ ୯୮ ମିଟର ତଳେ କୋଇଲା ଖନନ କରାଯାଇଥିବାର ରିପୋର୍ଟରୁ ସୂଚନା ମିଳିଛି। ଭୂଗର୍ଭରେ ସହରର ଏଭଳି ଅବସ୍ଥା ଥିବା ବେଳେ ମାତ୍ର କୋତାଟି କୋଇଲା ସ୍ତୁପ ଉପରେ ଯେ ତାଳଚେର ସହର ଲଟକି ରହିଛି ସେ କଥା ସ୍ପଷ୍ଟ ପ୍ରତୀୟ ହେଉଛି। କୋଇଲା ଉତ୍ତୋଳନ କରି ସାରିବା ପରେ ଖାଲି ସ୍ଥାନଗୁୂଡିକରେ ଠିକଣା ଭାବେ ବାଲି ଭର୍ତ୍ତି କରାଯିବାର ନିୟମ ରହିଛି। ବାଲି ସଠିକ୍‌ ଭର୍ତ୍ତି କରାଯାଇ ନଥିବାରୁ ସହରର ଭୂପୃଷ୍ଠ ବିଭିନ୍ନ ସମୟରେ ବିଭିନ୍ନ ସମୟରେ ଧସି ଯାଉଥିବାର ସାଧାରଣ ଜନତା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର